ଓଡିଶା

odisha

By

Published : Oct 21, 2020, 4:18 PM IST

ETV Bharat / bharat

ଗହଣା ଦୋକାନରୁ ଲୁଟିନେଲେ କୋଟିଏ ଟଙ୍କାର ଅଳଙ୍କାର

ତାମିଲନାଡୁରେ ଏକ 15ବର୍ଷ ପୁରୁଣା ସୁନା ଦୋକାନରୁ କୋଟିଏ ଟଙ୍କାର ସୁନା ଲୁଟିନେଇଛନ୍ତି ଲୁଟେରା । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ...

ଗହଣା ଦୋକାନରୁ ଲୁଟିନେଲେ କୋଟିଏ ଟଙ୍କାର ଗହଣା
ଗହଣା ଦୋକାନରୁ ଲୁଟିନେଲେ କୋଟିଏ ଟଙ୍କାର ଗହଣା

ଚେନ୍ନାଇ: ତାମିଲନାଡୁରେ ଏକ ସୁନା ଦୋକାନର ତାଲା ଭାଙ୍ଗି କୋଟିକୋଟି ଟଙ୍କାର ସୁନା ଲୁଟ ହୋଇଛି । ଘଟଣାରେ ପୋଲିସ ତଦନ୍ତ ଜାରି ରଖିଛି ।

ସୂଚନାଆନୁସାରେ ଚେନ୍ନାଇର ମୁସା ଛକ ନିକଟରେ 15 ବର୍ଷ ହେବ ଉତ୍ତମ ହୋଲସେଲ ନାମକ ଏକ ସୁନା ଦୋକାନ ରହିଛି । ସବୁଦିନ ପରି ମଙ୍ଗଳବାର ଦୋକାନ ମାଲିକ ରାଜେନ୍ଦ୍ର କୁମାର ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ବୁଧବାର ସକାଳେ ରାଜେନ୍ଦ୍ର ଦୋକାନ ଖୋଲିବାକୁ ଆସି ଦେଖନ୍ତି ତ ଦୋକାନ ତାଲା ଭଙ୍ଗା ହୋଇଛି । ଦୋକାନ ତାଲା ଭାଙ୍ଗିବା ସହ ସୁନା ଲକର ଭାଙ୍ଗି 5 କେଜି ସୁନା, 2 କେଜି 5 ଗ୍ରାମର ହୀରା ଓ ରୁପା ଲୁଟି ନେଇଛନ୍ତି ଲୁଟେରା । ଲୁଟ ଅଳଙ୍କାରର ମୂଲ୍ୟ କୋଟିଏ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

ଦୋକାନ ଆଗରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏଥିସହ ଯୁଗ୍ମ କମିଶନର ବାବୁ ଟି ନଗର,ଡେପୁଟି କମିଶନର ହରିକିରଣ ପ୍ରସାଦ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details