ଓଡିଶା

odisha

By

Published : Jan 8, 2020, 5:18 PM IST

ETV Bharat / bharat

ଶ୍ରୀନଗରରେ ଗ୍ରେନେଡ ମାଡ, 2 ସାଧାରଣ ନାଗରିକ ଆହତ

ବୁଧବାର ଜମ୍ମୁ-କାଶ୍ମୀରର ହଜରତବଲର ହବକ କ୍ରସିଂ ନିକଟରେ ସିଆରପିଏଫ ଯବାନଙ୍କୁ ଟାର୍ଗେଟ କରି ଗ୍ରେନେଡ ମାଡ କରାଯାଇଛି । ଏଥିରେ 2ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି ।

terrorists lob grenade at jammu and kashmir
ପ୍ରତିକାତ୍ମକ ଫଟୋ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ପୁଣିଥରେ ସିଆରପିଏଫ ଯବାନଙ୍କୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ । ବୁଧବାର ଜମ୍ମୁ-କାଶ୍ମୀରର ଶ୍ରୀନଗରରେ ସିଆରପିଏଫ ଯବାନଙ୍କୁ ଟାର୍ଗେଟ କରି ଗ୍ରେନେଡ ମାଡ କରାଯାଇଛି । ହଜରତବଲର ହବକ କ୍ରସିଂ ନିକଟରେ ନିୟୋଜିତ ଯବାନଙ୍କ ଉପରେ ଏହି ଆକ୍ରମଣ ହୋଇଛି । ଏଥିରେ 2ଜଣ ସାଧାରଣ ନାଗରିକ ଆହତ ହୋଇଥିବା ସୂଚନା ମିଳିଛି ।

ତେବେ ସିଆରପିଏଫକୁ ଟାର୍ଗେଟ କରି ଫୋପଡା ଯାଇଥିବା ଗ୍ରେନେଡ୍ ଲକ୍ଷ୍ୟ ବିଚ୍ୟୁତ ହୋଇଥିଲା ଏବଂ ସାଧାରଣ ଲୋକଙ୍କ ଗହଣରେ ଯାଇ ପଡିଥିଲା। ଗ୍ରେନେଡ୍ ବିସ୍ଫୋରଣ ହେବା ପରେ ୨ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି। ଘଟଣା ପରେ ଆଖପାଖ ଅଞ୍ଚଳରେ ଘେରାବନ୍ଦୀ କରି ଆତଙ୍କବାଦୀଙ୍କ ବିରୋଧରେ ସର୍ଚ୍ଚ ଅପରେଶନ ଜୋରଦାର କରାଯାଇଛି ।

ABOUT THE AUTHOR

...view details