ଶ୍ରୀନଗର: ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପାକିସ୍ତାନ ସଂପୂର୍ଣ୍ଣ ଭାବେ ବିବ୍ରତ ହୋଇପଡିଛି । ଫଳରେ ଭାରତୀୟ ସୀମାରେ ପ୍ରତିଦିନ ଅସ୍ତ୍ରବିରତି ଉଲ୍ଲଂଘନ କରିବା ସହ ଗୁଳିମାଡ କରୁଛନ୍ତି ପାକ୍ ସେନା । ଏହି କ୍ରମରେ ପାକ୍ ଜମ୍ମୁ-କାଶ୍ମୀରର ପୁଞ୍ଛରେ ମଙ୍ଗଳବାର ପୁଣିଥରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି । ଶାହପୁର ଏବଂ କେରନୀ ସେକ୍ଟରରେ ଭାରତୀୟ ସେନା ଶିବିରଗୁଡିକୁ ଟାର୍ଗେଟ କରି ଗୁଳି ଏବଂ ମୋର୍ଟାର ମାଡ କରିଛନ୍ତି ପାକ୍ ସେନା । ଯାହାର କଡା ଜବାବ ଦେଉଛନ୍ତି ଭାରତୀୟ ସେନା ।
ସେପଟେ ଗତକାଲି ମଧ୍ୟରାତ୍ରିରେ ମଧ୍ୟ କଠୁଆ ଜିଲ୍ଲା ହିରାନଗରର ମନୟାରୀ ସେକ୍ଟରରେ ପାକ୍ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିଲା । ଏଥିରେ ଭାରତୀୟ ସେନାର ଜଣେ ଯବାନ ଆହତ ହୋଇଥିବା ସୂଚନା ରହିଛି ।