ଓଡିଶା

odisha

ଅନଲକ୍‌ ୨.୦ରେ ପର୍ଯ୍ୟାୟକ୍ରମେ ଆରମ୍ଭ ହେବ ଅନ୍ତର୍ଜାତୀୟ ବିମାନ ସେବା !

By

Published : Jun 30, 2020, 6:51 PM IST

ଅନ୍‌ଲକ୍‌ ୧.୦ର ଅବଧି ଆଜି ମଧ୍ୟରାତ୍ରରେ ଶେଷ ହେଉଥିବା ବେଳେ ଗତକାଲି (ସୋମବାର) ବିଳମ୍ବିତ ସନ୍ଧ୍ୟାରେ କେନ୍ଦ୍ର ସରକାରଙ୍କର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଅନ୍‌ଲକ୍‌ ୨.୦ ପାଇଁ ଗାଇଡ୍‌ଲାଇନ୍‌ ଜାରି କରାଯାଇଥିଲା ଏବଂ ଏହାର ଅବଧି ଆସନ୍ତା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଘୋଷଣା କରା ଯାଇଥିଲା। ଅଧିକ ପଢନ୍ତୁ...

ଅନଲକ୍‌ ୨.୦ରେ ଅନ୍ତର୍ଜାତୀୟ ବିମାନ ସେବା ପର୍ଯ୍ୟାୟକ୍ରମେ ଆରମ୍ଭ ହେବ: ସ୍ୱରାଷ୍ଟ୍ର ମନ୍ତ୍ରାଳୟ
ଅନଲକ୍‌ ୨.୦ରେ ଅନ୍ତର୍ଜାତୀୟ ବିମାନ ସେବା ପର୍ଯ୍ୟାୟକ୍ରମେ ଆରମ୍ଭ ହେବ: ସ୍ୱରାଷ୍ଟ୍ର ମନ୍ତ୍ରାଳୟ

ନୂଆଦିଲ୍ଲୀ: କୋଭିଡ୍‌-୧୯ ସଂକ୍ରମଣକୁ ରୋକିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଜାରି କରିଥିବା ଲକ୍‌ଡାଉନ୍‌ ୫.୦କୁ ସାଂପ୍ରତିକ ସ୍ଥିତିରେ ସଂପୂର୍ଣ୍ଣ ରୂପେ ପ୍ରତ୍ୟାହାର କରିହେବ ନାହିଁ। ତେଣୁ ଦେଶବାସୀଙ୍କ ଜୀବନ ଓ ଜୀବିକାକୁ ସ୍ୱାଭାବିକ କରିବା ଲକ୍ଷ୍ୟରେ ସରକାର ପର୍ଯ୍ୟାୟକ୍ରମେ ଦେଶରେ ଅନ୍‌ଲକ୍‌ ଘୋଷଣା କରୁଛନ୍ତି। ଅନ୍‌ଲକ୍‌ ୧.୦ର ଅବଧି ଆଜି ମଧ୍ୟରାତ୍ରରେ ଶେଷ ହେଉଥିବା ବେଳେ ଗତକାଲି (ସୋମବାର) ବିଳମ୍ବିତ ସନ୍ଧ୍ୟାରେ କେନ୍ଦ୍ର ସରକାରଙ୍କର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଅନ୍‌ଲକ୍‌ ୨.୦ ପାଇଁ ଗାଇଡ୍‌ଲାଇନ୍‌ ଜାରି କରାଯାଇଥିଲା ଏବଂ ଏହାର ଅବଧି ଆସନ୍ତା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଘୋଷଣା କରାଯାଇଥିଲା।

ହେଲେ ଅନ୍‌ଲକ୍‌ ୨.୦ ପାଇଁ ଗତକାଲି ଜାରି ହୋଇଥିବା ଗାଇଡ୍‌ଲାଇନ୍‌ରେ ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ସେବା ଉପରେ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ପ୍ରତିବନ୍ଧକ ଲଗା ଯାଇଥିଲା । ତେବେ ଆଜି ଏଥିରେ ସଂଶୋଧନ କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ। ଅନଲକ୍‌ ୨.୦ର ଅବଧି ମଧ୍ୟରେ ଅନ୍ତର୍ଜାତୀୟ ବିମାନ ସେବା ପର୍ଯ୍ୟାୟକ୍ରମେ ଆରମ୍ଭ ହେବ ବୋଲି ଆଜି ସ୍ପଷ୍ଟ କରିଛି ସ୍ୱରାଷ୍ଟ୍ର ମନ୍ତ୍ରାଳୟ। ଅନଲକ୍‌ ୨.୦ର ଅବଧି ଜୁଲାଇ ୩୧ ପର୍ଯ୍ୟନ୍ତ ରହିଥିବା ବେଳେ ଏଥିପାଇଁ ଜୁଲାଇ ୧୫ ପରେ ସରକାର ନିଷ୍ପତ୍ତି ଗ୍ରହଣ କରିବେ ବୋଲି କୁହାଯାଇଛି।

ଅନ୍ୟପକ୍ଷରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍‌ ସିଂ ପୁରୀ କହିଛନ୍ତି ଯେ ଲକ୍‌ଡାଉନ୍‌ କାଳରେ ବିଦେଶରେ ଫସି ରହିଥିବା ୧,୨୫,୦୦୦ ଭାରତୀୟ ଇତିମଧ୍ୟରେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରି ସାରିଲେଣି। ବନ୍ଦେ ଭାରତ ମିଶନ ଅଧୀନରେ ଏକ ସୀମିତ ପଦ୍ଧତିରେ ଯାତ୍ରୀଙ୍କ ବିଶ୍ୱବ୍ୟାପୀ ବିମାନ ଯାତ୍ରା ଅନୁମତି ଦିଆଯାଇଛି। ଅତିରିକ୍ତ ଖୋଲିବା ଏକ କାଲିବ୍ରେଟେଡ୍ ପଦ୍ଧତିରେ ଘଟିବ ବୋଲି କେନ୍ଦ୍ରୀୟ କର୍ତ୍ତୃପକ୍ଷ ଏକ ପ୍ରେସ ବିବୃତ୍ତିରେ ଉଲ୍ଲେଖ କରିଛନ୍ତି।

ABOUT THE AUTHOR

...view details