ଓଡିଶା

odisha

By

Published : Jun 21, 2020, 7:43 PM IST

ETV Bharat / bharat

250 ଭାରତୀୟଙ୍କୁ ନେଇ ଫେରିଲା ଆଇଏନଏସ ଏୟାରଭଟ

କୋରୋନା ମହାମାରୀକୁ ନେଇ ଲାଗୁ ହୋଇଥିବା ଲକଡାଉନରେ ମାଳଦ୍ବୀପ ମାଲିରେ ଫସିଥିବା 250 ଭାରତୀୟଙ୍କୁ ନେଇ ତାମିଲନାଡୁର ଟୁଟିକୋରିନକୁ ଫେରିଲା ଆଇଏନଏସ ଏୟାରଭଟ ।

ins airbhat
250 ଭାରତୀୟଙ୍କୁ ନେଇ ଫେରିଲା ଭାରତୀୟ ନୌସେନା ଏୟାରଭଟ

ମେଲ: 250 ଭାରତୀୟଙ୍କୁ ନେଇ ଫେରିଲା ଆଇଏନଏସ ଏୟାରଭଟ । କୋରୋନା ମହାମାରୀକୁ ନେଇ ଲାଗୁ ହୋଇଥିବା ଲକଡାଉନରେ ମାଳଦ୍ବୀପ ମାଲିରେ ଫସିଥିବା 250 ଭାରତୀୟଙ୍କୁ ନେଇ ତାମିଲନାଡୁର ଟୁଟିକୋରିନକୁ ଫେରିଲା ଭାରତୀୟ ନୌସେନା ଏୟାରଭଟ ।

ତେବେ କୋରୋନା ମହାମାରୀକୁ ନେଇ ଲାଗୁ ହୋଇଥିବା ଲକଡାଉନରେ ବିଦେଶରେ ବହୁ ଭାରତୀୟ ଫସିଛନ୍ତି । ଯାହାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବନ୍ଦେ ଭାରତ ମିଶନ ଏବଂ ସମୁଦ୍ର ସେତୁ ଅପରେସନ ଆରମ୍ଭ ହୋଇଛି ।

ତେବେ ମାଳଦ୍ବୀପରୁ ସମୁତ୍ର ସେତୁ ଅପରେସନର ଏହା ପଞ୍ଚମ ରାଉଣ୍ଡ ଉଦ୍ଧାର କାର୍ଯ୍ୟ ବୋଲି ମାଳଦ୍ବୀପରେ ଥିବା ଭାରତୀୟ ରାଷ୍ଟ୍ରଦୂତ ଟ୍ବିଟରେ ଏନେଇ ସୂଚନା ଦେଇଛନ୍ତି ।

ପ୍ରକାଶ ଥାଉକି, ଭାରତୀୟ ନୌସେନା ପକ୍ଷରୁ ଗତ ମେ 8ରେ ସମୁଦ୍ର ସେତୁ ଅପରେସନ ଲଞ୍ଚ ହୋଇଥିଲା । ତେବେ ଆଇଏନଏସ ଜଲଶ୍ବା ଏବଂ ମଗର ଏପର୍ଯ୍ୟନ୍ତ ବିଦେଶରେ ଫସିଥିବା 2874 ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିଛନ୍ତି ।

ABOUT THE AUTHOR

...view details