ଓଡିଶା

odisha

By

Published : Sep 25, 2019, 6:34 PM IST

ETV Bharat / bharat

ଡେଙ୍ଗା ମଣିଷର ସଫଳ ଅସ୍ତ୍ରୋପଚାର

ଦେଶର ଡେଙ୍ଗା ଲୋକ ଧର୍ମେନ୍ଦ୍ର ପ୍ରତାପ ସିଂଙ୍କର ହେଲା ସଫଳ ଅସ୍ତ୍ରୋପଚାର । ପୂର୍ବରୁ ଅଣ୍ଟାରେ ହେଉଥିବା ଯନ୍ତ୍ରଣାରୁ ସଫଳ ଅସ୍ତ୍ରୋପଚାର ପରେ ମୁକ୍ତି ପାଇଛନ୍ତି ଏହି ବ୍ୟକ୍ତି । ତେବେ ଜାଣନ୍ତୁ ତାଙ୍କ ସମ୍ପର୍କରେ...

ଫଟୋ ସୌଜନ୍ୟ: ସୋସିଆଲ ମିଡ଼ିଆ@Twitter

ଅହମଦାବାଦ: ଦେଶର ସବୁଠାରୁ ଡେଙ୍ଗା ମଣିଷର ହେଲା ସଫଳ ଅସ୍ତ୍ରୋପଚାର । ଅହମଦାବାଦର ଏକ ଡାକ୍ତରଖାନାରେ ହୋଇଛି ଏହି ସଫଳ ଅସ୍ତ୍ରୋପଚାର । ଆଉ ଏହି ସଫଳ ତଥା ବିରଳ ଅସ୍ତ୍ରୋପଚାରକୁ ନେଇ ଏବେ ତମାମ ଦେଶରେ ଆଲୋଚନାର ବିଷୟ ପାଲଟିଛି । ଦେଶର ମେଡ଼ିକାଲ ଜଗତରେ ଏହି ବିରଳ ଅସ୍ତ୍ରୋପଚାର କରିଥିବା ଡାକ୍ତରଙ୍କୁ ପ୍ରଶଂସାର ସୁଅ ଛୁଟିଛି ।

ମିଳିଥିବା ସୂଚନା ମୁତାବକ ଉତ୍ତରପ୍ରଦେଶର ଡେଙ୍ଗା ମଣିଷ ଧର୍ମେନ୍ଦ୍ର ପ୍ରତାପ ସିଂ ଦେଶର ସବୁଠାରୁ ଡେଙ୍ଗା ମଣିଷ ଭବେ ପରିଚିତ ହେଉଥିଲେ । ତାଙ୍କର ଉଚ୍ଚତା ହେଉଛି 8 ଫୁଟ 1 ଇଞ୍ଚ । ତେବେ ବିଗତ 6 ବର୍ଷ ତଳେ ସେ ଏକ ଦୁର୍ଘଟଣାର ସମ୍ମୁଖିନ ହୋଇଥିଲେ । ପରେ ତାଙ୍କ ଅଣ୍ଟାରେ ଗୁରୁତର ଆଘାତ ଲାଗିବାରୁ ତାହା ସବୁବେଳେ ଯନ୍ତ୍ରଣା ଦେଇ ଆସୁଥିଲା ।

ପରେ ତାହାର ଚିକିତ୍ସା ପାଇଁ ଡାକ୍ତରଙ୍କୁ ଦେଖାଇଥିଲେ । ଏହି ଯନ୍ତ୍ରଣା ପାଇଁ ତାଙ୍କର ଉଚ୍ଚତା ମଧ୍ୟ କିଛି ମାତ୍ରାରେ ଦାୟୀ ବୋଲି ଡାକ୍ତର କହିଥିଲେ । ଏହାର ଅସ୍ତ୍ରୋପଚାରର ଆବଶ୍ୟକ ରହିଛି ବୋଲି ଡାକ୍ତର ପରାମର୍ଶ ଦେଇଥିଲେ । ଡାକ୍ତରଙ୍କ ଠାରୁ ଅହମ୍ମଦାବାଦରେ ଥିବା କେଡ଼ି ଡାକ୍ତରଖାନାରେ ଅଣ୍ଟାର ସଫଳ ଅସ୍ତ୍ରୋପଚାର ହେଉଥିବା ଜାଣିବାକୁ ପାଇଥିଲେ । ପରେ ସେ ଅହମ୍ମଦାବାଦର କେଡି ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଇଥିଲେ ।

ସେଠାରେ ଡାକ୍ତର ତାଙ୍କର ପରୀକ୍ଷାନିରୀକ୍ଷା କରି ଚିକିତ୍ସା ପାଇଁ ଅନୁମତି ପ୍ରଦାନ କରିଥିଲେ । ଆଜି ତାଙ୍କ ଦ୍ବିପାକ୍ଷିକ ହିପ ରିପ୍ଲେସମେଣ୍ଟ ସର୍ଜରିକୁ ସଫଳତାର ସହ କରିଥିଲେ । ପରେ ଏବେ ଆରାମରେ ଚଲାବୁଲା କରିବା ସହିତ ଯନ୍ତ୍ରଣାରୁ ମୁକ୍ତ ପାଇଛନ୍ତି । ସେପଟେ ଏହି ଅସ୍ତ୍ରୋପଚାର ଆମ ପାଇଁ ଏକ ଚ୍ୟାଲେଞ୍ଜ ଥିବା ବୋଲି କହିଛନ୍ତି କେଡ଼ି ଡାକ୍ତରଖାନାର ଡାକ୍ତର । ସେମାନେ କହିଛନ୍ତି ଆମ ପାଇଁ ଏହା ଚ୍ୟାଲେଞ୍ଜ ଥିଲେ ମଧ୍ୟ ଏହାକୁ ସଫଳତାର ସହ ଆମେ କରିପାରିଛୁ । ଏହାକୁ ସମ୍ପୂର୍ଣ୍ଣ ରୂପେ ଡାକ୍ତରଖାନାର କର୍ତ୍ତୃପକ୍ଷ ମାଗଣାରେ କରାଇଛନ୍ତି ବୋଲି ଡାକ୍ତରମାନେ ପ୍ରକାଶ କରିଛନ୍ତି ।

ତେବେ ଏହି ଅସ୍ତ୍ରୋପଚାର ପାଇଁ ଡାକ୍ତରଖାନାରେ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଧର୍ମେନ୍ଦ୍ରଙ୍କ ପାଇଁ ତାଙ୍କ ଉଚ୍ଚତା ଠାରୁ ବଡ଼ ଏକ ସ୍ବତନ୍ତ୍ର ଅସ୍ତ୍ରୋପଚାର ଟେବୁଲକୁ ମଧ୍ୟ ପ୍ରସ୍ତୁତ କରାଯାଇଥିଲା ।

ABOUT THE AUTHOR

...view details