ଓଡିଶା

odisha

By

Published : Apr 30, 2020, 1:19 PM IST

ETV Bharat / bharat

ଭଲ ଖବର: ବୃଦ୍ଧି ପାଉଛି ଦେଶରେ କୋରୋନା ଆରୋଗ୍ୟ ହାର

ଭାରତର COVID-19 ଆରୋଗ୍ୟ ହାର ଏପ୍ରିଲ 19 ରେ 15 ପ୍ରତିଶତରୁ ଏପ୍ରିଲ 29 ବୁଧବାର ସୁଦ୍ଧା 24.56 ପ୍ରତିଶତକୁ ବୃଦ୍ଧି ପାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ବୃଦ୍ଧି ପାଉଛି ଦେଶରେ କୋରୋନା ଆରୋଗ୍ୟ ହାର
ବୃଦ୍ଧି ପାଉଛି ଦେଶରେ କୋରୋନା ଆରୋଗ୍ୟ ହାର

ନୂଆଦିଲ୍ଲୀ: ଦେଶବ୍ୟାପୀ କୋରୋନା ଆତଙ୍କ ଜାରି ରହିଥିବା ବେଳେ କିଛି ରିପୋର୍ଟ ଆଶ୍ବସ୍ତି ଦେଉଛି । ଭାରତର COVID-19 ଆରୋଗ୍ୟ ହାର ଏପ୍ରିଲ 19 ରେ 15 ପ୍ରତିଶତରୁ ଏପ୍ରିଲ 29 ବୁଧବାର ସୁଦ୍ଧା 24.56 ପ୍ରତିଶତକୁ ବୃଦ୍ଧି ପାଇଛି । ଏନେଇ ନୀତି ଆୟୋଗ ସିଇଓ ଅମିତାଭ କାଣ୍ଟ ସୂଚନା ଦେଇଛନ୍ତି । ଦେଶରେ ଆରୋଗ୍ୟ ହାରରେ ଆହୁରି ଉନ୍ନତି ଆଣିବା ପାଇଁ ଅଧିକ ମାମଲା ଥିବା ରାଜ୍ୟ ତଥା ଜିଲ୍ଲାମାନଙ୍କରେ ନିରନ୍ତର କାର୍ଯ୍ୟ ଜାରି ରଖିବା ଉପରେ ସେ ଗୁରୁତ୍ବାରୋପ କରିଛନ୍ତି।

ଦେଶପାଇଁ ଏକ ଖୁସି ଖବର ଯେ, 7700ରୁ ଉର୍ଦ୍ଧ୍ବ କୋରୋନା ଆରୋଗ୍ୟ ହାର ପୁନରୁଦ୍ଧାର ଭାରତରେ COVID-19 ଆରୋଗ୍ୟ ହାରରେ ପୂର୍ବାପେକ୍ଷା ଅତ୍ୟଧିକ ଉନ୍ନତି ହୋଇଛି । 19 ଏପ୍ରିଲରେ ଏହା 15%, 26 ଏପ୍ରିଲରେ 19.2% ଏବଂ ଏପ୍ରିଲ 29ରେ ଏହା 24.56% ରହିଛି । ଦେଶରେ କୋରୋନା ଆରୋଗ୍ୟ ହାର ଆହୁରି ଉନ୍ନତକର ହେବ ବୋଲି କାଣ୍ଟ ଏକ ଟ୍ବିଟରେ କହିଛନ୍ତି ।

ଦେଶରେ COVID-19 ଯୋଗୁଁ ମୃତ୍ୟୁସଂଖ୍ୟା 1,008 କୁ ବୃଦ୍ଧି ପାଇଛି । ବୁଧବାର ଦେଶରେ କୋରୋନା ସଂକ୍ରିମିତ ସଂଖ୍ୟା 31,787ରେ ପହଞ୍ଚିଛି । ଏହାସହ ଗତ 24 ଘଣ୍ଟା ମଧ୍ୟରେ 71 ଜଣଙ୍କର ମୃତ୍ୟୁ ଘଟିଛି ।

ସ୍ବାସ୍ଥ୍ୟମନ୍ତ୍ରଣାଳୟ କହିଛି ଯେ ସକ୍ରିୟ COVID-19 ମାମଲା 22,982 ଥିବାବେଳେ 7,796 ଲୋକ ସୁସ୍ଥ ହୋଇଯାଇଛନ୍ତି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ଦେଶରେ ପ୍ରାୟ 24.52 ପ୍ରତିଶତ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ABOUT THE AUTHOR

...view details