ଓଡିଶା

odisha

By

Published : Aug 6, 2020, 3:15 PM IST

ETV Bharat / bharat

ଗୋଟିଏ ଦିନରେ ସର୍ବାଧିକ କୋରୋନା ଟେଷ୍ଟ, ସୁସ୍ଥ ହାର 67.61 ପ୍ରତିଶତକୁ ବୃଦ୍ଧି

ଗୋଟିଏ ଦିନରେ 6 ଲକ୍ଷ 64 ହଜାର 949 କୋଭିଡ -19 ପରୀକ୍ଷା କରି ରେକର୍ଡ କରିଛି ଭାରତ । ଏପଟେ ସୁସ୍ଥ ହାର 67.61 ପ୍ରତିଶତକୁ ବୃଦ୍ଧି ପାଇଛି । ଏହା ସହିତ ମୃତ୍ୟୁ ହାର ଆହୁରି 2.07 ପ୍ରତିଶତକୁ ହ୍ରାସ ପାଇଛି। ଅଧିକ ପଢନ୍ତୁ...

ଗୋଟିଏ ଦିନରେ ସର୍ବାଧିକ କୋରୋନା ଟେଷ୍ଟ, ସୁସ୍ଥ ହାର 67.61 ପ୍ରତିଶତକୁ ବୃଦ୍ଧି
ଗୋଟିଏ ଦିନରେ ସର୍ବାଧିକ କୋରୋନା ଟେଷ୍ଟ, ସୁସ୍ଥ ହାର 67.61 ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ: ଗୋଟିଏ ଦିନରେ 6 ଲକ୍ଷ 64 ହଜାର 949 କୋଭିଡ -19 ପରୀକ୍ଷା କରି ରେକର୍ଡ କରିଛି ଭାରତ । ଏପଟେ ସୁସ୍ଥ ହାର 67.61 ପ୍ରତିଶତକୁ ବୃଦ୍ଧି ପାଇଛି । ଆଜି ଦେଶରେ ଗୋଟିଏ ଦିନରେ 13 ଲକ୍ଷରୁ ଉର୍ଦ୍ଧ୍ବ ଲୋକ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ସମୁଦାୟ 13 ଲକ୍ଷ 28 ହଜାର 336 ଲୋକ ସୁସ୍ଥ ହୋଇଛନ୍ତି। ଗତ 24 ଘଣ୍ଟା ମଧ୍ୟରେ ସାରା ଦେଶରେ 46 ହଜାର 121 ଜଣ ସୁସ୍ଥ ହୋଇଥିଲେ । ଫଳରେ ପୁନରୁଦ୍ଧାର ହାର 67.61 ପ୍ରତିଶତକୁ ବୃଦ୍ଧି ପାଇଛି । ଏହା ସହିତ ମୃତ୍ୟୁ ହାର ଆହୁରି 2.07 ପ୍ରତିଶତକୁ ହ୍ରାସ ପାଇଛି।

ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମୋଟ 56 ହଜାର 282 ନୂତନ କୋରୋନା ମାମଲା ରିପୋର୍ଟ ହୋଇଛି, ଯାହା ସମୁଦାୟ ମାମଲାକୁ 19 ଲକ୍ଷ 64 ହଜାର 536 କୁ ବୃଦ୍ଧି କରିଛି । ବର୍ତ୍ତମାନ ମୋଟ ସକ୍ରିୟ ସଂଖ୍ୟା ଦେଶରେ 5 ଲକ୍ଷ 95 ହଜାର 501। ଗୋଟିଏ ଦିନରେ 904 ଜଣଙ୍କର ମୃତ୍ୟୁ ଘଟିଥିବାର ସୂଚନା ମିଳିଥିବା ବେଳେ ଯାହା ସାରା ଦେଶରେ 40 ହଜାର 699 ରେ ପହଞ୍ଚିଛି। ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟକ କୋଭିଡ -19 ପରୀକ୍ଷଣ କରି ଭାରତ ଆଜି ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। କେନ୍ଦ୍ର ସରକାର, ଆଜି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କ ସହଯୋଗରେ କୋରୋନା ସଙ୍କଟର ମୁକାବିଲା ପାଇଁ ଆକ୍ରମଣାତ୍ମକ ପରୀକ୍ଷଣ, ଟ୍ରାକିଂ ଏବଂ ଚିକିତ୍ସାର ରଣନୀତି ଆପଣେଇଛନ୍ତି।

ଚଳିତ ବର୍ଷ ଜାନୁଆରୀରେ, ଭାରତରେ COVID-19 ପାଇଁ କେବଳ ଗୋଟିଏ ପରୀକ୍ଷା ଲାବୋରେଟୋରୀ ଥିଲା | କିନ୍ତୁ ବର୍ତ୍ତମାନ, 1370 ସରକାରୀ ଏବଂ ବେସରକାରୀ ଲାବୋରେଟୋରୀ ସମଗ୍ର ଦେଶରେ କରୋନା ଭାଇରସ୍ ନମୁନା ପରୀକ୍ଷା କରୁଛି । ନୂତନ ଲାବୋରେଟୋରୀ, ଆରଟି- ପିସିଆର୍ କିଟ୍, ଟ୍ରୁ ନାଟ୍ ଟେଷ୍ଟ, ସିବିଏନ୍ଏଏଟି ଟେଷ୍ଟ ଏବଂ ରାପିଡ ଆଣ୍ଟିଜେନ୍ ଟେଷ୍ଟ କିଟ୍ ଅନୁମୋଦନ କରି ICMR କ୍ରମାଗତ ଭାବରେ ଏହାର ପରୀକ୍ଷଣ କ୍ଷମତାକୁ ବୃଦ୍ଧି କରୁଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଆଇସିଏମଆର, ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ପରୀକ୍ଷଣର ଉପଲବ୍ଧତାକୁ ଉନ୍ନତ କରିବା ପାଇଁ ଅତିରିକ୍ତ ପରୀକ୍ଷା ପଦ୍ଧତି ଅନ୍ତର୍ଭୂକ୍ତ କରିବାକୁ କହିଛନ୍ତି।

ABOUT THE AUTHOR

...view details