ଓଡିଶା

odisha

By

Published : Jun 27, 2020, 7:14 AM IST

Updated : Jun 27, 2020, 11:03 AM IST

ETV Bharat / bharat

ଦେଶରେ ଦୈନିର ରେକର୍ଡ ଭାଙ୍ଗିଲା କୋରୋନା: ପଜେଟିଭ ସଂଖ୍ୟା 5 ଲକ୍ଷ ପାର

ଦେଶରେ ଭୟଙ୍କର ହେଉଛି କୋରୋନା ପରିସ୍ଥିତି । କୋରୋନା ସଂକ୍ରମିତ ସଂଖ୍ୟା 5ଲକ୍ଷ ପାର କରିଥିବାବେଳେ ମହାରାଷ୍ଟ୍ରରେ ଅତିକ୍ରମ କଲା 1.5 ଲକ୍ଷ । ଅଧିକ ପଢନ୍ତୁ...

ଦେଶରେ 5 ଲକ୍ଷ ପାର କଲା କୋରୋନା ସଂକ୍ରମଣ, ମହାରାଷ୍ଟ୍ରରେ ସର୍ବାଧିକ 1.5 ଲକ୍ଷ
ଦେଶରେ 5 ଲକ୍ଷ ପାର କଲା କୋରୋନା ସଂକ୍ରମଣ, ମହାରାଷ୍ଟ୍ରରେ ସର୍ବାଧିକ 1.5 ଲକ୍ଷ

ନୂଆଦିଲ୍ଲୀ: ଦେଶରେ ସାଙ୍ଘାତିକ ହେଉଛି କୋରୋନା ପରିସ୍ଥିତି । ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଉଛି ସଂକ୍ରମିତଙ୍କ ସଂଖ୍ୟା । ବର୍ତ୍ତମାନ ଦେଶରେ ସଂକ୍ରମଣ ସଂଖ୍ୟା 5 ଲକ୍ଷ ଅତିକ୍ରମ କରିଛି । ଗତ 6 ଦିନ ମଧ୍ୟରେ ଏହା 4 ଲକ୍ଷରୁ 5 ଲକ୍ଷକୁ ଟପି ଯାଇଛି ।

ଶୁକ୍ରବାର ଗୋଟିଏ ଦିନରେ 18,552 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ପରେ ମୋଟ ସଂକ୍ରମଣ ସଂଖ୍ୟା 5,08,953ରେ ପହଞ୍ଚିଛି । ସେମାନଙ୍କ ମଧ୍ଯରୁ 2.95 ଲକ୍ଷ ସୁସ୍ଥ ହୋଇଛନ୍ତି । 384 ଜଣଙ୍କ ଜୀବନ ଯିବା ପରେ ଦେଶରେ ମୃତ୍ୟୁ ସଂଖ୍ୟା 15,685 ଛୁ୍ଇଁଛି । ପ୍ରଥମ ଥର ଗୋଟିଏ ଦିନରେ 18 ହଜାର କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ମହାରାଷ୍ଟ୍ରରେ ଗତ 24 ଘଣ୍ଟାରେ ସଂକ୍ରମିତ ମାମଲା 5,024 ପାର କରିଥିବାବେଳେ ମୋଟ ସଂକ୍ରମିତ ମାମଲା 1.5 ଲକ୍ଷରେ ପହଞ୍ଚିଛି । ମହାରାଷ୍ଟ୍ରରେ 7106 ଜଣ ଆକ୍ରାନ୍ତଙ୍କ ଜୀବନ ଯାଇଛି । ସେହିଭଳି 65 ହଜାର 829 ସକ୍ରିୟ ରହିଛି । ସଂକ୍ରମିତଙ୍କ ମଧ୍ୟରୁ 79815 ଜଣ ସୁସ୍ଥ ହୋଇସାରିଲେଣି । ମହାରାଷ୍ଟ୍ରର ମୁମ୍ବାଇ ସର୍ବାଧିକ ପ୍ରଭାବିତ ହୋଇଛି । ଶୁକ୍ରବାର 1297 ସଂକ୍ରମିତ ଚିହ୍ନଟ ପରେ ମୋଟ ସଂକ୍ରମଣ ମାମଲା 72 ହଜାର 175ରେ ପହଞ୍ଚିଛି । 43 ଜଣଙ୍କ ପରେ ମୃତ୍ୟୁ ସଂଖ୍ୟା 4179ଜଣ ଏହି ଭୂତାଣୁ ଦ୍ବାରା ମୃତ୍ୟୁବରଣ କରିଛନ୍ତି । ସଂକ୍ରମିତ ମାମଲା ମଧ୍ୟରୁ 28244 ମାମଲା ସକ୍ରିୟ ରହିଥିବା ଜଣାପଡିଛି ।

ମହାରାଷ୍ଟ୍ରରେ 5024 ନୂଆ ମାମଲା ଚିହ୍ନଟ ହୋଇଥିବାବେଳେ ରାଜଧାନୀ ଦିଲ୍ଲୀରେ 3460 ସଂକ୍ରମିତ ରିପୋର୍ଟ ହୋଇଛି । ଏହା ବ୍ୟତୀତ ତାମିଲନାଡୁରେ 3645 କୋରୋନା ମାମଲା ସାମ୍ନାକୁ ଆସିଛି ।

Last Updated : Jun 27, 2020, 11:03 AM IST

ABOUT THE AUTHOR

...view details