ଓଡିଶା

odisha

By

Published : Jan 1, 2020, 7:18 PM IST

ETV Bharat / bharat

ବର୍ଷକୁ ଦୁଇଥର, ଭାରତ-ପାକ୍‌ ମଧ୍ୟରେ ବନ୍ଦୀ ତାଲିକା ଅଦଳାବଦଳି

ବୁଧବାର ପାକିସ୍ତାନ ନିଜ ଜେଲରେ 227 ମତ୍ସ୍ୟଜୀବୀଙ୍କ ସମେତ 55 ଭାରତୀୟ ନାଗରିକ ରହିଥିବା ସୂଚନା ଭାରତକୁ ତଥ୍ୟ ପ୍ରଦାନ କରିଛନ୍ତି। ସହିପରି ଭାରତ 99 ମତ୍ସ୍ୟଜୀବୀଙ୍କ ସମେତ 267 ପାକିସ୍ତାନୀ ଭାରତର ଜେଲରେ ରହିଥିବା ତଥ୍ୟ ହସ୍ତାନ୍ତର କରିଛନ୍ତି। ଅଧିକ ପଢନ୍ତୁ...

india and pakistan shared list of prisoners list
ଡିଜାଇନ ଫଟୋ

ନୂଆଦିଲ୍ଲୀ: ଅନେକ ବାଦବିବାଦ, ତିକ୍ତତା ମଧ୍ୟରେ ନୂଆବର୍ଷରେ ଭାରତ ଓ ପାକିସ୍ତାନ ପରସ୍ପରର ଜେଲରେ ଥିବା ବେସାମରିକ କଏଦୀ ଓ ମତ୍ସ୍ୟଜୀବୀଙ୍କ ତାଲିକା ଆଦାନପ୍ରଦାନ ହୋଇଛି । ବୁଧବାର ପାକିସ୍ତାନ ନିଜ ଜେଲରେ 227 ମତ୍ସ୍ୟଜୀବୀଙ୍କ ସମେତ 55 ଭାରତୀୟ ନାଗରିକ ରହିଥିବା ସୂଚନା ଭାରତକୁ ତଥ୍ୟ ପ୍ରଦାନ କରିଛି। ସେହିପରି ଭାରତ 99 ମତ୍ସ୍ୟଜୀବୀଙ୍କ ସମେତ 267 ପାକିସ୍ତାନୀ ଭାରତର ଜେଲରେ ରହିଥିବା ତଥ୍ୟ ହସ୍ତାନ୍ତର କରିଛି।

ସୂଚନା ଅନୁସାରେ, ୨୦୦୮ ମେ ମାସ ୨୧ରେ ହୋଇଥିବା ଇଣ୍ଡୋ-ପାକ୍‌ କାଉସର ଏକ୍‌ସେସ୍‌ ଏଗ୍ରିମେଣ୍ଟ ଅନୁସାରେ ପ୍ରତିବର୍ଷ ଦୁଇଥର ଦୁଇ ଦେଶ ପରସ୍ପର ମଧ୍ୟରେ କଏଦୀଙ୍କ ସୂଚନା ଅଦଳବଦଳ କରିବେ। ପ୍ରତିବର୍ଷ ଜାନୁୟାରୀ 1 ଓ ଜୁଲାଇ 1 ତାରିଖରେ କଏଦୀଙ୍କ ତଥ୍ୟ ଆଦାନପ୍ରଦାନ କରାଯାଇଥାଏ।

ପାକିସ୍ତାନ ନିଜ କଏଦୀଙ୍କ ତାଲିକା ଇସଲାମାବାଦ ସ୍ଥିତ ଭାରତୀୟ ଦୂତାବାସକୁ ପ୍ରଦାନ କରୁଥିବା ବେଳେ ଭାରତ ଦିଲ୍ଲୀସ୍ଥିତ ପାକିସ୍ତାନ ଦୂତାବାସରେ ଏହି ତଥ୍ୟ ପ୍ରଦାନ କରିଥାଏ । ସଦ୍ୟ ତଥ୍ୟ ଅନୁସାରେ 55 ଭାରତୀୟ ନାଗରିକ ଓ 227 ଭାରତୀୟ ନାଗରିକ କିମ୍ବା ଭାରତୀୟ ନାଗରିକ ହେବାର ଦାବି କରୁଥିବା ମତ୍ସ୍ୟଜୀବୀ ପାକିସ୍ତାନ ଜେଲରେ ବନ୍ଦୀ ଭାବରେ ରହିଛନ୍ତି।

ABOUT THE AUTHOR

...view details