ଓଡିଶା

odisha

By

Published : Aug 3, 2020, 9:04 PM IST

ETV Bharat / bharat

ପଞ୍ଜାବ ପୋଲିସର ସ୍ବତନ୍ତ୍ର ଅଭିଯାନ: ମଇ 18ରୁ ଅଗଷ୍ଟ 1 ମଧ୍ୟରେ 4,606 ଲିଟର ମଦ ଜବତ

ପଞ୍ଜାବ ପୋଲିସର ସ୍ବତନ୍ତ୍ର ଅଭିଯାନ । ପଞ୍ଜାବରେ ବିଷାକ୍ତ ମଦ ପିଇ 104 ଜଣ ପ୍ରାଣ ହରାଇଥିବା ହୋଚ ଦୁର୍ଘଟଣା ପରେ ଲୁଧିଆନା ପୋଲିସ ବେଆଇନ ମଦ ଉତ୍ପାଦନ ରାକେଟକୁ ଠାବ କରି ମଇ 18ରୁ ଅଗଷ୍ଟ 1 ମଧ୍ୟରେ 4,606 ଲିଟର ବିଦେଶୀ ମଦ ଲୁଧିଆନା ପୋଲିସ ଜବତ କରିଛି । ଅଧିକ ପଢନ୍ତୁ...

ପଞ୍ଜାବ ପୋଲିସର ସ୍ବତନ୍ତ୍ର ଅଭିଯାନ, ମେ 18 ରୁ ଅଗଷ୍ଟ 1 ମଧ୍ୟରେ 4,606 ଲିଟର ମଦ ଜବତ
ପଞ୍ଜାବ ପୋଲିସର ସ୍ବତନ୍ତ୍ର ଅଭିଯାନ, ମେ 18 ରୁ ଅଗଷ୍ଟ 1 ମଧ୍ୟରେ 4,606 ଲିଟର ମଦ ଜବତ

ଚଣ୍ଡିଗଡ଼: ପଞ୍ଜାବ ପୋଲିସର ସ୍ବତନ୍ତ୍ର ଅଭିଯାନ । ମଇ 18ରୁ ଅଗଷ୍ଟ 1 ମଧ୍ୟରେ ଅଧିକ ମାତ୍ରାରେ ବେଆଇନ ମଦ ଜବତ କରିଛି ଲୁଧିଆନା ପୋଲିସ । ପଞ୍ଜାବରେ ବିଷାକ୍ତ ମଦ ପିଇ 104 ଜଣ ପ୍ରାଣ ହରାଇଥିବା ହୋଚ ଦୁର୍ଘଟଣା ପରେ ଲୁଧିଆନା ପୋଲିସ ବେଆଇନ ମଦ ଉତ୍ପାଦନ ରାକେଟକୁ ଠାବ କରି 2 ଲକ୍ଷ ଲିଟରରୁ ଅଧିକ ମହୁଲ ଏବଂ 1,612 ଲିଟର ବେଆଇନ ମଦ ରବିବାର ଜବତ କରିଛି । କିନ୍ତୁ ମଇ 18 ରୁ ଅଗଷ୍ଟ 1 ମଧ୍ୟରେ 4,606 ଲିଟର ବିଦେଶୀ ମଦ ଲୁଧିଆନା ପୋଲିସ ଜବତ କରିଛି ବୋଲି କହିଛି ।

ଲୁଧିଆନା ପୋଲିସ କମିଶନରଙ୍କ କାର୍ଯ୍ୟାଳୟ ଦ୍ବାରା ପ୍ରକାଶିତ ଏକ ପ୍ରେସ ନୋଟରେ କୁହାଯାଇଛି ଯେ, ପୋଲିସ 2 ମାସ ପୂର୍ବରୁ ବେଆଇନ ମଦ ଏହାର ବିଶୋଧନ ଏବଂ ପରବର୍ତ୍ତୀ ଚୋରା କାରବାର ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଥିଲା । ଏହି ସ୍ବତନ୍ତ୍ର ଅଭିଯାନ ଏକ ଆଣ୍ଟି-ସ୍ମଗଲିଂ ସେଲ୍ ଦ୍ୱାରା ପରିଚାଳିତ ହୋଇଥିଲା, ଯାହା ଏହି ମିଶନର ଦାୟିତ୍ବ ନେବାକୁ ଦୁଇମାସ ପୂର୍ବେ ଉତ୍ସର୍ଗୀକୃତ ଭାବରେ ଗଠିତ ହୋଇଥିଲା ।

301 ଜଣ ଚୋରା ଚାଲାଣକାରୀଙ୍କ ଗିରଫଦାରୀ ସହିତ ମେ-ମଧ୍ୟଭାଗରୁ ଅଗଷ୍ଟ ମାସ ମଧ୍ୟରେ 270 ରୁ ଅଧିକ ଏଫ୍ଆଇଆର୍ ପଞ୍ଜୀକୃତ ହୋଇଥିବା ଏହି ଡକ୍ୟୁମେଣ୍ଟରେ ପ୍ରକାଶ ପାଇଛି। ଅନ୍ୟ ସୂତ୍ରରୁ ଏହା ମଧ୍ୟ ଜଣାପଡିଛି ଯେ ଆଣ୍ଟି-ସ୍ମଗଲିଂ ସେଲ୍ ମଧ୍ୟ ପ୍ରାୟ 50,000 ଲିଟର ମହୁଲକୁ ନଷ୍ଟ କରି ଦେଇଛି । ତେବେ ଏହି ଘଟଣାରେ ଲୁଧିଆନା ପୋଲିସ 12 ଜଣଙ୍କ ବିରୋଧରେ ରବିବାର ଦିନ ଏଫଆଇଆର ପଞ୍ଜିକରଣ କରିଛି ।

ABOUT THE AUTHOR

...view details