ଓଡିଶା

odisha

By

Published : Dec 11, 2020, 4:29 PM IST

Updated : Dec 11, 2020, 4:49 PM IST

ETV Bharat / bharat

ଜେପି ନଡ୍ଡାଙ୍କୁ ଆକ୍ରମଣ ଘଟଣା: ପଶ୍ଚିମବଙ୍ଗ ପୋଲିସ ଡିଜି ଓ ମୁଖ୍ୟ ଶାସନ ସଚିବଙ୍କୁ ସମନ

ପଶ୍ଚିମବଙ୍ଗ ପୋଲିସ ମହାନିର୍ଦ୍ଦେଶକ ଏବଂ ମୁଖ୍ୟ ଶାସନ ସଚିବଙ୍କୁ ସମନ ଜାରି କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । କୋଲକାତାର ଡାଇମଣ୍ଡ ହାର୍ବରରେ ଏକ ସମ୍ମିଳନୀର ଯୋଗ ଦେବାକୁ ଗଲା ବେଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ବିଜେପି ନେତା କୈଳାସ ବିଜୟବର୍ଗିୟଙ୍କ ଉପରେ ଆକ୍ରମଣ ହୋଇଥିଲା। ଅଧିକ ପଢ଼ନ୍ତୁ...

Home Ministry summoned west bengal state chief secretary and police DG regarding attack on jp nadda
ଜେପି ନଡ୍ଡାଙ୍କ ଉପରେ ଆକ୍ରମଣ: ପଶ୍ଚିମବଙ୍ଗ ପୋଲିସ ଡିଜି ଓ ମୁଖ୍ୟ ଶାସନ ସଚିବଙ୍କୁ ସମନ

କୋଲକାତା:ପଶ୍ଚିମବଙ୍ଗ ପୋଲିସ ମହାନିର୍ଦ୍ଦେଶକ ଏବଂ ମୁଖ୍ୟ ଶାସନ ସଚିବଙ୍କୁ ସମନ ଜାରି କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଗତକାଲି(ଗୁରୁବାର) କୋଲକାତାର ଡାଇମଣ୍ଡ ହାର୍ବରରେ ଏକ ସମ୍ମିଳନୀରେ ଯୋଗ ଦେବାକୁ ଗଲା ବେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ବିଜେପି ନେତା କୈଳାସ ବିଜୟବର୍ଗିୟଙ୍କ କାରକେଡକୁ ଆକ୍ରମଣ ହୋଇଥିଲା। ଏହି ସମୟରେ ସେମାନଙ୍କ ସହ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ମଧ୍ୟ ଉପସ୍ଥିତ ଥିଲେ। କିଛି ପ୍ରଦର୍ଶନକାରୀ ତାଙ୍କ କାର ଉପରକୁ ଇଟା ପଥର ମାଡ଼ି କରିଥିଲେ।

ଏହି ଘଟଣାକୁ ନେଇ ଗୃହମନ୍ତ୍ରୀ ଅମିତ ଶାହା ପ୍ରଥମେ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ଏକ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଆଜି(ଶୁକ୍ରବାର) ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକର ଗୃହ ମନ୍ତ୍ରାଳୟକୁ ଏକ ରିପୋର୍ଟ ପଠାଇଥିଲେ। ଏହାପରେ ଅମିତ ଶାହ ଘଟଣାକୁ ନେଇ ପଶ୍ଚିମବଙ୍ଗ ପୋଲିସ ମହାନିର୍ଦ୍ଦେଶକ ଏବଂ ମୁଖ୍ୟ ଶାସନ ସଚିବଙ୍କୁ ସମନ ଜାରି କରିଛନ୍ତି।

ଏହାସହ ଜେପି ନଡ୍ଡାଙ୍କୁ ଆକ୍ରମଣ ଘଟଣା ନେଇ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକର ରାଜ୍ୟ ପୋଲିସକୁ ଭତ୍ସର୍ନା କରିଛନ୍ତି। ଏହାସହ ସେ ମଧ୍ୟ ପଶ୍ଚିମବଙ୍ଗ ପୋଲିସ ମହାନିର୍ଦ୍ଦେଶକ ବିରେନ୍ଦ୍ର ଓ ମୁଖ୍ୟ ଶାସନ ସଚିବ ବନ୍ଦ୍ୟୋପାଧ୍ୟାୟଙ୍କୁ ତାଙ୍କୁ ଭେଟିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ଦୁହେଁ ରାଜଭବନରେ ସନ୍ଧ୍ୟା 6ଟାରେ ଭେଟିବେ ବୋଲି ସୂଚନା ମିଳିଛି। ଏହି ସମୟରେ ରାଜ୍ୟପାଳ ମଧ୍ୟ ପୋଲିସ ମହାନିର୍ଦ୍ଦେଶକ ବିରେନ୍ଦ୍ର ଓ ମୁଖ୍ୟ ଶାସନ ସଚିବଙ୍କୁ ଘଟଣାକୁ ନେଇ ରିପୋର୍ଟ ଆଣିବାକୁ କହିଛନ୍ତି।

ପଶ୍ଚିମବଙ୍ଗରେ ବିଭିନ୍ନ ମୁଦ୍ଦାକୁ ନେଇ ପଶ୍ଚିମବଙ୍ଗ ପୋଲିସ ମହାନିର୍ଦ୍ଦେଶକ ଓ ମୁଖ୍ୟ ଶାସନ ସଚିବ ରାଜ୍ୟପାଳଙ୍କୁ କୌଣସି ସୂଚନା ଦେଉନଥିବା ଅଭିଯୋଗ ହୋଇଛି। ଏହାସହ ଗତକାଲି(ଗୁରୁବାର) ହୋଇଥିବା ଜେପି ନଡ୍ଡାଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ମଧ୍ୟ ରାଜ୍ୟପାଳଙ୍କୁ କୌଣସି ସୂଚନା ଦିଆଯାଇନଥିବା ସୂଚନା ମିଳିଛି। ଏହି ଘଟଣାକୁ ନେଇେ ବରିଷ୍ଠ ବିଜେପି ନେତା ନିନ୍ଦା କରିଛନ୍ତି। ତୃଣମୂଳ କଂଗ୍ରେସ କର୍ମୀ ଏହି ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି। ଏହା ବିରୋଧରେ ପଶ୍ଚିମବଙ୍ଗରେ ବିଜେପି କର୍ମୀମାନେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାସ୍ତାରୋକ କରିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 11, 2020, 4:49 PM IST

ABOUT THE AUTHOR

...view details