ଓଡିଶା

odisha

By

Published : Oct 16, 2020, 1:16 PM IST

ETV Bharat / bharat

ହାଥରସ ପୀଡିତାଙ୍କ ଭୁଲ୍ ଫଟୋ ଭାଇରାଲ ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ଦିଲ୍ଲୀ ହାଇକୋର୍ଟ

ଜଣେ ବ୍ୟକ୍ତିଙ୍କ ମୃତ ପତ୍ନୀଙ୍କ ଫଟୋକୁ ହାଥରସ ପୀଡିତା ବୋଲି ଦର୍ଶାଯାଇ ସୋସିଆଲ ମିଡିଆରେ ଭାଇରାଲ କରାଯାଉଥିବା ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ଇମଫରମେସନ ଟେକ୍ନୋଲୋଜି ମନ୍ତ୍ରଣାଳୟକୁ ଦିଲ୍ଲୀ ହାଇକୋର୍ଟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ହାଥରସ ପିଡିତାଙ୍କ ଭୁଲ୍ ଫଟୋ ଭାଇରାଲ ଘଟଣା
ହାଥରସ ପିଡିତାଙ୍କ ଭୁଲ୍ ଫଟୋ ଭାଇରାଲ ଘଟଣା

ନୂଆଦିଲ୍ଲୀ: ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଉପରେ ଶୀଘ୍ର ତଦନ୍ତ କରିବାକୁ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇମଫରମେସନ ଟେକ୍ନୋଲୋଜି ମନ୍ତ୍ରଣାଳୟକୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ବ୍ୟକ୍ତିଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ମୃତ ପତ୍ନୀଙ୍କ ଫଟୋ ହାଥରସ ପୀଡିତା ବୋଲି ଦର୍ଶାଯାଇ ସୋସିଆଲ ମିଡିଆରେ ଭାଇରାଲ କରାଯାଉଛି । ଦିଲ୍ଲୀ ହାଇକୋର୍ଟରୁ ତଦନ୍ତ ନିର୍ଦ୍ଦେଶ ପାଇବା ପରେ ଇମଫରମେସନ ଟେକ୍ନୋଲୋଜି ମନ୍ତ୍ରଣାଳୟ ଆବେଦନକାରୀଙ୍କ ଅଭିଯୋଗକୁ ଦେଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଯଦି ଆବେଦନକାରୀଙ୍କ ଅଭିଯୋଗ ସଠିକ୍ ବୋଲି ଜଣାପଡେ ତେବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଅଭିଯୋଗକାରୀ ଅଜୟ କୁମାର କହିଛନ୍ତି ଯେ, ତାଙ୍କ ମୃତ ପତ୍ନୀଙ୍କ ଫଟୋକୁ ହାଥରସ ପୀଡିତା ଦର୍ଶାଯାଇ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ କରାଯାଉଛି । ତେବେ ଅଭିଯୋଗର ଶୁଣାଣି ସମୟରେ ଅଜୟ କୁମାରଙ୍କ ଓକିଲ କୋର୍ଟଙ୍କୁ କହିଛନ୍ତି ଯେ, ଅନ୍ୟଥା, ଦୁଷ୍କର୍ମ ପୀଡିତାଙ୍କ ପରିଚୟର ଖୁଲାସା ଭାରତୀୟ ଦଣ୍ଡବିଧି ଆଇନ ଅନୁଯାୟୀ ଅପରାଧ ଅଟେ । କିନ୍ତୁ ବର୍ତ୍ତମାନ ମାମଲାରେ ଜଣେ ଭୁଲ ମହିଳାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

For All Latest Updates

ABOUT THE AUTHOR

...view details