ଓଡିଶା

odisha

By

Published : Jul 15, 2020, 6:39 PM IST

ETV Bharat / bharat

‘ଭଲ ଇଂରାଜୀ କହିବା, ଭଲ ଭାଷଣ ସବୁକିଛି ନୁହେଁ’

ଭଲ ଇଂରାଜୀ କହିବା, ଭଲ ଭାଷଣ ଦେବା କିମ୍ବା ସୁନ୍ଦର ଚେହେରା ସବୁକିଛି ନୁହେଁ । ବରଂ ନିଜ ଦେଶ ପ୍ରତି ଭଲପାଇବା, ଆଦର୍ଶ, ନୀତି ଓ ପ୍ରତିବଦ୍ଧତା ବେଶ ଗୁରୁତ୍ବପୂର୍ଣ୍ଣ । ’ ସଚିନ ପାଇଲଟଙ୍କ ଉଦ୍ଦେଶ୍ୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ଏହା ପ୍ରକାଶ କରିଛନ୍ତି । ଏହା ସହ ଗଣମାଧ୍ୟମର କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି । ଅଧିକ ପଢନ୍ତୁ...

‘ଭଲ ଇଂରାଜୀ କହିବା, ଭଲ ଭାଷଣ ସବୁକିଛି ନୁହେଁ’
‘ଭଲ ଇଂରାଜୀ କହିବା, ଭଲ ଭାଷଣ ସବୁକିଛି ନୁହେଁ’

ଜୟପୁର: ‘ଭଲ ଇଂରାଜୀ କହିବା, ଭଲ ଭାଷଣ ଦେବା କିମ୍ବା ସୁନ୍ଦର ଚେହେରା ସବୁକିଛି ନୁହେଁ । ବରଂ ନିଜ ଦେଶ ପ୍ରତି ଭଲପାଇବା, ଆଦର୍ଶ, ନୀତି ଓ ପ୍ରତିବଦ୍ଧତା ବେଶ ଗୁରୁତ୍ବପୂର୍ଣ୍ଣ । ’ ସଚିନ ପାଇଲଟଙ୍କ ଉଦ୍ଦେଶ୍ୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ଏହା ପ୍ରକାଶ କରିଛନ୍ତି । ଏହା ସହ ଗଣମାଧ୍ୟମର କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି ।

‘ଭଲ ଇଂରାଜୀ କହିବା, ଭଲ ଭାଷଣ ସବୁକିଛି ନୁହେଁ’

ସେହିପରି ଜାତୀୟ ଗଣମାଧ୍ୟମ ଗୁଡିକ ସତ୍ୟକୁ ସମର୍ଥନ କରିବା ଉଚିତ ବୋଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ଗଣତନ୍ତ୍ରକୁ ହତ୍ୟା କରୁଥିବା ଲୋକମାନେ ଦିଲ୍ଲୀରେ ଶାସନ କରୁଛନ୍ତି, ସେମାନେ ଘୋଡା ବେପାର କରୁଛନ୍ତି । ସରକାରଙ୍କୁ ଭାଙ୍ଗୁଛନ୍ତି । ଯଦି ଗଣମାଧ୍ୟମକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଉଛି, ତେବେ ସେମାନଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିବା ଉଚିତ ବୋଲି ଗେହେଲଟ କହିଛନ୍ତି ।

ଆଜି ଗଣମାଧ୍ୟମ ଓଲଟା କାମ କରୁଛି ଓ ସେହିମାନଙ୍କୁ ଗୁଡିକୁ ସମର୍ଥନ କରୁଛି ଯେଉଁମାନେ ବିଜେପି ଦ୍ବାରା ବନ୍ଧକ ରହିଛନ୍ତି । ଏପରିକି ଏହି ମାମଲାରେ ଯେଉଁମାନେ ଟଙ୍କା ନେଇଛନ୍ତି ଓ ଘୋଡା କାରବାର କରିଛନ୍ତି ତାର ପ୍ରମାଣ ରହିଥିବା ସେ ଉଲ୍ଲେଖ କରିଛନ୍ତି ।

ଅନ୍ୟପକ୍ଷରେ ସେ ନିଜ ସଂପର୍କରେ ଉଲ୍ଲେଖ କରି କହିଛନ୍ତି ଯେ, ସେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଓ 40 ବର୍ଷରୁ ଅଧିକ ସମୟ ଧରି ରାଜନୀତି କରିଆସୁଛନ୍ତି । ବର୍ତ୍ତମାନ ନୂତନ ପୀଢିଙ୍କ ସମୟ ଆସିଛି । ଆମେ ସେମାନଙ୍କୁ ଭଲପାଉ ଓ ଆସନ୍ତାକାଲି ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଅଟେ ବୋଲି ଗେହଲଟ ପ୍ରକାଶ କରିଛନ୍ତି ।

ଯେଉଁ ନୂତନ ପୀଢି ଆସିଛି, ଯାହାକୁ ଆମେ ପସନ୍ଦ କରୁ ନଥିବା କୁହାଯାଉଛି । ଏହା ସମ୍ପୂର୍ଣ୍ଣ ଭୁଲ୍ । ରାହୁଲ ଗାନ୍ଧୀ ସେମାନଙ୍କୁ ପସନ୍ଦ କରନ୍ତି, ସୋନିଆ ଗାନ୍ଧୀ ବି ପସନ୍ଦ କରନ୍ତି ଏପରିକି ଅଶୋକ ଗେହେଲଟ ମଧ୍ୟ ନୂତନ ପୀଢିଙ୍କୁ ପସନ୍ଦ କରନ୍ତି ।

ଗେହେଲଟ କହିଛନ୍ତି, ମୁଁ ଆଗରୁ ମଧ୍ୟ କହିଛି, ପୂର୍ବ ଅପେକ୍ଷା ଆମେ ଭଲ କାମ କରିପାରିବା । ଆମ ସମୟରେ କୌଣସି ଯୋଗାଯୋଗର ସୁବିଧା ନଥିଲା । ଆଜି ଆଇଟି, ମୋବାଇଲ୍ ଫୋନ, ମିଡିଆର ଯୁଗ । ଏହା ମାଧ୍ୟମରେ ଆମେ ଦେଶ ପାଇଁ ଭଲ ପ୍ରଦର୍ଶନ କରିପାରିବା ।

କିନ୍ତୁ ଯଦି ଲୋକେ ଘୋଡା କାରବାରକୁ ପସନ୍ଦ କରନ୍ତି ବା ପ୍ରୋତ୍ସାହିତ କରନ୍ତି । ତେବେ ଏହି ନୂତନ ପୀଢିର ଲୋକମାନେ ଘୋଡା କାରବାରର ଅଂଶ ହୋଇଯିବେ । ତେବେ ସେମାନେ ଦେଶକୁ ନଷ୍ଟ କରିବେ । ଏହା ଗଣମାଧ୍ୟମକୁ ଦେଖାଯିବା ଉଚିତ ବୋଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details