ଓଡିଶା

odisha

By

Published : Jun 2, 2020, 8:47 PM IST

ETV Bharat / bharat

ନିର୍ଦ୍ଧାରିତ ସମୟରେ ଆସିବ ରାଫେଲ ବିମାନ: ରାଜନାଥ

ଉଭୟ ନେତା କୋଭିଡ-19 ପରିସ୍ଥିତି ଉପରେ ଆଲୋଚନା କରିଥିଲେ । ଉଭୟ ଦେଶର ସଶସ୍ତ୍ର ବାହିନୀ କୋରୋନା ମୁକାବିଲାରେ ସକ୍ରିୟ ଭୂମିକା ନେଇଥିବାରୁ ସେମାନଙ୍କୁ ଦୁଇ ନେତା ପ୍ରଶଂସା କରିଥିଲେ । ଅଧିକ ପଢନ୍ତୁ...

ନିର୍ଦ୍ଧାରିତ ସମୟରେ ଆସିବ ରାଫେଲ ବିମାନ: ରାଜନାଥ
ନିର୍ଦ୍ଧାରିତ ସମୟରେ ଆସିବ ରାଫେଲ ବିମାନ: ରାଜନାଥ

ନୂଆଦିଲ୍ଲୀ: ଦେଶକୁ ନିର୍ଦ୍ଧାରିତ ସମୟରେ ଆସିବ ରାଫେଲ ବିମାନ । କୋଭିଡ-19 ମହାମାରୀ ସତ୍ତ୍ବେ ବିମାନ ଡେଲିଭରୀରେ କୌଣସି ପ୍ରକାର ବିଳମ୍ବ ହେବ ନାହିଁ । ଏନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସୂଚନା ଦେଇଛନ୍ତି ।

ଫ୍ରାନ୍ସର ଆର୍ମଡ ଫୋର୍ସର ମନ୍ତ୍ରୀଙ୍କ ସହ ଏହା ବିଷୟରେ ମଙ୍ଗଳବାର ସେ ଟେଲିଫୋନରେ କଥାବାର୍ତ୍ତା କରିଥିବା ଟ୍ବିଟ୍ ଦ୍ବାରା ସୂଚନା ଦେଇଛନ୍ତି । ଉଭୟ ନେତା କୋଭିଡ 19 ପରିସ୍ଥିତି ଉପରେ ଆଲୋଚନା କରିଥିଲେ । ଉଭୟ ଦେଶର ସଶସ୍ତ୍ର ବାହିନୀ କୋରୋନା ମୁକାବିଲାରେ ସକ୍ରିୟ ଭୂମିକା ନେଇଥିବାରୁ ସେମାନଙ୍କୁ ଦୁଇ ନେତା ପ୍ରଶଂସା କରିଥିଲେ । ସେହିପରି ଭାରତରେ ରାଫେଲ ସଠିକ୍ ସମୟରେ ଡେଲିଭରୀ ହେବା ନେଇ ଫ୍ରାନ୍ସ ସରକାର ପ୍ରତିଶ୍ରୁତି ଦେଇଥିବା ରାଜନାଥ କହିଛନ୍ତି । କୋଭିଡ-19 ବିପଦ ସତ୍ତ୍ବେ ଏହା ଉପରେ କୌଣସି ପ୍ରଭାବ ପଡିବନି ବୋଲି ସେ କହିଛନ୍ତି । ଏବର୍ଷ ଜୁଲାଇ ଶେଷ ସୁଦ୍ଧା ଭାରତରେ ଏହି ବିମାନର ଡେଲିଭରୀ ହେବା ନେଇ ନିଶ୍ଚିତ ହୋଇଛି ।

ଏହାସହ ଉଭୟ ନେତା ଆଞ୍ଚଳିକ ସୁରକ୍ଷା, କୋଭିଡ-19 ପରିସ୍ଥିତି ଉପରେ ଆଲୋଚନା କରିଥିଲେ । ସେହିପରି 2 ଦେଶ ମଧ୍ୟରେ ଦ୍ବିପାକ୍ଷିକ ଓ ପ୍ରତିରକ୍ଷା ସମ୍ପର୍କ ଦୃଢ କରିବା ଉପରେ ସହମତି ପ୍ରକାଶ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ ଏବର୍ଷ ମେ ଶେଷ ସୁଦ୍ଧା ରାଫେଲ ବିମାନ ଭାରତରେ ପହଞ୍ଚିବାର କାର୍ଯ୍ୟକ୍ରମ ଥିଲା । ହେଲେ କୋରୋନା ଯୋଗୁଁ ଏହାକୁ 2 ମାସ ଘୁଞ୍ଚାଇ ଦିଆଯାଇଛି । ସେପ୍ଟେମ୍ବର 2016ରେ ଫ୍ରାନ୍ସ ସହ ଭାରତ 36ଟି ରାଫେଲ ବିମାନ ପାଇଁ 60 ହଜାର କୋଟି ଟଙ୍କାର ଚୁକ୍ତି ସ୍ବାକ୍ଷର କରିଛି ।

ABOUT THE AUTHOR

...view details