ଓଡିଶା

odisha

By

Published : Feb 9, 2020, 11:13 PM IST

ETV Bharat / bharat

ସପରିବାର ଷ୍ଚାଚ୍ୟୁ ଅଫ ୟୁନିଟି ବୁଲିଲେ ରଞ୍ଜନ ଗୋଗୋଇ

ବିଶ୍ବର ସର୍ବୋଚ୍ଚ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟିର ପରିଦର୍ଶନ କରି ଖୁସିରେ ବିଭୋର ହେଲେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ରଞ୍ଜନ ଗୋଗୋଇ। ଏହାସହ ଗୁଜୁରାଟ ବାସୀଙ୍କ ଏହି ରେକର୍ଡ ପାଇଁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛନ୍ତି ଗୋଗୋଇ। ଅଧିକ ଖବର ପଢନ୍ତୁ...

_Former Chief Justice
ଅଷ୍ଟମ ଆଶ୍ଚର୍ଯ୍ୟ ପରିଦର୍ଶନରେ ସପରିବାରେ ରଞ୍ଜନ ଗୋଗୋଇ

ଗାନ୍ଧୀନଗର: ବିଶ୍ବର ସର୍ବୋଚ୍ଚ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟିର ପରିଦର୍ଶନରେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ରଞ୍ଜନ ଗୋଗୋଇ। ସପରିବାର ଗୋଗୋଇ ଗୁଜୁରାଟରେ ଥିବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତି ପରିଦର୍ଶନରେ ଯାଇଛନ୍ତି। ଏହାସହ କାକତର ବଗିଚା, ବଟର ଫ୍ଲାଏ ଗାର୍ଡେନ ମଧ୍ୟ ବୁଲି ଦେଖିଛନ୍ତି ।

ଅଷ୍ଟମ ଆଶ୍ଚର୍ଯ୍ୟ ପରିଦର୍ଶନରେ ସପରିବାରେ ରଞ୍ଜନ ଗୋଗୋଇ

ସୂଚନା ଅନୁସାରେ, ଆଜି ସନ୍ଧ୍ୟାରେ ଅବସରପ୍ରାପ୍ତ ମୁଖ୍ୟ ବିଚାରପତି କାଭାଡିଆ ବିମାନବନ୍ଦରରେ ପହଞ୍ଚିଥିଲେ। ଆଜିର ଦିନ ତାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଦିନ। ଅବସର ପରେ ବି ଗୋଟିଏ ମହାନ ଦେଶର ସେବା କରିବାକୁ ଉତ୍ସାହିତ ଥିବା ଗୋଗୋଇ ପ୍ରତିକ୍ରିୟାରେ କହିଛନ୍ତି।

ସର୍ଦ୍ଦାର ପଟେଲଙ୍କ ଏହି ବିରାଟ ପ୍ରତିମୂର୍ତ୍ତି କରି ଭାରତ ରେକର୍ଡ କରିଛି। ତେଣୁ ପ୍ରତ୍ୟେକ ପର୍ଯ୍ୟଟକ ଏହି ସ୍ଥାନ ପରିଦର୍ଶନ ପରେ ଏପରି ଭାବୁଥିବେ। ଗୁଜୁରାଟରେ ଥିବା ବିଶ୍ବର ଉଚ୍ଚତ୍ତମ ପ୍ରତିମୂର୍ତ୍ତି 'ଷ୍ଟାଚ୍ୟୁ ଅଫ ୟୁନିଟି' ଇତିହାସ ସୃଷ୍ଟି କରିଛି। ଏନେଇ ଗୁଜୁରାଟ ବାସୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ।

ABOUT THE AUTHOR

...view details