ଓଡିଶା

odisha

By

Published : Sep 11, 2020, 11:53 AM IST

ETV Bharat / bharat

ମସ୍କୋରେ ଋଷ ସହ ଚୀନ ବୈଦେଶିକ ମନ୍ତ୍ରୀଙ୍କୁ ଭେଟିଲେ ଜୟଶଙ୍କର

ଆରଆଇସି ଅନୁସାରେ, ତିନି ଦେଶର ବୈଦେଶିକ ମନ୍ତ୍ରୀମାନେ ସେମାନଙ୍କର ଆଗ୍ରହର ଦ୍ବିପାକ୍ଷିକ, ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ସମୟ ସମୟରେ ସାକ୍ଷାତ କରନ୍ତି । ସେହି କ୍ରମରେ ଗୁରୁବାର ମସ୍କୋଠାରେ ପୁଣି ଥରେ ହୋଇଥିଲା ଋଷ, ଭାରତ ଏବଂ ଚୀନ (ଆରଆଇସି) ବୈଠକ । ଅଧିକ ପଢ଼ନ୍ତୁ...

foreign-ministers-of-russia-india-china-meet-in-moscow, ରଷ ସହ ଚୀନ ବୈଦେଶିକ ମନ୍ତ୍ରୀଙ୍କୁ ଭେଟିଲେ ଜୟଶଙ୍କର
ମସ୍କୋରେ ରଷ ସହ ଚୀନ ବୈଦେଶିକ ମନ୍ତ୍ରୀଙ୍କୁ ଭେଟିଲେ ଜୟଶଙ୍କର

ମସ୍କୋ: ଋଷ, ଭାରତ ଏବଂ ଚୀନର ବୈଦେଶିକ ମନ୍ତ୍ରୀମାନେ ଗୁରୁବାର ମସ୍କୋରେ ସଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକରେ ଆଲୋଚନା କରି ତ୍ରିପାକ୍ଷିକ ସହଯୋଗକୁ ଆହୁରି ମଜବୁତ କରିବା ସହିତ ଅନ୍ତର୍ଜାତୀୟ ତଥା ଆଞ୍ଚଳିକ ସ୍ଥରର ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଗୁଡ଼ିକ ଉପରେ ମତ ବିନିମୟ କରିଛନ୍ତି।

ଆରଆଇସି ପ୍ରକ୍ରିୟାର ଅଧ୍ୟକ୍ଷତା କରି ଋଷର ପ୍ରତିରକ୍ଷା ମନ୍ତ୍ରୀ ସର୍ଗି ଲାଭରୋଭ ଓ ଚୀନ ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଟ୍ବିଟ କରି କହିଛନ୍ତି ଯେ, ‘‘ମସ୍କୋରେ ବୈଦେଶିକ ମନ୍ତ୍ରୀ ସର୍ଗି ଲାଭରୋଭଙ୍କ ଦ୍ବାରା ଆୟୋଜିତ ଆରଆଇସି ବୈଦେଶିକ ମନ୍ତ୍ରୀ ବୈଠକରେ ଯୋଗ ଦେଇଥିଲି। ତାଙ୍କର ଆନ୍ତରିକ ଆତିଥ୍ୟ ପାଇଁ ତାଙ୍କୁ ଧନ୍ୟବାଦ।’’

ଆରଆଇସି ଅନୁସାରେ, ତିନି ଦେଶର ବୈଦେଶିକ ମନ୍ତ୍ରୀମାନେ ସେମାନଙ୍କର ଆଗ୍ରହର ଦ୍ବିପାକ୍ଷିକ, ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ସମୟ ସମୟରେ ସାକ୍ଷାତ କରନ୍ତି । ବୈଠକ ପରେ ଜାରି ହୋଇଥିବା ମିଳିତ ପ୍ରେସ ବିଜ୍ଞପ୍ତି ଅନୁଯାୟୀ, ତିନିଜଣ ମନ୍ତ୍ରୀ ଋଷ-ଭାରତ-ଚୀନ ତ୍ରିପାକ୍ଷିକ ସହଯୋଗକୁ ଆହୁରି ମଜବୁତ କରିବା ସହିତ ପାରସ୍ପରିକ ବୁଝାମଣା, ବନ୍ଧୁତା ଏବଂ ବିଶ୍ବାସର ଆଭିମୁଖ୍ୟରେ ଆନ୍ତର୍ଜାତୀୟ ତଥା ଆଞ୍ଚଳିକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ମତ ବିନିମୟ କରିଛନ୍ତି ।

ସେମାନେ କହିଛନ୍ତି ଯେ ତିନି ଦେଶର ସାଧାରଣ ବିକାଶ ଏବଂ ସହଯୋଗ ବିଶ୍ବ ଅଭିବୃଦ୍ଧି, ଶାନ୍ତି ଏବଂ ସ୍ଥିରତାକୁ ପ୍ରୋତ୍ସାହିତ କରିବାରେ ସହାୟକ ହୋଇଥାଏ। ଦ୍ବିତୀୟ ବିଶ୍ବଯୁଦ୍ଧ ବିଜୟର 75 ତମ ବାର୍ଷିକୀ ତଥା ମିଳିତ ଜାତିସଂଘ ସୃଷ୍ଟି ହେବାର 75 ତମ ବାର୍ଷିକୀ ଅବସରରେ ଜୁନ 23 ହୋଇଥିବା ସେମାନଙ୍କର ଭିଡିଓ-କନଫରେନ୍ସକୁ ମନେ ପକାଇ ମନ୍ତ୍ରୀମାନେ ଅନ୍ତର୍ଭୂକ୍ତ ବହୁପକ୍ଷୀୟତା ତଥା ଆନ୍ତର୍ଜାତୀୟ ଆଇନର ସର୍ବଭାରତୀୟ ସ୍ତରରେ ସ୍ବୀକୃତିପ୍ରାପ୍ତ ନୀତିକୁ ସମ୍ମାନ ଜଣାଇଛନ୍ତି।

ଅଗଷ୍ଟ 2019 ରେ ଭାରତ ଦ୍ବାରା ଆୟୋଜିତ ଆଞ୍ଚଳିକ ପ୍ରସଙ୍ଗ ଉପରେ ଦ୍ବିତୀୟ ଆରଆଇସି ଡିଜି ସ୍ତରୀୟ ପରାମର୍ଶ ଏବଂ ସେପ୍ଟେମ୍ବର 2019ରେ ଚୀନ ଦ୍ବାରା ଆୟୋଜିତ 17 ତମ ଆରଆଇସି ଏକାଡେମିକ ଏକ୍ସଚେଞ୍ଜ ସମ୍ମିଳନୀ ପରି ଆରଆଇସି ଢାଞ୍ଚାରେ ଆୟୋଜିତ ମିଳିତ କାର୍ଯ୍ୟକଳାପକୁ ଜାରି ରଖିବାକୁ ସେମାନେ ପ୍ରଶଂସା କରିଥିଲେ।

କୋଭିଡ-19 ମହାମାରୀର ପ୍ରଭାବକୁ ହ୍ରାସ କରିବାରେ ତିନି ଦେଶ ଦୃଢ଼ ବୈଜ୍ଞାନିକ ଏବଂ ଶିଳ୍ପ ଦକ୍ଷତା ସହିତ ଏକ ମହତ୍ବପୂର୍ଣ୍ଣ ଯୋଗଦାନ ଦେଇପାରିବେ ବୋଲି ମନ୍ତ୍ରୀମାନେ ସହମତ ହୋଇଥିଲେ। ଲାଭ୍‌ରୋଭ ଆନୁଷ୍ଠାନିକ ଭାବରେ ଆରଆଇସିର ଅଧ୍ୟକ୍ଷତାକୁ ମସ୍କୋରେ ଚାରି ଦିନିଆ ଗସ୍ତରେ ଥିବା ଜୟଶଙ୍କରଙ୍କୁ ହସ୍ତାନ୍ତର କରିଥିଲେ ଯେଉଁଥିରେ ଉଭୟ ଭାରତ ଏବଂ ଚୀନ ସଦସ୍ୟ ରହିଛନ୍ତି ।

@PTI

ABOUT THE AUTHOR

...view details