ଓଡିଶା

odisha

By

Published : Mar 17, 2020, 5:19 PM IST

ETV Bharat / bharat

କୋରୋନା ପାଇଁ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଫୋର୍ଡାର ଚିଠି, ଡାକ୍ତରଙ୍କୁ ଦିଆଯାଉ ସ୍ବାସ୍ଥ୍ୟ ବୀମା

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଫେଡେରେସନ ଅଫ୍ ରେସିଡେଣ୍ଟ ଡକ୍ଟର ଆସୋସିଏସନର ଚିଠି । କୋରୋନା ଚିକିତ୍ସା କରୁଥିବା ଡାକ୍ତରଙ୍କୁ ସମସ୍ତ ସୁବିଧା ଦିଆଯାଉ। ଅଧିକ ଖବର ପଢନ୍ତୁ...

Union Health Minister
କୋରୋନା ପାଇଁ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଫୋର୍ଡାର ଚିଠି, ଡାକ୍ତରଙ୍କୁ ଦିଆଯାଉ ସ୍ବାସ୍ଥ୍ୟ ବୀମା

ନୂଆଦିଲ୍ଲୀ:କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଫୋର୍ଡାର( ଫେଡେରେସନ ଅଫ୍ ରେସିଡେଣ୍ଟ ଡକ୍ଟର ଆସୋସିଏସନ)ର ଚିଠି । କୋରୋନା ଆକ୍ରାନ୍ତଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ପାଇଁ ସ୍ବାସ୍ଥ୍ୟ ବୀମା ଯୋଗାଇ ଦିଆଯାଉ ।

ଏହାସହ ମାରାତ୍ମକ କୋଭିଡ୍-19 ମହାମାରୀକୁ ଦୃଷ୍ଟିରେ ରଖି ଡାକ୍ତରମାନଙ୍କ ପାଇଁ ମାସ୍କ ଓ ଅନ୍ୟାନ୍ୟ ବ୍ୟକ୍ତିଗତ ସୁରକ୍ଷା ଉପକରଣ ପ୍ରଦାନ କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି ।

ଦେଶରେ କୋରୋନା ଆକ୍ରାନ୍ତ ସଂଖ୍ୟା 134କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ରରେ 39 ପଜିଟିଭ ମଧ୍ୟରେ ପ୍ରଥମ ଆକ୍ରାନ୍ତ ମୃତ୍ୟୁ ଘଟିଛି । ପଜିଟିଭଙ୍କ ମଧ୍ୟରେ 22ଜଣ ବିଦେଶୀ ରହିଛନ୍ତି ।

ABOUT THE AUTHOR

...view details