ଓଡିଶା

odisha

By

Published : Aug 6, 2019, 12:03 PM IST

ETV Bharat / bharat

ବସ ଉପରେ ପଡିଲା ପଥରଖଣ୍ଡ, 7 ଯାତ୍ରୀ ମୃତ

ବଦ୍ରୀନାଥ ହାଇୱେରେ ଯାତ୍ରୀବାହୀ ବସ ଉପରେ ବଡ ପଥର ଖଣ୍ଡ ଖସିବାରୁ 7ଜଣ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଛନ୍ତି । ଏବେ ବି ଅନେକ ଯାତ୍ରୀ ଚାପି ହୋଇ ରହିଥିବା ସନ୍ଦେହରେ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଡେରାଡୁନ: ଉତ୍ତରାଖଣ୍ଡର ବଦ୍ରୀନାଥ ହାଇୱେରେ ବଡ ଧରଣର ଦୁର୍ଘଟଣା । ଏକ ଯାତ୍ରୀବାହୀ ବସ ଉପରେ ପଥର ଖଣ୍ଡ ଖସି 7ଜଣଙ୍କ ମୃତ୍ୟୁ ହୋଇଛି । ଅନେକ ଗୁରୁତର ଆହତ ହୋଇଥିବାବେଳେ ଅନେକ ଚାପି ହୋଇ ରହିଥିବା ଜଣାପଡିଛି । ଏହାକୁ ନେଇ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ମିଳିଥିବା ସୂଚନା ମୁତାବକ, ଉତ୍ତରାଖଣ୍ଡର ବିଭିନ୍ନ ସ୍ଥାନରେ ଭୁସ୍ଖଳନ ହେଉଥିବା ଖବର ସାମ୍ନାକୁ ଆସୁଛି । ବଦ୍ରୀନାଥ ହାଇୱେର ଲାମ୍ବଗଡ ଷ୍ଟାଇଡିଙ୍ଗ ଜୋନରେ ଆସୁଥିବା ବସ ଉପରେ ଏକ ବଡ ପଥର ଖଣ୍ଡ ବସ ଉପରକୁ ଖସି ପଡିଥିଲା ।

ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ରେସ୍କ୍ୟୁ ଅପରେସନ ଚାଲିଥିବାବେଳେ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଉଥିବା ସୂଚନା ମିଳିଛି ।

ABOUT THE AUTHOR

...view details