ଓଡିଶା

odisha

By

Published : Nov 8, 2019, 4:26 AM IST

ETV Bharat / bharat

ଗଙ୍ଗୋତ୍ରୀ ଧାମରେ ବର୍ଷର ପ୍ରଥମ ହିମ ପାତ, ଭାଙ୍ଗିଲା ପୂର୍ବର ସମସ୍ତ ରେକର୍ଡ

ବରଫବର୍ଷାରେ ଭିଜୁଛି ଗଙ୍ଗୋତ୍ରୀ ଧାମ । ଘାଟିରେ ବରଫ ପାତ ଯୋଗୁଁ ସହର ମାନଙ୍କରେ ଥଣ୍ଡାର ପ୍ରକୋପ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଡେରାଡୁନ: ଉତ୍ତରାଖଣ୍ଡର ଉତ୍ତରକାଶୀରେ ପ୍ରାୟ 3 ହଜାର ଉଚ୍ଚର ଥିବା ଗଙ୍ଗୋତ୍ରୀ ଧାମରେ ଚଳିତବର୍ଷର ପ୍ରଥମ ବରଫ ବର୍ଷା ହୋଇଛି । ସକାଳ ସମୟରେ ବରଫ ପାତ ଆରମ୍ଭ ହୋଇଥିବେବେଳେ ଏହା ପ୍ରାୟ ଅଧ ଘଣ୍ଟା ଧରି ବରଫ ବର୍ଷା ଜାରି ରହିଥିଲା । ତେବେ ଗଙ୍ଗୋତ୍ରୀ ଧାମର କବାଟ ବନ୍ଦ ହେବା ପରେ ଏବେ ସେଠାରେ ପର୍ଯ୍ୟଟକଙ୍କ ଗମନା ଗମନ ବନ୍ଦ ରହିଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଘାଟିରେ ବରଫ ପାତ ଯୋଗୁଁ ସହର ମାନଙ୍କରେ ଥଣ୍ଡାର ପ୍ରକୋପ ବୃଦ୍ଧି ପାଇଛି । ତେବେ ଏଠାରେ ବାସ କରୁଥିବା ଲୋକେ ବରଫ ବର୍ଷାର ବେଶ ମଜା ନେଇଛନ୍ତି । ଗଙ୍ଗୋତ୍ରୀ ଧାମ ବ୍ୟତୀତ ହର୍ଷିଲ ଘାଟିରେ ମଧ୍ୟ ବରଫ ପାତ ହୋଇଛି । ଘାଟିର ସରପଞ୍ଚ ଦିନେଶ ରାବତ କହିଛନ୍ତିଯେ, ଚଳିତବର୍ଷ ହିମପାତ ଠିକ ସମୟରେ ହୋଇଛି । ଏହି ବର୍ଷା ଯୋଗୁଁ ପାହାଡର ଉଚ୍ଚତମ କ୍ଷେତ୍ରରେ ଚାଷୀ ମାନଙ୍କ ଚାଷ ପାଇଁ ଲାଭଦାୟକ ହେବ ।

ତେବେ ପୂର୍ବରୁ ଅନେକଥର ଡେସେମ୍ବର ମାସରେ ଗତବର୍ଷ ଅକ୍ଟୋବର 22ରେ ଗଙ୍ଗୋତ୍ରୀ ଧାମର ଦ୍ବାର ବନ୍ଦ ହେବା ପୂର୍ବରୁ ବର୍ଷର ପ୍ରଥମ ବରଫ ବର୍ଷା ହୋଇଯାଇଥିଲା । କିନ୍ତୁ ଚଳିବର୍ଷ ନଭେମ୍ବର 7ରେ ବର୍ଷର ପ୍ରଥମ ବରଫ ପାତ ହୋଇଛି । ଯାହା ଅନେକ ବର୍ଷର ରେକର୍ଡ ଭାଙ୍ଗିଛି ।

ABOUT THE AUTHOR

...view details