ଇଟ୍ଟାନଗର: କୋରୋନା ଆତଙ୍କ ଭିତରେ ଅରୁଣାଚଳ ପ୍ରଦେଶକୁ ଖୁସି ଖବର । ସୁସ୍ଥ ହୋଇଛନ୍ତି ରାଜ୍ୟର ପ୍ରଥମ ଓ ଏକମାତ୍ର କୋରୋନା ଆକ୍ରାନ୍ତ । ଏନେଇ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ସୂଚନା ଦେଇଛନ୍ତି ।
ଅରୁଣାଚଳରେ ଏପର୍ଯ୍ୟନ୍ତ ଅନେକ ନମୁନା ପରୀକ୍ଷା କରାଯାଇଛି । ତେବେ ଏବେ ଯାଏଁ କେବଳ ଜଣେ ଆକ୍ରାନ୍ତ ସ୍ପଷ୍ଟ ହୋଇଥିଲେ । ବୁଧବାର ଚିକିତ୍ସା ପରେ ସେ ସୁସ୍ଥ ହୋଇ ଡିସଚାର୍ଜ ହୋଇଥିବା ଜଣାପଡିଛି ।