ଓଡିଶା

odisha

By

Published : Sep 13, 2020, 3:00 PM IST

ETV Bharat / bharat

ମୌସୁମୀ ଅଧିବେଶନରେ ଯୋଗ ଦେବେ ଫାରୁକ୍ ଅବଦୁଲ୍ଲା

ନ୍ୟାସନାଲ କନଫରେନ୍ସ ସଭାପତି ଫାରୁକ୍ ଅବଦୁଲ୍ଲା ସୋମବାର ଠାରୁ ସଂସଦର ମୌସୁମୀ ଅଧିବେଶନରେ ଯୋଗଦେବେ । ଅଗଷ୍ଟ 5, 2019 ରେ ଜାମ୍ମୁ କାଶ୍ମୀରର ସ୍ବତନ୍ତ୍ର ମାନ୍ୟତା ଧାରା 370 ଉଚ୍ଛେଦ ପରେ ପ୍ରଥମ ଥର ଫାରୁକ୍ ଅବଦୁଲ୍ଲା ସଂସଦରେ ଯୋଗ ଦେବେ ।

ମୌସୁମୀ ଅଧିବେଶନରେ ଯୋଗ ଦେବେ ଫାରୁକ୍ ଅବଦୁଲ୍ଲା
ମୌସୁମୀ ଅଧିବେଶନରେ ଯୋଗ ଦେବେ ଫାରୁକ୍ ଅବଦୁଲ୍ଲା

ନୂଆଦିଲ୍ଲୀ: ନ୍ୟାସନାଲ କନଫରେନ୍ସ ସଭାପତି ଫାରୁକ୍ ଅବଦୁଲ୍ଲା ସୋମବାର ଠାରୁ ସଂସଦର ମୌସୁମୀ ଅଧିବେଶନରେ ଯୋଗଦେବେ । ଅଗଷ୍ଟ 5, 2019 ରେ ଜମ୍ମୁ କାଶ୍ମୀରର ସ୍ବତନ୍ତ୍ର ମାନ୍ୟତା ଧାରା 370 ଉଚ୍ଛେଦ ପରେ ପ୍ରଥମ ଥର ଫାରୁକ୍ ଅବଦୁଲ୍ଲା ସଂସଦରେ ଯୋଗ ଦେବେ । ଧାରା 370 ଉଚ୍ଛେଦ ହେବା ସମୟରେ ଫାରୁକଙ୍କୁ ଗୃହବନ୍ଦୀ ଭାବେ ରଖାଯାଇଥିଲା ।

ଏହାକୁ ନେଇ ସେ କହିଛନ୍ତି, ‘ହଁ, ମୁଁ ସଂସଦରେ ଯୋଗଦେବାକୁ ଯାଉଛି। ଯଦିଓ ପ୍ରଶ୍ନ ପଚାରିବା ପାଇଁ କୌଣସି ବ୍ୟବସ୍ଥା ରଖାଯାଇ ନାହିଁ ତଥାପି ଆମକୁ ପ୍ରତିଦିନ ଚାରି ଘଣ୍ଟା ବସିବାକୁ ପଡିବ । ତଥାପି ମୁଁ ସମସ୍ତ ପ୍ରସଙ୍ଗ ଉଠାଇବି’ । ପ୍ରକାଶଥାଉକି, ଗତ ବର୍ଷ ଧାରା 370 ଉଚ୍ଛେଦ ଉପରେ ବିତର୍କ ବେଳେ ଅନେକ ବିରୋଧୀଦଳ ନେତା ଦାବି କରିଥିଲେ ଯେ ଜଣେ ଅଭିଜ୍ଞ ସଂସଦୀୟ ଅବଦୁଲ୍ଲାଙ୍କୁ ସଂସଦରେ ଯୋଗଦେବାକୁ ଅନୁମତି ଦିଅନ୍ତୁ।

କୋରୋନା ଭାଇରସ ମହାମାରୀ ମଧ୍ୟରେ ସେପ୍ଟେମ୍ବର 14 ରୁ ଅକ୍ଟୋବର 1 ମଧ୍ୟରେ ମୌସୁମୀ ଅଧିବେଶନ ଅନୁଷ୍ଠିତ ହେବ । ମାର୍ଚ୍ଚ 25 ରେ ଶେଷ ସଂସଦ ଅଧିବେଶନ କରାଯାଇଥିଲା । ଏଥର ପ୍ରଶ୍ନକାଳ ନଥିବା ବେଳେ ଶୂନ୍ୟକାଳର ଅବଧିକୁ ମଧ୍ୟ କମାଇଦିଆଯାଇଛି । ବିରୋଧି ଲିଖିତ ଭାବରେ ପ୍ରଶ୍ନ କରିବେ ଓ ସରକାର ଲିଖିତ ଭାବେ ଉତ୍ତର ଦେବେ ।

ଅବଦୁଲ୍ଲାଙ୍କ ଉପସ୍ଥିତି ଡିଟେନସନରେ ଏବେ ବି ଥିବା ଡେମୋକ୍ରାଟିକ୍ ପାର୍ଟି ସଭାପତି ମେହବୁବା ମୁଫତିଙ୍କୁ ମୁକ୍ତି ପାଇଁ ରାସ୍ତା ଖୋଲିପାରେ । ଜାମ୍ମୁକାଶ୍ମୀରର ରାଜନୈତିକ ନେତା, ଫାରୁକ୍ ଓ ତାଙ୍କ ପୁଅ ଓମାର ଅବଦୁଲ୍ଲାଙ୍କୁ ମାର୍ଚ୍ଚ 13 ଓ ମାର୍ଚ୍ଚ 24ରେ ମୁକ୍ତ ହୋଇଥିଲେ ।

ABOUT THE AUTHOR

...view details