ଓଡିଶା

odisha

By

Published : Nov 7, 2020, 1:49 PM IST

ETV Bharat / bharat

300 କୋଟି ହେରଫେର ମାମଲା, ଦିଲ୍ଲୀ ପୋଲିସର ମାମଲା ରୁଜୁ

300 କୋଟି ହେରଫେର ମାମଲା । ନାରାୟଣୀ ଇନଭେଷ୍ଟମେଣ୍ଟ ପ୍ରାଇଭେଟ ଲିମିଟେଡ ବିରୋଧରେ ମାମଲା ରୁଜୁ କଲା ଦିଲ୍ଲୀ ପୋଲିସ । ଅଧିକ ପଢନ୍ତୁ...

ଦିଲ୍ଲୀ ପୋଲିସ
ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ନାରାୟଣୀ ଇନଭେଷ୍ଟମେଣ୍ଟ ପ୍ରାଇଭେଟ ଲିମିଟେଡ ବିରୋଧରେ ମାମଲା ରୁଜୁ କଲା ଦିଲ୍ଲୀ ପୋଲିସର ଆର୍ଥିକ ଅପରାଧ ଶାଖା (ଇଓଡବ୍ଲୁ) । 300 କୋଟି ଟଙ୍କା ଆର୍ଥିକ ହେରଫେର କରିବା ଅଭିଯୋଗରେ ମାମଲା ରୁଜୁ କରିଛି ଇଓଡବ୍ଲୁ ।

ଇଓଡବ୍ଲୁ, ନାରାୟଣୀ ଇନଭେଷ୍ଟମେଣ୍ଟ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ଓ ମାଲିକଙ୍କ ବିରୋଧରେ ଏହି ମାମଲା ରୁଜୁ କରିଛି । ଦିଲ୍ଲୀର ଜଣେ ଡାକ୍ତରଙ୍କ ଅଭିଯୋଗ କ୍ରମେ ଏହି ମାମଲା ରୁଜୁ କରାଯାଇଛି । ଏହି ମାମଲା ୟେସ ବ୍ୟାଙ୍କରୁ ହସ୍ପିଟାଲ ତିଆରି କରିବା ପାଇଁ 300 କୋଟି ଟଙ୍କା ଋଣ ନେଇ ଏହାର ହେରଫେର କରିବାର ଅଭିଯୋଗ ସହିତ ଜଡିତ ଅଛି ।

ତେବେ ମାମଲାରେ ବଡ ବଡ ହସ୍ତୀଙ୍କ ନାମ ଆସୁଥିବାରୁ ପୋଲିସ ସବୁ ଦିଗ ଉପରେ ତଦନ୍ତ କରୁଛି ।

@ANI

ABOUT THE AUTHOR

...view details