ଓଡିଶା

odisha

By

Published : Dec 4, 2019, 8:20 PM IST

ETV Bharat / bharat

ସୁରକ୍ଷିତ କି ନାରୀ! ବଢୁଛି ଦୁଷ୍କର୍ମ, ମିଳୁନି ନ୍ୟାୟ

ବିଶ୍ବରେ 167ଟି ଦେଶ ମଧ୍ୟରୁ ଦୁଷ୍କର୍ମ ଘଟଣାରେ ଭାରତର ସ୍ଥାନ 133ରେ ରହିଛି। ପ୍ରତିଦିନ ମହିଳାଙ୍କ ଉପରେ ନିର୍ଯ୍ୟାତନା ଘଟଣା ବଢି ବଢି ଚାଲିଛି। ହେଲେ ଏହାକୁ ରୋକିବା ପାଇଁ ଭାରତୀୟ ସମ୍ବିଧାନରେ ଆଇନ ବ୍ୟବସ୍ଥା କୋଠର ହୋଇ ପାରୁନାହିଁ। ଭାରତୀୟ ସମ୍ବିଧାନ ସବୁଠାରୁ ଦୀର୍ଘ ସମ୍ବିଧାନ, ତଥାପି ଆମେ ଦୁଷ୍କର୍ମକାରୀକୁ ଦଣ୍ଡିତ କରିବାରେ ଆମେ ଅସଫଳ କାହିଁକି ? ଆସନ୍ତୁ ଜାଣିବା ଅନ୍ୟ ଦେଶ ଅପେକ୍ଷା ଦୁଷ୍କର୍ମକାରୀଙ୍କୁ ଦଣ୍ଡ ଦେବାରେ ଭାରତର ସ୍ଥିତି...

EITHER CAPITAL PUNISHMENT
ଡିଜାଇନ ଫଟୋ

ହାଇଦ୍ରାବାଦ: ଦୁଷ୍କର୍ମ, ବର୍ତ୍ତମାନ ଏହି ଶବ୍ଦ ସମସ୍ତଙ୍କ ପାଇଁ ଏକ ନିତିଦିନିଆ ଘଟଣା ହୋଇଗଲାଣି। ଖବରକାଗଜ ଠାରୁ ଆରମ୍ଭ କରି ବୈଦ୍ୟୁତିକ ଗଣମାଧ୍ୟମ ସବୁଠି କେବଳ ଦୁଷ୍କର୍ମ ଚର୍ଚ୍ଚା । ଭାରତରେ ଏତେ ମାତ୍ରାରେ ଦୁଷ୍କର୍ମର ସଂଖ୍ୟା ବଢିବାର କାରଣ କଣ ? ଆମ ଦେଶ କଣ ନାରୀଙ୍କୁ ସୁରକ୍ଷା ଦେବାରେ ବିଫଳ ? ନା ଆମ ଦେଶରେ ସେଭଳି କଡା ନିୟମ କିଛି ନାହିଁ ? ଏ ପ୍ରଶ୍ନ କେବଳ ଆମର ନୁହେଁ ବରଂ ସମଗ୍ର ଦେଶର ଜନତାଙ୍କ। ନିକଟରେ ହାଇଦ୍ରାବାଦରେ ହୋଇଥିବା ଗଣଦୁଷ୍କର୍ମ ଓ ହତ୍ୟା ମାମଲା ସମଗ୍ର ଦେଶକୁ ପୁଣି 2012ର ସେହି ଛାତିଥରା ଘଟଣାକୁ ମନେ ପକାଇ ଦେଇଛି।


ଦିଲ୍ଲୀ ଗଣଦୁଷ୍କର୍ମ କୌଣସି ଛୋଟ ବିଷୟ ନଥିଲା ତଥାପି ଦୁଷ୍କର୍ମକାରୀଙ୍କୁ ଏଯାଏଁ ଦଣ୍ଡିତ କରାଯାଇ ପାରିନାହିଁ। ଏ ମାମଲାରେ ମାନ୍ୟବର ସୁପ୍ରିମକୋର୍ଟ ଫାଶୀ ଦଣ୍ଡାଦେଶ ଦେଇଛନ୍ତି ମାତ୍ର ତାହା ଏଯାଏଁ କାର୍ଯ୍ୟକାରୀ ହୋଇପାରିନାହିଁ । ଏହାର 8ବର୍ଷ ପରେ ହାଇଦ୍ରାବାଦରେ ପୁଣି ସେହି ସମାନ ଘଟଣାର ପୁନରାବୃତ୍ତି ଦେଖିବାକୁ ମିଳିଛି। କ’ଣ ସମ୍ବିଧାନରେ ଦୁଷ୍କର୍ମକାରୀଙ୍କ ପାଇଁ ସ୍ବତନ୍ତ୍ର ସମୟସୀମା ରହିଛି କି? ଏହି ସମୟସୀମା ପାରି ନହେବା ଯାଏଁ ଦୋଷୀଙ୍କୁ ଦଣ୍ଡ ଦିଆଯାଇପାରିବ ନାହିଁ!

ବିଭିନ୍ନ ଦେଶରେ ଦୁଷ୍କର୍ମ ପାଇଁ ଅଲଗା ଅଲଗା ଦଣ୍ଡବିଧାନ ରହିଛି । ଶୁଣିଲେ ବିଶ୍ବାସ ହେବନି, ଯେଉଁ ଦେଶ ନାରୀଙ୍କୁ ପୁରୁଷଙ୍କ ସହ ସମାନ ମାନନ୍ତିନି, ଏପରିକି ନାରୀଙ୍କୁ ନେଇ ସେମାନଙ୍କର ଚିନ୍ତାଧାରା ଅତି ନିମ୍ନ, ସେଭଳି ଦେଶରେ ଦୁଷ୍କର୍ମକାରୀଙ୍କ ପାଇଁ କଡା ଦଣ୍ଡବିଧାନର ବ୍ୟବସ୍ଥା ରହିଛି । ହେଲେ ଯେଉଁ ଦେଶରେ ନାରୀକୁ ଦେବୀ ରୂପରେ ପୂଜା କରାଯାଏ, ସେହି ଦେଶରେ ଦୁଷ୍କର୍ମକାରୀଙ୍କୁ ପୋଲିସ ହେପାଜତରେ ନେଇ ଖୁଆଇପିଆଇ ରଖେ।


ନିକଟରେ ଅଭିନେତ୍ରୀ ତଥା ସାଂସଦ ହେମା ମାଳିନୀ ହାଇଦ୍ରାବାଦର ଗଣଦୁଷ୍କର୍ମ ଉପରେ ଏକ ତାଚ୍ଛଲ୍ୟ ଭରା ବୟାନ ଦେଇଥିଲେ । ସେ କହିଥିଲେ କି, ଏଠି ଲୋକେ ମନ୍ଦିର ଯାଉଛନ୍ତି, ଆଧ୍ୟାତ୍ମିକ ଆଡକୁ ଅଗ୍ରସର ହେଉଛନ୍ତି ତଥାପି ନାରୀଙ୍କୁ ଦୁଷ୍କର୍ମ କରୁଛନ୍ତି । ରାଜ୍ୟସଭା ସାଂସଦ ଜୟା ବଚ୍ଚନ, ଯିଏ ସର୍ବଦା ନାରୀଙ୍କ ପାଇଁ ସ୍ବର ଉତ୍ତୋଳନ କରିଥାନ୍ତି , ସିଏ ପ୍ରଥମ ଥିଲେ ଯିଏ ନିର୍ଭୟାଙ୍କ ପୀଡାକୁ ସଂସଦରେ ଉପସ୍ଥାପନା କରିଥିଲେ । ସେ ମଧ୍ୟ ହାଇଦ୍ରାବାଦର ଏଭଳି ଲଜ୍ଜାଦାୟକ ଘଟଣା ପରେ ଅପରାଧୀକୁ ‘ମବ୍ ଲିଚିଂ’ ଭଳି ଦଣ୍ଡ ଦେବାକୁ ସଂସଦରେ ଗୁହାରି କରିଥିଲେ। ବର୍ତ୍ତମାନ ଆସନ୍ତୁ ଜାଣିବା ଦୁଷ୍କର୍ମକୁ ନେଇ କେଉଁ ଦେଶରେ କଣ ଦଣ୍ଡବିଧାନ ରହିଛି...

ଉତ୍ତର କୋରିଆ: ବିନା କୌଣସି ଦୟା ଯାଚିକାରେ ଦୁଷ୍କର୍ମକାରୀକୁ ମୃତ୍ୟୁ ଦଣ୍ଡ ଦିଆଯାଇଥାଏ। ଫାଶୀ ନୁହେଁ ବରଂ ବନ୍ଧୁକଧାରୀ ସ୍କ୍ବାଡ୍ ଅପରାଧୀର ମୁଣ୍ଡ ତଥା ଶରୀରର ବିଭିନ୍ନ ଭାଗକୁ ଗୁଳି କରିଥାନ୍ତି । ଯେପରି ଅପରାଧୀର ବଞ୍ଚିବାର କୌଣସି ବି ସୁଯୋଗ ନ ରୁହେ।

ଚାଇନା: ଏଠାରେ ଶାରୀରିକ ନିର୍ଯ୍ୟାତନା ଏକ ବଡ ଅପରାଧ । ସମ୍ପୁର୍ଣ୍ଣ ଯାଞ୍ଚ ପରେ, ଅପରାଧୀ ପ୍ରମାଣିତ ହେବା ପରେ ଦୋଷୀକୁ ପଛପଟୁ ଗୁଳି ମରାଯାଏ । ଏପରିକି କେତେକ ମାମଲାରେ ଅପରାଧୀର ଗୁପ୍ତାଙ୍ଗକୁ କାଟି ଦିଆଯାଏ।

ସାଉଦି ଆରବ: ଦୁଷ୍କର୍ମ କରିଥିବା ଅପରାଧୀଙ୍କୁ ଧରିବା ପରେ, ଏଠାରେ ପ୍ରଥମ ସମ୍ପୂର୍ଣ୍ଣ ଯାଞ୍ଚ ହୁଏ ଓ ଅପରାଧୀକୁ ଲୋକଙ୍କ ମଧ୍ୟରେ ଛାଡି ଦିଆଯାଏ। ଏହାପରେ ଅପରାଧୀ ଲୋକଙ୍କ ଆକ୍ରୋଶର ଶିକାର ହୋଇଥାଏ ଓ ପଥର ମାଡରେ ତା'ର ଜୀବନ ଯାଇଥାଏ।

ଇରାନ: ଅପରାଧୀଙ୍କୁ ଏଠାରେ ଗୁଳି କିମ୍ବ ଫାଶୀ ଦିଆଯାଏ। 100ଦିନ ମଧ୍ୟରେ ଏହା କାର୍ଯ୍ୟକାରୀ ହୁଏ । କିଛି କିଛି କ୍ଷେତ୍ରରେ ଅପରାଧୀଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଥାଏ।

ଆଫଗାନିସ୍ତାନ:ଏଠାରେ 4ଦିନ ମଧ୍ୟରେ ଅପରାଧୀକୁ ଦଣ୍ଡ ଦିଆଯାଏ । ଫାଶୀ କିମ୍ବା ଗୁଳି କରି ହତ୍ୟା କରାଯାଏ । ଅନେକ ମାମଲାରେ ଅପରାଧୀ ନିଜେ ଫାଶୀ କିମ୍ବା ଗୁଳି ମଧ୍ୟରୁ ଚୟନ କରିଥାଏ।

ପାକିସ୍ତାନ: ଗଣଦୁଷ୍କର୍ମ, ଶିଶୁ ନିର୍ଯ୍ୟାତନା ଆଦିରେ ଅପରାଧୀକୁ ମୃତ୍ୟୁଦଣ୍ଡ ଦିଆଯାଇଥାଏ । ଏପରିକି ନାରୀ ସହ ଦୁଃର୍ବ୍ୟବହାର ପ୍ରଦର୍ଶନ କଲେ ମଧ୍ୟ ଫାଶୀ ଦଣ୍ଡ ଦିଆଯିବାର ପ୍ରାବଧାନ ରହିଛି।

କ୍ୟୁବା: ଏଠାକାର ସମ୍ବିଧାନ ଅନୁସାରେ, 12 ବର୍ଷରୁ କମ୍ ବୟସର ଶିଶୁଙ୍କୁ ଶାରୀରିକ ନିର୍ଯ୍ୟାତନା ଦେଉଥିବା ଅପରାଧୀଙ୍କୁ ଫାଶୀ ଦଣ୍ଡାଦେଶ ଦିଆଯାଏ।

ଫ୍ରାନ୍ସ: ଶାରୀରିକ ନିର୍ଯ୍ୟାତନା ଦେଉଥିବା ଅପରାଧୀଙ୍କୁ ଏଠାରେ 15 ବର୍ଷ ଜେଲ କାରାଦଣ୍ଡ ଦିଆଯାଇଥାଏ । ଏହି ଦଣ୍ଡ ବେଳେ ବେଳେ 30 ବର୍ଷ ଯାଏଁ ମଧ୍ୟ ବୃଦ୍ଧି ପାଇଥାଏ।

ଇସ୍ରାଏଲ: ଏଠାରେ ଦୁଷ୍କର୍ମକାରୀଙ୍କୁ 16 ବର୍ଷ ଜେଲ ଦଣ୍ଡ ଦିଆଯାଇଥାଏ। କେତେକ ମାମଲାରେ ଆଜୀବନ କାରାଦଣ୍ଡ ମଧ୍ୟ ଦିଆଯାଏ।

ବାଂଲାଦେଶ: ଏଠାରେ ଅପରାଧିଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଏ। ଅତି ଗୁରୁତର ମାମଲାରେ ଦୋଷୀକୁ ଫାଶୀ ଦଣ୍ଡାଦେଶ ଦିଆଯାଇଥାଏ।

ଜାପାନ: ଏଠାରେ ଦୋଷୀକୁ 20 ବର୍ଷ ଜେଲ ଦଣ୍ଡାଦେଶ ଦିଆଯାଇଥାଏ । ଯଦି ଚୋରି କରୁଥିବା ସମୟରେ ଶାରୀରିକ ନିର୍ଯ୍ୟାତନା ଦିଆଯାଏ, କେତେକ ମାମଲାରେ ଫାଶୀ ଦିଆଯାଇଥାଏ।

ଆମେରିକା: ଏଠାରେ ମୁଖ୍ୟତଃ ଦୁଇ ପ୍ରକାର କାନୁନ୍ ରହିଛି । ଫେଡେରାଲ୍ ଓ ରାଜ୍ୟ । ଫେଡେରାଲ୍ ଅନୁସାରେ 30 ବର୍ଷ ଜେଲ ଦଣ୍ଡାଦେଶ ଥିବା ବେଳେ କେତେକ ରାଜ୍ୟରେ ଶିଶୁ ନିର୍ଯ୍ୟାତନା ମାମଲାରେ ମୃତ୍ୟୁଦଣ୍ଡ ଦିଆଯାଇଥାଏ । ଏପରିକି ଅପରାଧୀଙ୍କୁ ଥାର୍ଡ ଡିଗ୍ରୀ ଅତ୍ୟାଚାର ମଧ୍ୟ କରାଯାଏ ।

ନରୱେ: ମାମଲାର ଗୁରୁତରକୁ ଦୃଷ୍ଟିରେ ରଖି ଅପରାଧୀକୁ 4-20 ବର୍ଷ ଯାଏଁ ଦଣ୍ଡ ବିଧାନ ଦିଆଯାଇଥାଏ।

ରୁଷିଆ: ଅପରାଧୀଙ୍କୁ 4-15 ବର୍ଷ ଯାଏଁ ଜେଲେ ଦଣ୍ଡ ଦିଆଯାଉଥିବା ବେଳେ 20 ବର୍ଷ ପର୍ଯ୍ୟନ୍ତ ଅପରାଧୀ କୌଣସି ଚାକିରୀ ପାଇଁ ଆବେଦନ କରିପାରିବ ନାହିଁ।

ନେଦରଲ୍ୟାଣ୍ଡ: ଏଠାରେ ଚୁମ୍ବନକୁ ମଧ୍ୟ ଶାରୀରିକ ଅତ୍ୟାଚାର ବୋଲି ମଧ୍ୟ ବିବେଚନା କରାଯାଏ । ଏଠାରେ ନାରୀଙ୍କ ସହ କୌଣସି ପ୍ରକାର ନିର୍ଯ୍ୟାତନା ହେଲେ ଅପରାଧୀକୁ 4-15 ବର୍ଷ ଜେଲ ଦଣ୍ଡାଦେଶ ଦିଆଯାଇଥାଏ।

ଭାରତରେ ଦୁଷ୍କର୍ମ ପାଇଁ 7-10 ବର୍ଷ ଯାଏଁ ଦଣ୍ଡ ଅବଧି ରହିଛି । ଗଣଦୁଷ୍କର୍ମ ମାମଲାରେ ମଧ୍ୟ ଦୋଷୀକୁ 10 ବର୍ଷ ଜେଲଦଣ୍ଡ ଦିଆଯାଇପାରିବ। ଏପରିକି କୌଣସି ସରକାରୀ ଅଧିକାରୀ ଦୁଷ୍କର୍ମରେ ସାମିଲ ରହିଲେ ମଧ୍ୟ 10 ବର୍ଷ କାରାଦଣ୍ଡ । ଆଇପିସି ଧାର 376 ଅଧିନରେ ସମସ୍ତ ପ୍ରକାର ନିର୍ଯ୍ୟାତନା ମାମଲା ରହିଛି । ତେବେ 2012ର ନିର୍ଭୟା ଗଣଦୁଷ୍କର୍ମ ପରେ 2013ରେ ନୂଆ ସଂଶୋଧନ ବିଲ୍ ଆଗତ କରାଗଲା । କ୍ରିମିନାଲ ଲ' ଆକ୍ଟ, 2013 ଅନୁସାରେ ମୃତ୍ୟୁ ଦଣ୍ଡାଦେଶକୁ ଯୋଡି ଦିଆଗଲା। ଏହି ଫାଶୀ ଦଣ୍ଡକୁ ଏତେ କଠୋର କରାଗଲା ନାହିଁ । ଅତି ଗୁରୁତର ମାମଲା ହେଲା ପରେ ମୃତ୍ୟୁ ଦଣ୍ଡ ଦିଆଯାଇପାରେ ବୋଲି କୁହାଗଲା । ପରେ 2018ରେ କଠୁଆ ଗଣଦୁଷ୍କର୍ମ ପରେ ମଧ୍ୟ କେତେକ ଆଇନରେ ପରିବର୍ତ୍ତନ ହେଲା ଓ ଅଧିକ କଠୋର କରାଗଲା।


ଏତେ ପରେ ବି ଦୁଷ୍କର୍ମ କମିବାର ନା ନଉନି । କାରଣ ଆମ ସମ୍ବିଧାନ ଅନୁସାରେ, 100 ଆସାମୀ ପଛେ ଖସିଯାଆନ୍ତୁ କିନ୍ତୁ ଜଣେ ନିର୍ଦ୍ଦୋଶ ଦଣ୍ଡ ନପାଉ । ଯାହାଫଳରେ ମାମଲାର ଯାଞ୍ଚରେ ବିଳମ୍ବ ହୁଏ ଓ ଦଣ୍ଡବିଧାନ ହେଲା ବେଳକୁ ବର୍ଷ ବର୍ଷ ବିତିଯାଏ । ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ମାମଲାକୁ ବର୍ତ୍ତମାନ ଫାଷ୍ଟ ଟ୍ରାକ କୋର୍ଟକୁ ଦିଆଯାଇଛି, ମାତ୍ର ଫାଷ୍ଟ ଟ୍ରାକ୍ କୋର୍ଟରେ ବି ଏଯାବତ୍ 3 ଲକ୍ଷରୁ ଉର୍ଦ୍ଧ୍ବ ମାମଲା ଫାଇଲରେ ପଡିରହିଛି। ନିର୍ଭୟାକୁ ନ୍ୟାୟ ମିଳୁ ମିଳୁ 8 ବର୍ଷ ବିତିଯାଇଥିଲେ ସୁଦ୍ଧା, ହାଇଦ୍ରାବାଦ ପୀଡିତାଙ୍କୁ କେବେ ନ୍ୟାୟ ମିଳୁଛି।

ABOUT THE AUTHOR

...view details