ଓଡିଶା

odisha

By

Published : Oct 29, 2020, 9:20 PM IST

ETV Bharat / bharat

ଡ୍ରଗ୍ସ ମାମଲା: କେରଳର ପୂର୍ବତନ ଗୃହମନ୍ତ୍ରୀଙ୍କ ପୁଅ ଗିରଫ

ନିଶା କାରବାର ଘଟଣାରେ କେରଳର ବାମପନ୍ଥୀ ଦଳ ସିପିଆଇଏମର ସଚିବ କୋଡିୟେରି ବାଳକୃଷ୍ଣଙ୍କ ପୁଅ ବିନିଶ କୋଡିୟେରୀଙ୍କୁ ଗିରଫ କରିଛି ଇଡି । ଅଧିକ ପଢନ୍ତୁ...

ଡ୍ରଗ୍ସ ମାମଲା:କେରଳର ପୂର୍ବତନ ଗୃହମନ୍ତ୍ରୀଙ୍କ ପୁଅ ଗିରଫ
ଡ୍ରଗ୍ସ ମାମଲା:କେରଳର ପୂର୍ବତନ ଗୃହମନ୍ତ୍ରୀଙ୍କ ପୁଅ ଗିରଫ

ଥିରୁଅନନ୍ତପୁରମ: ଡ୍ରଗ୍ସ ମାମଲାରେ କେରଳରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବଡ କାର୍ଯ୍ୟାନୁଷ୍ଠାନ । ନିଶା କାରବାର ଘଟଣାରେ କେରଳର ବାମପନ୍ଥୀ ଦଳ ସିପିଆଇଏମର ସଚିବ ତଥା ରାଜ୍ୟର ପୂର୍ବତନ ଗୃହମନ୍ତ୍ରୀ କୋଡିୟେରି ବାଳକୃଷ୍ଣଙ୍କ ପୁଅ ବିନିଶ କୋଡିୟେରୀଙ୍କୁ ଗିରଫ କରିଛି ଇଡି । ଏହା ପୂର୍ବରୁ ବିନିଶଙ୍କୁ ଜେରା କରିସାରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ତୃତୀୟ ଥର ପାଇଁ ବିନିଶ ଇଡି ସାମ୍ନାରେ ହାଜର ହୋଇଥିଲେ । ବେଙ୍ଗାଲୁରୁ ଡ୍ରଗ୍ସ ରାକେଟ ମାମଲାରେ ଅଭିଯୁକ୍ତ ମହମ୍ମଦ ଅନୁପଙ୍କ ସହ ଜଡିତ ଅଭିଯୋଗରେ ବିନିଶଙ୍କୁ ପଚରାଉଚୁରା ପାଇଁ ଡକାଇଥିଲା ଇଡି । ଅନୁପଙ୍କ ସହ ଆର୍ଥିକ ନେଣଦେଣ ଲିଙ୍କ ଅଭିଯୋଗରେ ପାଖାପାଖି 6 ଘଣ୍ଟା ବିନିଶଙ୍କୁ ଜେରା ହୋଇଥିଲା । ତେବେ ଘଟଣାରେ ତାଙ୍କୁ 4 ଦିନ ରିମାଣ୍ଡରେ ନେଇଛି ଇଡି ।

ନିକଟରେ ବେଙ୍ଗାଲୁରୁରେ ଏକ ଡ୍ରଗ୍ସ ରାକେଟ ମାମଲାର ପର୍ଦ୍ଦାଫାସ କରିଥିଲା ଏନସିବି । ଏହି ଘଟଣା ପରେ ବିନିଶର ଡ୍ରଗ୍ସ ରାକେଟ ସହ ଜଡିତ କିଛି ସଦସ୍ୟଙ୍କ ସହ ସମ୍ପର୍କ ଥିବା ଅଭିଯୋଗ କରିଥିଲା ଇଣ୍ଡିଆନ ମୁସଲିମଲିଗ ।

ABOUT THE AUTHOR

...view details