ସିମଲା: ଭୂକମ୍ପର ଝଟକାରେ ଥରିଲା ହିମାଚଳର ରାଜଧାନୀ ସିମଲା । ରିକ୍ଟର ସ୍କେଲରେ ତୀବ୍ରତା 3.6 ରେକର୍ଡ କରାଯାଇଛି। ତେବେ 2020 ବର୍ଷର ଏହା ହେଉଛି ପ୍ରଥମ ଭୂକମ୍ପ ଝଟକା । ଭୂକମ୍ପର ତୀବ୍ରତା କମ୍ ଥିଲେ ବି ଲୋକମାନେ ଭୟଭୀତ ହୋଇଯିବା ସହ ବାହାରକୁ ବାହାରି ଆସିଥିଲେ।
ବର୍ଷର ପ୍ରଥମ ଝଟକା ପାଇଲା ହିମାଚଳ ପ୍ରଦେଶ, ରିକ୍ଟର ସ୍କେଲରେ ତୀବ୍ରତା 3.7
ହିମାଚଳର ସିମଲାରେ ମୃଦୁ ଭୂମିକମ୍ପ । 3.6 ତ୍ରୀବତ୍ରା ପରେ ବି ଲୋକେ ଆତଙ୍କିତ। ସମସ୍ତ ପର୍ଯ୍ୟଟକ ସୁରକ୍ଷିତ। ଅଧିକ ଖବର ପଢନ୍ତୁ...
ବର୍ଷର ପ୍ରଥମ ଝଟକା ପାଇଲା ହିମାଚଳ ପ୍ରଦେଶ, ରିକ୍ଟର ସ୍କେଲରେ ତୀବ୍ରତା 3.7
ସୂଚନା ଅନୁସାରେ, ସୋମବାର ସକାଳ ପ୍ରାୟ 5.18ଟା ସମୟରେ ଭୂକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପର କେନ୍ଦ୍ର ସିମଲାର ଧରାତଲରୁ 10 କିଲୋମିଟର ଗଭୀରତାରେ ସୃଷ୍ଟି ହୋଇଥିବା ଜଣାପଡିଛି। ଭୂକମ୍ପ ପାଇଁ ଉପତ୍ୟକାରେ କୌଣସି କ୍ଷୟକ୍ଷତି ହୋଇନାହିଁ ।
ଖବର ଥାଉକି, ଏହା ପୂର୍ବରୁ ଜାନୁୟାରୀ 2 ଓ 3ରେ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା 3.4 ଓ 3.7 ଥିବା ରେକର୍ଡ କରାଯାଇଛି।