ଓଡିଶା

odisha

By

Published : Oct 5, 2020, 1:24 PM IST

ETV Bharat / bharat

କର୍କଟ ରୋଗ ବିଶେଷଜ୍ଞ ରବି କନ୍ନନ, ଜାଣନ୍ତୁ ଚେନ୍ନାଇରୁ ଆସାମର ଯାତ୍ରା...

ଦକ୍ଷିଣ ଭାରତର କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ରବି କନ୍ନନ । ଚେନ୍ନାଇର ଏହି କର୍କଟ ରୋଗ ବିଶେଷଜ୍ଞ 2007ରେ ଆସାମ ପହଞ୍ଚଥିଲେ । ଆଉ କ୍ୟାସର କ୍ୟାନସର ହସ୍ପିଟାଲ ପାଇଁ କାମ ଆରମ୍ଭ କରିଥିଲେ । ଅଧିକ ପଢନ୍ତୁ...

କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ରବି କନ୍ନନ...ଚେନ୍ନାଇରୁ ଆସାମର ଯାତ୍ରା
କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ରବି କନ୍ନନ...ଚେନ୍ନାଇରୁ ଆସାମର ଯାତ୍ରା

ଗୌହାଟୀ: କୁହାଯାଏ ଡାକ୍ତର ହେଉଛନ୍ତି ଦ୍ବିତୀୟ ଭଗବାନ । କାରଣ ଭଗବାନଙ୍କ ପରେ ମଣିଷକୁ ଯଦି କିଏ ନୂଆ ଜୀବନ ଦିଏ ସେ ହେଉଛନ୍ତି ଡାକ୍ତର । ଆଜି ଆମେ ଆପଣଙ୍କୁ ଏମିତି ଜଣେ ଡାକ୍ତରଙ୍କ ସହ ପରିଚିତ କରିବୁ ଯିଏ ଅନ୍ୟ ଡାକ୍ତରଙ୍କଠୁ ଭିନ୍ନ । ଆଉ ତାଙ୍କ ସେବାକୁ ରୋଗୀ ଈଶ୍ବରଙ୍କ ଭଲ ପାଇବା ଭଳି ମନେ କରନ୍ତି । ଏ ହେଉଛନ୍ତି ଦକ୍ଷିଣ ଭାରତର କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ରବି କନ୍ନନ ।

ଡାକ୍ତର କନ୍ନନ ସିଲଚର ମେହେରପୁରରେ କ୍ୟାସର କ୍ୟାନସର ହସ୍ପିଟାଲରେ କାମ କରିବା ଆରମ୍ଭ କରିଥିଲେ । ଯେତେବେଳେ ସେ ଚେନ୍ନାଇରେ କାମ କରୁଥିଲେ ସେ ସମୟରେ ଏହି ହସ୍ପିଟାଲ ସମ୍ପର୍କରେ ଶୁଣିଥିଲେ । ପରେ ତାଙ୍କୁ ସେଠାରୁ ହିଁ ଚାକିରୀ ପାଇଁ ଅଫର ଆସିଥିଲା, ଆଉ ସେ ଏହାକୁ ଗ୍ରହଣ କରିଥିଲେ । ହେଲେ ତାଙ୍କ ପରିବାର ଆସାମକୁ ଆତଙ୍କୀ ଏବଂ ବନ୍ୟା ପ୍ରାଦୁର୍ଭାବ ରାଜ୍ୟ ମନେକରନ୍ତି ।

କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ରବି କନ୍ନନ...ଚେନ୍ନାଇରୁ ଆସାମର ଯାତ୍ରା

ପରିବାରର ବିରୋଧ ସତ୍ତ୍ବେ ଡାକ୍ତର କନ୍ନର 2007ରେ ଆସାମ ପହଞ୍ଚିଥିଲେ । ଆଉ କ୍ୟାସର କ୍ୟାନସର ହସ୍ପିଟାଲ ପାଇଁ କାମ ଆରମ୍ଭ କରିଥିଲେ । ବର୍ତ୍ତମାନ ସୁଦ୍ଧା ସେ 70 ହଜାର ରୋଗୀଙ୍କ ଚିକିତ୍ସା କରିସାରିଛନ୍ତି । ସେ କେବଳ ନିଜ ରୋଗୀଙ୍କୁ ନୂଆ ଜୀବନ ଦେଇଛନ୍ତି ତାହା ନୁହେଁ ବରଂ ଏହି ମାରାତ୍ମକ ରୋଗରେ ପୀଡିତ ରୋଗୀଙ୍କ ମଧ୍ୟରେ ବଞ୍ଚିବାର ଆଶା ସୃଷ୍ଟି କରିଛନ୍ତି ।

କ୍ୟାସର କ୍ୟାନସର ହସ୍ପିଟାଲ ଚିକିତ୍ସା ଖର୍ଚ୍ଚରେ ଅନୁଦାନ ଦେବା ବ୍ୟତୀତ ଚିକିତ୍ସା ପରବର୍ତ୍ତୀ ଦେଖାଶୁଣା ମଧ୍ୟ କରିଥାଏ । ହସ୍ପିଟାଲର ଚିକିତ୍ସିତ ରୋଗୀଙ୍କ ଉପରେ ସ୍ବାସ୍ଥ୍ୟ କର୍ମୀ ଓ ଅନ୍ୟ କର୍ମଚାରୀ ବିଶେଷ ଦୃଷ୍ଟି ଦିଅନ୍ତି । ଯେମିତି କେହି ରୋଗୀ ଚିକିତ୍ସା ପାଇଁ ଦିଆଯାଇଥିବା ତାରିଖରୁ ବଞ୍ଚିତ ନରୁହନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details