ଓଡିଶା

odisha

By

Published : Jul 20, 2020, 4:44 PM IST

ETV Bharat / bharat

CSR ଅଭିଯାନ ଆରମ୍ଭ କଲେ ସ୍ବାସ୍ଥ୍ୟମନ୍ତ୍ରୀ, ସାମାଜିକ ଟୀକାର ଦେଲେ ବାର୍ତ୍ତା

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ଼ଃ ହର୍ଷବର୍ଦ୍ଧନ ସୋମବାର କୋଭିଡ-19 ବିରୋଧରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଦେଶବ୍ୟାପୀ କର୍ପୋରେଟ ସାମାଜିକ ଦାୟିତ୍ବବୋଧ (CSR) ଅଭିଯାନ ଆରମ୍ଭ କରିଛନ୍ତି।

CSR ଅଭିଯାନ ଆରମ୍ଭ କଲେ ସ୍ବାସ୍ଥ୍ୟମନ୍ତ୍ରୀ
CSR ଅଭିଯାନ ଆରମ୍ଭ କଲେ ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ଼ଃ ହର୍ଷବର୍ଦ୍ଧନ ସୋମବାର କୋଭିଡ-19 ବିରୋଧରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଦେଶବ୍ୟାପୀ କର୍ପୋରେଟ ସାମାଜିକ ଦାୟିତ୍ବବୋଧ (CSR) ଅଭିଯାନ ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ‘ଯଦି ଆପଣ ମୌଳିକ ସତର୍କତାର ଯତ୍ନ ନିଅନ୍ତି ତେବେ ଏହି ରୋଗ ଆପଣଙ୍କ ଶରୀରରେ ପ୍ରବେଶ କରିବ ନାହିଁ । କେବଳ ସର୍ବଦା ମାସ୍କ ପରିଧାନ ଓ ସାମାଜିକ ଦୂରତା ବଜାୟ ରଖିବା ଜରୁରୀ’ ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, କୋଭିଡ-19 ଟୀକା ଆବିଷ୍କୃତ ହେବା ପର୍ଯ୍ୟନ୍ତ ଆମେ ‘ସାମାଜିକ ଟୀକା’ ବ୍ୟବହାର କରିପାରିବା । ମାସ୍କ, ସାମାଜିକ ଦୂରତା, ହାତର ସ୍ବଚ୍ଛତା ଓ ଶ୍ବାସକ୍ରିୟା ଆଦିର ଯତ୍ନ ନେବା ଜରୁରୀ । ଦେଶର ବିଭିନ୍ନ ଲୋକଙ୍କୁ ମାଗଣା ମାସ୍କ ଓ ସାନିଟାଇଜର ବଣ୍ଟନ କରିବାର ଦାୟିତ୍ବ ବହନ କରିଥିବାରୁ ସେ ପିଏନବିକୁ ଧନ୍ୟବାଦ ଜଣାଇଛନ୍ତି।

ସୋମବାର ଭାରତର କୋଭିଡ-19 ମାମଲା 11 ଲକ୍ଷ ଅତିକ୍ରମ କରିଛି । 24 ଘଣ୍ଟା ମଧ୍ୟରେ 40,425 ନୂତନ ମାମଲା ସାମ୍ନାକୁ ଆସିଛି । 24 ଘଣ୍ଟା ମଧ୍ୟରେ 681 ଜଣଙ୍କର ମୃତ୍ୟୁ ଘଟିଛି ବୋଲି ସୋମବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛି।

ABOUT THE AUTHOR

...view details