ଓଡିଶା

odisha

By

Published : May 30, 2020, 1:16 AM IST

ETV Bharat / bharat

ପଙ୍ଗପାଳ ଆତଙ୍କ, ଡିଜିସିଏ ଜାରି କଲା ଗାଇଡଲାଇନ

ଗୋଟେ ପଟେ ଦେଶରେ କୋରୋନା ଚିନ୍ତା ଅନ୍ୟପଟେ ପଙ୍ଗପାଳଙ୍କ ଦେଶକୁ ପ୍ରବେଶ କରି ଫସଲ ନଷ୍ଟ କରୁଛି । କେବଳ ଯେ ଏହି ପତଙ୍ଗ ଫସଲ ନଷ୍ଟ କରୁନି ବରଂ ବିମାନ ପାଇଁ ମଧ୍ୟ ଏହା ବିପଦ ଜନକ । ପଙ୍ଗପାଳ ବୃଦ୍ଧି ନେଇ ବିମାନ ଚଳାଚଳର ନିର୍ଦ୍ଦେଶାଳୟ ଜାରି କଲା ଗାଇଡଲାଇନ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ପଙ୍ଗପାଳ ଆତଙ୍କ, ଡିଜିସିଏ ଜାରି କଲା ଗାଇଡଲାଇନ
ପଙ୍ଗପାଳ ଆତଙ୍କ, ଡିଜିସିଏ ଜାରି କଲା ଗାଇଡଲାଇନ

ନୂଆଦିଲ୍ଲୀ: ବର୍ତ୍ତମାନ ପଙ୍ଗପାଳଙ୍କ ପାର୍ଦୁଭାବ ବଢାଇଛି ଚିନ୍ତା । ଗୋଟେ ପଟେ ଦେଶରେ କୋରୋନା ଚିନ୍ତା ଅନ୍ୟପଟେ ପଙ୍ଗପାଳଙ୍କ ଦେଶକୁ ପ୍ରବେଶ କରି ଫସଲ ନଷ୍ଟ କରୁଛି । ତେବେ ବେସାମରିକ ବିମାନ ଚଳାଚଳର ନିର୍ଦ୍ଦେଶାଳୟ ପଙ୍ଗପାଳଙ୍କ ଆତଙ୍କ ଦେଖି ଗାଇଡ ଲାଇନ ଜାରି କରିଛନ୍ତି । ବିମାନର ଲ୍ୟାଣ୍ଡିଂ ଏବଂ ଟେକଅଫ୍ ବେଳେ ଏହି ପଙ୍ଗପାଳ ପତଙ୍ଗ ଯୋଗୁଁ ଅସୁବିଧା କରାଇବ । କାରଣ ଏହି ପତଙ୍ଗ ବହୁତ ଉଚ୍ଚ ସ୍ଥର ୟାଏ ଉଡିବାରେ ସକ୍ଷମ ରଖିଛି । ଯାହାକି ଏକ ବିମାନ ପାଇଁ ଅସୁବିଧା ହୋଇପାରେ ।

ଏନେଇ ଡିଜିସିଏ କହିଛି, ‘ବର୍ତ୍ତମାନ ଏହି ପତଙ୍ଗ ଛୋଟ ଅଛନ୍ତି, ଏହାର ସଂଖ୍ୟା ଅନେକ । ବିମାନ ସମ୍ମୁଖରେ ଏହି ପତଙ୍ଗ ଆସିଲେ ବିମାନର ଇଞ୍ଜିନ ଏବଂ ପାଇଲଟର ଗତିବିଧି ଭୁଲ ହେବାର ସମ୍ଭାବନା ରହିଛି । ଯାହାକି ବିମାନ ପ୍ରତି ବିପଦଜନକ । ଏହାକୁ ଦୃଷ୍ଟିରେ ରଖି ସମସ୍ତ ଏୟାରପୋର୍ଟରେ ଥିବା ଏୟାର ଟ୍ରାଫିକ କଣ୍ଟ୍ରୋଲ ରୁମକୁ ହାଇଆଲର୍ଟ ଜାରି କରାଯାଇଛି ।’

ଡିଜିସିଏ ପକ୍ଷରୁ ପୁଣି କୁହାଯାଇଛି ଯେ ଯଦି ଆକାଶ ମାର୍ଗରେ ବିମାନ ଅବତରଣ କିମ୍ବା ଉଡାଣ ବେଳେ ଏହି ପଙ୍ଗପାଳ ଦେଖାଯାଆନ୍ତି ତେବେ ସମସ୍ତ ଏୟାର ଟ୍ରାଫିକ କଣ୍ଟ୍ରୋଲର ସୂଚିତ କରିବେ । ଏହାସହ ଏୟାରଡ୍ରମକୁ ମଧ୍ୟ ସବୁ ବେଳେ ସକ୍ରିୟ ରଖିବେ । ସେପଟେ ସମସ୍ତ ବିମାନକୁ ମଧ୍ୟ ଏହି ପତଙ୍ଗ ଥିବା ନେଇ ସୂଚିତ କରିବେ । ସମସ୍ତ ପାଇଲଟଙ୍କୁ କୁହାଯାଇଛି ଯେ ଉଡାଣ ବେଳେ କୌଣସି ସ୍ଥାନରେ ଏହି ପଙ୍ଗପାଳ ଦେଖିବାକୁ ମିଳେ ତେବେ ସେହି ସ୍ଥାନ ବିଷୟରେ ତୁରନ୍ତ ଏୟାର ଟ୍ରାଫିକ କଣ୍ଟ୍ରୋଲରକୁ ସୂଚିତ କରିବେ ।

ABOUT THE AUTHOR

...view details