ଓଡିଶା

odisha

ହ୍ବାଟସ ଆପ ମାଧ୍ୟମରେ କୋରୋନା ହେଲ୍ପ ଲାଇନ ନମ୍ବର ଜାରି କଲେ ଦିଲ୍ଲୀ ସରକାର

By

Published : Apr 3, 2020, 12:06 AM IST

ହ୍ବାଟସ୍ ଆପରେ ମାଗଣା ହେଲ୍ପଲାଇନ ବ୍ୟବହାର କରିବାକୁ, ଆପଣଙ୍କ ଫୋନ୍ କଣ୍ଟାକ୍ଟରେ +91 88000 07722 ନମ୍ବରକୁ ସେଭ୍ କରିବା ସହ 'ହାଏ' ମେସେଜ୍ କରନ୍ତୁ | ହ୍ବାଟସ ଆପ ମାଧ୍ୟମରେ କୋରୋନା ହେଲ୍ପ ଲାଇନ ନମ୍ବର ଜାରି କଲେ ଦିଲ୍ଲୀ ସରକାର । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

ନୂଆଦିଲ୍ଲୀ : ଦିଲ୍ଲୀ ସରକାର ଗୁରୁବାର ହ୍ବାଟସ୍ ଆପ୍ ହେଲ୍ପଲାଇନ ନମ୍ବର ଲଞ୍ଚ କରିଛନ୍ତି । ଯାହା କୋରୋନା ଭାଇରସ ଉପରେ ସଠିକ୍, ବିଶ୍ବାସଯୋଗ୍ୟ ଏବଂ ଅତ୍ୟାଧୁନିକ ସୂଚନା ପାଇଁ କେନ୍ଦ୍ରୀୟ ଉତ୍ସ ଭାବରେ କାର୍ଯ୍ୟ କରିବ।

ହ୍ବାଟସ୍ ଆପରେ ମାଗଣା ହେଲ୍ପଲାଇନ ବ୍ୟବହାର କରିବାକୁ, ଆପଣଙ୍କ ଫୋନ୍ କଣ୍ଟାକ୍ଟରେ +91 88000 07722 ନମ୍ବରକୁ ସେଭ୍ କରିବା ସହ 'ହାଏ' ମେସେଜ୍ କରନ୍ତୁ |

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ଦିଲ୍ଲୀ ସରକାର ହ୍ବାଟସ୍ ଆପ୍ ସହ ସହଭାଗୀ ହୋଇ ଦିଲ୍ଲୀବାସୀଙ୍କ ପାଇଁ ଏକ କୋରୋନା ଭାଇରସ ହେଲ୍ପଲାଇନ ନମ୍ବର ଜାରି କରିଛନ୍ତି ।

କେଜ୍ରିୱାଲ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ବିପଦପୂର୍ଣ୍ଣ ସମୟରେ ଆମ ନାଗରିକଙ୍କୁ ସୁରକ୍ଷିତ ରଖିବା ପାଇଁ ଆମେ ସବୁକିଛି କରୁଛୁ । ସମସ୍ତଙ୍କୁ ଘର ଭିତରେ ରହିବାକୁ ଅନୁରୋଧ କରୁଛୁ ।

ହ୍ବାଟସ୍ ଆପ୍ ବ୍ୟବହାରକାରୀମାନେ ବର୍ତ୍ତମାନ ମହାରାଷ୍ଟ୍ର (+91 20 2612 739), ଗୁଜୁରାଟ (+91 74330 00104) ଏବଂ କେରଳ (+91 90722 20183) ନମ୍ବର ବ୍ୟବହାର କରି ଏହି ସମସ୍ତ ରାଜ୍ୟର ସ୍ବାସ୍ଥ୍ୟ ମନ୍ତ୍ରଣାଳୟରେ ପହଞ୍ଚି ପାରିବେ ବୋଲି ହ୍ବାଟସ୍ ଆପ୍ ପକ୍ଷରୁ କୁହାଯାଇଛି ।

@IANSଇନପୁଟ

ABOUT THE AUTHOR

...view details