ଓଡିଶା

odisha

By

Published : Jan 16, 2020, 12:17 PM IST

ETV Bharat / bharat

ଦିଲ୍ଲୀ ବିଧାନସଭା ନିର୍ବାଚନ 2020: ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା ସମ୍ଭାବନା

ଦିଲ୍ଲୀ ବିଧାନସଭା ନିର୍ବାଚନକୁ କେଇଟା ଦିନ ବାକି ଥିବା ବେଳେ ଗୁରୁବାର ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିବାର ସମ୍ଭାବନା ରହିଛି ।

ଦିଲ୍ଲୀ ବିଧାନସଭା ନିର୍ବାଚନ 2020
ଦିଲ୍ଲୀ ବିଧାନସଭା ନିର୍ବାଚନ 2020

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନକୁ କେଇଟା ଦିନ ବାକି ଥିବା ବେଳେ ବିଜେପି ଆରମ୍ଭ କରିଦେଇଛି ରଣନୀତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଗୃହମନ୍ତ୍ରୀ ଅମିତ ଶାହ ନିର୍ବାଚନ ପାଇଁ ନିଜ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରିସାରିଛନ୍ତି । ଗୁରୁବାର ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଘୋଷଣା କରିବା ସମ୍ଭାବନା ରହିଛି । ଦିଲ୍ଲୀ ବିଧାସଭା ନିର୍ବାଚନ ପାଇଁ ବିଜେପିର କେନ୍ଦ୍ରୀୟ ନିର୍ବାଚନ ସମିତି (ସିଆଇସି) ବୈଠକ ହେବାକୁ ଯାଉଛି । ଏଠାରେ ଆଶାୟୀ ପ୍ରାର୍ଥୀଙ୍କ ଉପରେ ବିଚାର ହୋଇପାରେ ।

ସୂଚନା ଅନୁସାରେ ପ୍ରଥମ ତାଲିକାରେ କିଛି ଆସନ ପାଇଁ ଟିକେଟ ଘୋଷଣା ହେବ । ଏହି ସମିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ସମେତ ଦଳର ଅନ୍ୟାନ୍ୟ ବରିଷ୍ଠ ନେତା ମଧ୍ୟ ସାମିଲ ରହିବେ । ବିଜେପି ରାଜ୍ୟ ସ୍ଥରରେ ପୂର୍ବରୁ 2ଟି ବୈଠକ କରିସାରିଛି । କେନ୍ଦ୍ରୀୟ ନିର୍ବାଚନ ସମିତିର ଏହି ବୈଠକରେ ସହମତି ଥିବା ଆସନ ପାଇଁ ଟିକେଟ ଘୋଷଣା କରାଯିବ ।

କୁହାଯାଉଛି ଯେ ପ୍ରଥମ ତାଲିକାରେ କମ୍ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯିବ । 2 ରୁ 3 ଟି ତାଲିକା ପତ୍ରରେ ସମସ୍ତ ପାର୍ଥୀଙ୍କ ନାଁ ଘୋଷଣା କରାଯିବ । ତେବେ ଦିଲ୍ଲୀର କିଛି ଆସନ ପାଇଁ ସେଲିବ୍ରିଟି ମଧ୍ୟ ନିର୍ବାଚନ ଲଢିବେ ବୋଲି ଆଶା କରାଯାଉଛି । ସୂଚନା ଥାଉକି, ବିଧାସଭାର 70 ଆସନ ପାଇଁ ଫେବୃଆରୀ 8 ରେ ମତଦାନ ଆରମ୍ଭ ହେବ । ଏହାର ଫଳାଫଳ ଫେବୃଆରୀ 11 ରେ ଘୋଷଣା କରାଯିବ । 2689 କେନ୍ଦ୍ର ପାଇଁ 13750 ବୁଥ ତିଆରି କରାଯାଇଛି । 2015 ମସିହାରେ ହୋଥିବା ଦିଲ୍ଲୀ ନିର୍ବାଚନରେ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ବାଧୀନ ଆମ ଆଦମି ପାର୍ଟି(ଆପ) ଭଲ ପ୍ରଦର୍ଶନ କରିଥିଲେ । 70 ରୁ 67 ଆସନରେ ବିଜୟ ହାସଲ କରିଥିଲା ଆପ୍ । ବିଜେପି କେବଳ 3ଟି ଆସନ ହାତେଇଥିବା ବେଳେ କଂଗ୍ରେସକୁ ଗୋଟେ ବି ଆସନ ମିଳିନଥିଲା ।

ABOUT THE AUTHOR

...view details