ନୋଏଡା: ଗ୍ରେଟେଡ ନୋଏଡା ପ୍ରଶାସନ ଟେକ୍ନୋଜୋନ-4 କୁ ସୋମବାର ସିଲ କରାଯାଇଛିି । ଏଠାରେ ଥିବା ଜଣେ ବାସିନ୍ଦାଙ୍କର କୋରୋନା ପଜିଟିଭ ରିପୋର୍ଟ ଆସିଛି । ଉପଜିଲ୍ଲାପାଳ ରାଜିବ ରାୟ ସୋମବାର ଦିଲ୍ଲୀର ଗ୍ରେଟେଡ ନୋଏଡାର ଏକ ସୋସାଇଟିକୁ ସିଲ କରିବା ପାଇଁ ଆଦେଶ ଦେଇଛନ୍ତି ।
ଏହି ଆଦେଶରେ କୁହାଯାଇଛି ଯେ ଚେରୀ କାଉଣ୍ଟିରେ ଜଣେ କୋରୋନା ଭାଇରସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସୂଚନା ମିଳିବା ମାତ୍ରେ ମହାମାରୀ କୋଭିଡ-19 ସଂକ୍ରମଣରୁ ବଞ୍ଚିବା ପାଇଁ ଏବଂ ଏହାକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ସୋସାଇଟିକୁ ସିଲ କରାଯିବାର ନିଷ୍ପତ୍ତି ନିଆଯାଇଛି । ତେବେ ନିର୍ଦ୍ଧାରିତ ପ୍ରୋଟୋକଲ ଅନୁସାରେ ସୋମବାର ରାତିରୁ ମେ 3 ତାରିଖ ଯାଏଁ ଏହି ସ୍ଥାନ ସିଲ ରହିବ ।