ଓଡିଶା

odisha

By

Published : Aug 25, 2020, 11:36 AM IST

ETV Bharat / bharat

ଦେଶରେ କୋଭିଡ୍ ସୁସ୍ଥ ହାର 75.27 ପ୍ରତିଶତକୁ ବୃଦ୍ଧି

ଦେଶରେ କୋରୋନା ସକ୍ରିୟ ମାମଲାର ତିନି ଗୁଣରୁ ଅଧିକ ସୁସ୍ଥହାର । ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୩୧ ଲକ୍ଷ ଟିପିଥିବା ବେଳେ ସୁସ୍ଥହାର 75 ପ୍ରତିଶତ ପାର ହୋଇଛି । ଦେଶରେ କୋରୋନାରୁ 23,38,000 ରୁ ଅଧିକ ସୁସ୍ଥ ହୋଇ ପୁନରୁଦ୍ଧାର ହାର 75.27 ପ୍ରତିଶତକୁ ବୃଦ୍ଧି ପାଇଛି ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ଦେଶରେ କୋଭିଡ୍ ସୁସ୍ଥ ହାର 75.27 ପ୍ରତିଶତକୁ ବୃଦ୍ଧି, ସକ୍ରିୟ ମାମଲାର ତିନି ଗୁଣରୁ ଅଧିକ ସୁସ୍ଥହାର
ଦେଶରେ କୋଭିଡ୍ ସୁସ୍ଥ ହାର 75.27 ପ୍ରତିଶତକୁ ବୃଦ୍ଧି, ସକ୍ରିୟ ମାମଲାର ତିନି ଗୁଣରୁ ଅଧିକ ସୁସ୍ଥହାର

ନୂଆଦିଲ୍ଲୀ: ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୃତ ଗତିରେ ବଢୁଥିବା ବେଳେ ସୁସ୍ଥହାର ମଧ୍ୟ ସେହି ଅନୁପାତରେ ବୃଦ୍ଧି ହେବାରେ ଲାଗିଛି । ତେବେ ଦେଶରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୩୧ ଲକ୍ଷ ଟିପିଥିବା ବେଳେ ସୁସ୍ଥହାର 75 ପ୍ରତିଶତ ପାର ହୋଇଛି । ଦେଶରେ କୋରୋନାରୁ 23,38,000 ରୁ ଅଧିକ ସୁସ୍ଥ ହୋଇ ପୁନରୁଦ୍ଧାର ହାର 75.27 ପ୍ରତିଶତକୁ ବୃଦ୍ଧି ପାଇଛି ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି । ମୋଟାମୋଟି ଭାବେ, ଗତ 24 ଘଣ୍ଟା ମଧ୍ୟରେ 57,469 ଲୋକ କୋରୋନାରୁ ଆରୋଗ୍ୟ ହୋଇଛନ୍ତି। ଦେଶରେ କୋଭିଡ୍ ରୋଗୀଙ୍କ ପୁନରୁଦ୍ଧାର ହାର, ସକ୍ରିୟ ମାମଲାର ତିନି ଗୁଣରୁ ଅଧିକ ଅଟେ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୧୪୦୮ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିଯୋଗୁଁ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ଲକ୍ଷ ୬ ହଜାର ୩୪୮ରେ ପହଞ୍ଚିଯାଇଛି। ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କୋରୋନା ୮୩୬ଜଣଙ୍କର ପ୍ରାଣ ନେଇଛି । ଫଳରେ ମୃତ୍ୟୁ ସଂଖ୍ୟା 57,542 କୁ ବୃଦ୍ଧି ପାଇଛି । ଦେଶରେ କୋରୋନା ସଂକ୍ରମଣର 7,10,771 ସକ୍ରିୟ ମାମଲା ଅଛି ଯାହା ସମୁଦାୟ ମାମଲାର 22.88 ପ୍ରତିଶତ ଅଟେ ।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ ଅନୁଯାୟୀ ଗତ 24 ଘଣ୍ଟା ମଧ୍ୟରେ 6 ଲକ୍ଷରୁ ଅଧିକ ପରୀକ୍ଷା କରାଯାଇଛି। କୋରୋନାଭାଇରସ୍ ସଂକ୍ରମଣ ପାଇଁ ପରୀକ୍ଷିତ ମୋଟ ନମୁନା ସଂଖ୍ୟା ବର୍ତ୍ତମାନ ପର୍ଯ୍ୟନ୍ତ 3 କୋଟି 59 ଲକ୍ଷରେ ପହଞ୍ଚିଛି ।

ଦେଶରେ କୋଭିଡ୍ ସୁସ୍ଥ ହାର 75.27 ପ୍ରତିଶତକୁ ବୃଦ୍ଧି, ସକ୍ରିୟ ମାମଲାର ତିନି ଗୁଣରୁ ଅଧିକ ସୁସ୍ଥହାର

For All Latest Updates

ABOUT THE AUTHOR

...view details