ଓଡିଶା

odisha

By

Published : May 9, 2020, 9:47 PM IST

ETV Bharat / bharat

ଦିଲ୍ଲୀରେ କଡାକଡି ହେଲା ନିୟମ

ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହା ମଧ୍ୟରେ ଦିଲ୍ଲୀ ସରକାର ଏବଂ ରେସିଡେଣ୍ଟ ୱେଲଫେୟାର ଆସୋସିଏସନ (ଆରଡବ୍ଲୁଏ) ମୁହାଁମୁହିଁ ହୋଇଛନ୍ତି । ଯାହାକୁ ନେଇ ଦିଲ୍ଲୀ ସରକାର ଆରଡବ୍ଲୁଏ ଉପରେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଏଥିସହ ନିର୍ଦ୍ଦେଶକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢ଼ନ୍ତୁ...

corona
ଦିଲ୍ଲୀରେ କଡାକଡି ହେଲା ନିୟମ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହା ମଧ୍ୟରେ ଦିଲ୍ଲୀ ସରକାର ଏବଂ ରେସିଡେଣ୍ଟ ୱେଲଫେୟାର ଆସୋସିଏସନ (ଆରଡବ୍ଲୁଏ) ମୁହାଁମୁହିଁ ହୋଇଛନ୍ତି । ଯାହାକୁ ନେଇ ଦିଲ୍ଲୀ ସରକାର ଆରଡବ୍ଲୁଏ ଉପରେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଏଥିସହ ନିର୍ଦ୍ଦେଶକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଏବଂ ଦିଲ୍ଲୀ ସରକାରଙ୍କ ନିର୍ଦ୍ଦେଶକୁ କଡାକଡି ଭାବେ ପାଳନ କରିବାକୁ ଦିଲ୍ଲୀ ସରକାର ସମସ୍ତ ଡିଏମ ଏବଂ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀ ସରକାର କହିଛନ୍ତି ଯେ, ଶୁଣିବାକୁ ମିଳିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ପରେ ଯେଉଁ କାର୍ଯ୍ୟକଳାପକୁ ଆମେ ଅନୁମତି ଦେଇଥିଲୁ ତାହା ବିଭିନ୍ନ ସରକାରୀ ଏଜେନ୍ସି ଏବଂ ଆରଡବ୍ଲୁଏ ଦ୍ୱାରା କାର୍ଯ୍ୟକାରୀ ହେବାକୁ ଦିଆଯାଉ ନାହିଁ । ଏହା ନିର୍ଦ୍ଦେଶାବଳୀ ଏହଂ ଆଦେଶର ଉଲଙ୍ଘନ ଅଟେ ।

ଏଥିସହ ବର୍ତ୍ତମାନ ଦିଲ୍ଲୀ ପୋଲିସର ସମସ୍ତ ଡିଏମ୍ ଏବଂ ଡିସିପିଙ୍କୁ ଫିଲ୍ଡର ଲୋକଙ୍କୁ ଭଲ ଭାବରେ ଜଣାଇବାକୁ ଏବଂ ଏହି ନିର୍ଦ୍ଦେଶକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ପ୍ରକାଶ ଥାଉକି, ବିଭିନ୍ନ ସ୍ଥାନରୁ ଖବର ଆସିଥିଲା ​​ଯେ ଦିଲ୍ଲୀ ସରକାରଙ୍କ ସ୍ପଷ୍ଟ ନିର୍ଦ୍ଦେଶ ସତ୍ତ୍ବେ ପ୍ରଶାସନ, ପୋଲିସ କିମ୍ବା ଆରଡବ୍ଲୁଏ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ଅନୁମତି ଦେଉ ନାହାଁନ୍ତି ।

ସେହିପରି ଆର୍ଥିକ କାର୍ଯ୍ୟକଳାପ କିମ୍ବା ଶିଳ୍ପ କାର୍ଯ୍ୟକଳାପ ପାଇଁ ଦିଲ୍ଲୀ ସରକାର ଅନୁମତି ଦେଇଥିଲେ । ସେଥିପାଇଁ ମଧ୍ୟ କିଛି ସ୍ଥାନରୁ ଅଭିଯୋଗ ଆସିଥିଲା । ଶୁଣିବାକୁ ମିଳିଛି ଯେ ପୋଲିସ ଏବଂ ପ୍ରଶାସନ ଆନୁଷ୍ଠାନିକ ଅନୁମତି ମାଗୁଛନ୍ତି । କିନ୍ତୁ ଏହା ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଥିଲା ଯେ କାହାକୁ ଅଲଗା ଅନୁମତି ନେବାକୁ ପଡ଼ିବ ନାହିଁ ।

ABOUT THE AUTHOR

...view details