ଓଡିଶା

odisha

By

Published : Mar 21, 2020, 7:55 PM IST

ETV Bharat / bharat

ଦେଶରେ 300 ଟପିଲା କୋରୋନା ପଜିଟିଭଙ୍କ ସଂଖ୍ୟା

ଦେଶରେ ମୋଟ କୋରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଇ 316ରେ ପହଞ୍ଚିଛି । ଅଧିକ ପଢନ୍ତୁ...

Corona positive cases in India crossed TO 3 hundred
ଦେଶରେ 3ଶହ ଟପିଲା କୋରୋନା ପଜିଟିଭଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କୋରୋନା ପଜିଟିଭଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇ 316ରେ ପହଞ୍ଚିଛି । ଶନିବାର ମହାରାଷ୍ଟ୍ରରେ 12ଟି ନୂଆ କୋରୋନା ପୀଡିତ ଚିହ୍ନଟ ହୋଇଥିବା ବେଳେ ମୋଟ ପୀଡିତଙ୍କ ସଂଖ୍ୟା 72ରେ ପହଞ୍ଚିଛି । ସେହିପରି କେରଳରେ ମୋଟ କୋରୋନା ପୀଡିତଙ୍କ ସଂଖ୍ୟା 52ରେ ପହଞ୍ଚିଛି ।

ଅନ୍ୟପକ୍ଷରେ କର୍ଣ୍ଣାଟକରେ ଏହି ସଂଖ୍ୟା 15ରେ ପହଞ୍ଚିଥିବା ବେଳେ ତାମିଲନାଡୁରେ 3 ଜଣ, ତେଲେଙ୍ଗାନାରେ 21ଜଣ, ଗୁଜୁରାଟରେ 7ଜଣ, ରାଜସ୍ଥାନରେ 18 ଜଣ କୋରୋନାରେ ପୀଡିତ ରହିଥିବା ସୂଚନା ମିଳିଛି। ଏହାସହ ଦେଶରେ ମୋଟ କୋରୋନା ପଜିଟିଭ ସଂଖ୍ୟା 3ଶହ ଟପିଛି ।

ଆଜି ମହାରାଷ୍ଟ୍ରରେ ନୂତନ ଭାବେ 12 ଜଣଙ୍କ ଠାରେ କୋରୋନା ଭୂତାଣୁ ଚିହ୍ନଟ କରାଯାଇଛି । ଅପରପକ୍ଷରେ ଆଜି କର୍ଣ୍ଣାଟକରେ 4ଜଣ, ତାମିଲନାଡୁରେ 3 ଜଣ, ତେଲେଙ୍ଗାନାରେ 2ଜଣ, ରାଜସ୍ଥାନରେ 3ଜଣ ଗୁଜୁରାଟରେ ଜଣଙ୍କ ଠାରେ କୋରୋନା ପଜିଟିଭ ରହିଥିବା ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details