ଓଡିଶା

odisha

By

Published : Sep 25, 2019, 9:46 AM IST

Updated : Sep 25, 2019, 10:49 AM IST

ETV Bharat / bharat

ମୋଦି ନୁହେଁ, ଟ୍ରମ୍ପ ପିଅନ୍ତି...

ଜାତିସଂଘର ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ବୈଠକ ଟେବୁଲରେ ଦେଖିବାକୁ ମିଳିଛି କୋକ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିୟମିତ ଭାବେ କୋକ ପିଉଥିବାରୁ ଆମେରିକା ପରୁକ୍ଷ ଏହାକୁ ଟେବୁଲ ଉପରେ ରଖିଯାଇଥିବା ପିଏମଓ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି।

ଫଟୋ ସୌଜନ୍ୟ: ଏଏନଆଇ

ନ୍ୟୁୟର୍କ: ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧରେ ଦ୍ବିପାକ୍ଷିକ ଆଲୋଚନା ହୋଇଛି। ଜାତିସଂଘର ମୁଖ୍ୟାଳୟରେ ହୋଇଥିବା ଏହି ବୈଠକରେ ମୋଦି ଓ ଟ୍ରମ୍ପଙ୍କ ମଝିରେ ଥିବା ଟେବୁଲ ଉପରେ ଏକ କୋକ ବୋତଲ ଥିବାର ଦେଖିବାକୁ ମିଳିଛି । ଏନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ(ପିଏମଓ) ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି।

ଭିଡିଓ ସୌଜନ୍ୟ: ଏଏନଆଇ

କୋକର ବୋତଲକୁ ନେଇ ପିଏମଓ ପକ୍ଷରୁ କୁହାଯାଇଛି ଯେ ଏହି ବୈଠକ ଆମେରିକା ପକ୍ଷରୁ ଆୟୋଜତି ହୋଇଥିଲା । ତେଣୁ ବ୍ୟବସ୍ଥା ତାଙ୍କ ପକ୍ଷରୁ ହିଁ ହୋଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିୟମିତ ଭାବେ କୋକ ପିଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଆମେରିକା ପକ୍ଷରୁ ଟେବୁଲ ଉପରେ କୋକ ରଖିଯାଇଥିବା ପିଏମଓ ସ୍ପଷ୍ଟ କରିଛି।

Last Updated : Sep 25, 2019, 10:49 AM IST

ABOUT THE AUTHOR

...view details