ଓଡିଶା

odisha

କୋରୋନା ପାଇଁ କର୍ଣ୍ଣାଟକରେ ଜରୁରୀକାଳୀନ ବୈଠକ, ଡିଟରଜେଣ୍ଟରେ ଚାଲିଛି ସଫେଇ କାର୍ଯ୍ୟ

By

Published : Mar 18, 2020, 12:58 PM IST

କର୍ଣ୍ଣାଟକ ବିଧାନସଭା ପରିସରକୁ ଡିଟରଜେଣ୍ଟ ପକାଇ ସଫା କଲେ ସମସ୍ତ ସଦସ୍ୟ । ଏପଟେ କୋଭିଡ୍ -19କୁ ନେଇ କ୍ୟାବିନେଟରେ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହେବ। ଅଧିକ ପଢନ୍ତୁ...

CM BS Yediyurappa
କୋରୋନା ପାଇଁ କର୍ଣ୍ଣାଟକରେ ଜରୁରୀକାଳୀନ ବୈଠକ, ଡିଟରଜେଣ୍ଟରେ ଚାଲିଛି ସଫେଇ କାର୍ଯ୍ୟ

ନୂଆଦିଲ୍ଲୀ: କୋରୋନା କୋପରୁ ରକ୍ଷା ପାଇଁ ବୁଧବାର କର୍ଣ୍ଣାଟକ ବିଧାନସଭା ପରିସରକୁ ସମସ୍ତ ସଦସ୍ୟ କୀଟାଣୁନାଶକ ପକାଇ ସଫା କରିଛନ୍ତି । ବେଙ୍ଗାଲୁର ବିଧାନସଭାରେ ଆଜି ମଧ୍ୟାହ୍ନ 1.30 ସମୟରେ କୋଭିଡ୍ -19 ଭୟ ଉପରେ କ୍ୟାବିନେଟରେ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ଅଧ୍ୟକ୍ଷତା କରିବେ ।

କୋରୋନା ପାଇଁ କର୍ଣ୍ଣାଟକରେ ଜରୁରୀକାଳୀନ ବୈଠକ, ଡିଟରଜେଣ୍ଟରେ ଚାଲିଛି ସଫେଇ କାର୍ଯ୍ୟ

ତେବେ କିପରି ଭାବେ ଜୀବାଣୁକୁ ଆୟତ କରିହେବ ସେନେଇ ବିଭିନ୍ନ ନିଷ୍ପତ୍ତି ନେବାର ସମ୍ଭାବନା ରହିଛି । ସାରା ବିଶ୍ବ ଉପରେ କୋପ କରିଛି କୋରୋନା ଭାଇରସ । ଏହି ଜୀବାଣୁ ସମସ୍ତଙ୍କୁ କଲବଲ କରୁଛି । ପୋକ ମାଛି ପରି ଲୋକଙ୍କ ମୃ୍ତ୍ୟୁ ହେଉଥିବା ବେଳେ ଆତଙ୍କିତ ଅବସ୍ଥାରେ ସାଧାରଣଜନତା ।

କୋରୋନା ପାଇଁ କର୍ଣ୍ଣାଟକରେ ଜରୁରୀକାଳୀନ ବୈଠକ, ଡିଟରଜେଣ୍ଟରେ ଚାଲିଛି ସଫେଇ କାର୍ଯ୍ୟ

ତେବେ ଭାରତରେ ଏବେ ସୁଦ୍ଧା ଏହି ରୋଗରେ 3 ଜଣଙ୍କ ମୃତ୍ୟୁ ହୋଇଛି । ହେଲେ ଅତ୍ୟଧିକ ପ୍ରଭାବକୁ ରୋକିବା ପାଇଁ ବିଭିନ୍ନ ସ୍ତରରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details