ଓଡିଶା

odisha

By

Published : Feb 22, 2020, 8:50 PM IST

ETV Bharat / bharat

ଆଗ୍ରାରେ ଟ୍ରମ୍ପଙ୍କୁ ସ୍ବାଗତ କରିବେ ଯୋଗୀ ଆଦିତ୍ୟନାଥ

ଦୁଇ ଦିନିଆ ଭାରତ ଗ୍ରସ୍ତରେ ଆସୁଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଥମ ଦିନରେ ଆଗ୍ରା ଯିବାର କାର୍ଯ୍ୟକ୍ରମ ରହିଛି । ଯେଉଁଠି ତାଙ୍କୁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସ୍ବାଗତ କରିବେ ।

yogi adityanath welcome president trump in agra
ଆଗ୍ରାରେ ଟ୍ରମ୍ପଙ୍କୁ ସ୍ବାଗତ କରିବେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ଆଗ୍ରାରେ ଟ୍ରମ୍ପଙ୍କୁ ସ୍ବାଗତ କରିବେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଦୁଇ ଦିନିଆ ଭାରତ ଗ୍ରସ୍ତରେ ଆସୁଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଥମ ଦିନରେ ଆଗ୍ରା ଯିବାର କାର୍ଯ୍ୟକ୍ରମ ରହିଛି । ଯେଉଁଠି ତାଙ୍କୁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସ୍ବାଗତ କରିବେ ।

ତେବେ ଟ୍ରମ୍ପଙ୍କ ଗସ୍ତକୁ ନେଇ ଆଗ୍ରା ସଜେଇ ହେଉଥିବା ବେଳେ ଖେରିଆ ଏୟାରପୋର୍ଟରୁ ତାଜମହଲ ପର୍ଯ୍ୟନ୍ତ ସଂଯୁକ୍ତ କରୁଥିବା ରାସ୍ତା ଏବଂ କାନ୍ଥରେ ଟ୍ରମ୍ପଙ୍କ ଚିତ୍ର ସହ ଆମେରିକା ଜାତୀୟ ପତାକା ଚିତ୍ର ଅଙ୍କାଯାଇ ସଜାଯାଇଛି । ଯାହାର ତଳେ ‘ନମସ୍ତେ ଟ୍ରମ୍ପ’ ଲେଖାଯାଇଛି ।

ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ଅନୁଯାୟୀ, ଟ୍ରମ୍ପଙ୍କ ଗସ୍ତକୁ ନେଇ ଆସନ୍ତା 24 ତାରିଖରେ ତାଜମହଲ ସାଧାରଣ ପର୍ଯ୍ୟଟକଙ୍କ ପାଇଁ ଅପରାହ୍ନ 12ଟା ପରେ ବନ୍ଦ ରହିବ ।

For All Latest Updates

ABOUT THE AUTHOR

...view details