ଓଡିଶା

odisha

By

Published : Jul 6, 2020, 10:10 AM IST

ETV Bharat / bharat

ପ୍ରଧାନମନ୍ତ୍ରୀ ଚିଠି ଲେଖିଲେ ଛତିଶଗଡ ମୁଖ୍ୟମନ୍ତ୍ରୀ ବଘେଲ

ଆର୍ଥିକ ସ୍ଥିତିରେ ସୁଧାର ଆଣିବାରୁ ଅନଲକ ଲାଗୁ ହୋଇଛି । ଜିମ ସେଣ୍ଟରଗୁଡିକୁ ଖୋଲିବାକୁ କେନ୍ଦ୍ର ସରକାର ଅନୁମତି ଦେବାକୁ ପିଏମଙ୍କୁ ଚିଠି ଲେଖିଲେ ବଘେଲ । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ ଚିଠି ଲେଖିଲେ ଛତିଶଗଡ ମୁଖ୍ୟମନ୍ତ୍ରୀ ବଘେଲ
ପ୍ରଧାନମନ୍ତ୍ରୀ ଚିଠି ଲେଖିଲେ ଛତିଶଗଡ ମୁଖ୍ୟମନ୍ତ୍ରୀ ବଘେଲ

ରାୟପୁର: ଦେଶରେ ଅନଲକ ଜାରି କରି ପର୍ଯ୍ୟାୟ କ୍ରମେ କଟକଣା କୋହଳ କରାଯାଉଛି । ବିଭିନ୍ନ ଶିଳ୍ପାନୁଷ୍ଠାନ ଠାରୁ ଛୋଟ ବ୍ୟବସାୟୀ ନିର୍ଦ୍ଦିଷ୍ଟ ଏସଓପି ସହିତ ଖୋଲିବାକୁ ଅନୁମତି ମିଳିଛି । ହୋଟେଲ, ରେଷ୍ଟୁରାଣ୍ଟ ମଧ୍ୟ ଖୋଲିଛି । ହେଲେ ଏଯାବତ ଜିମ ସେଣ୍ଟରକୁ ପୁନଃ ଖୋଲିବା ନେଇ ସରକାର କୌଣସି ପ୍ରକାରର ନିର୍ଦ୍ଦେଶ ଜାରି କରିନାହାଁନ୍ତି । ତେଣୁ ଜିମ ସେଣ୍ଟର ଗୁଡିକୁ ପୁନଃଖୋଲିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ।

ମୁଖ୍ୟମନ୍ତ୍ରୀ ଭୂପେଶ କହିଛନ୍ତି, ଜିମର ମାଲିକମାନେ ଆର୍ଥିକ ସମସ୍ୟାରେ ଯୁଝି ହେଉଛନ୍ତି । ଲକଡାଉନ ଆରମ୍ଭ ତଥା ମାର୍ଚ୍ଚ ମାସରୁ ଜୁଲାଇ ଆସି ହେଲାଣି ସେମିତି ଜିମଗୁଡିକ ବନ୍ଦ ରହିଛି ।

ସଂକ୍ରମଣ ରୋକିବାକୁ ଦେଶରେ ଲକଡାଉନ ଘୋଷଣା କରାଯାଇଥିଲା । ପରେ ପରେ ଆର୍ଥିକ ମାନ୍ଦାବସ୍ଥାକୁ ସୁଧାରିବାକୁ ପର୍ଯ୍ୟାୟ କ୍ରମେ କଟକଣାକୁ କୋହଳ କରାଯାଉଛି । ଭାରତ ସରକାର ବିଭିନ୍ନ ଏସଓପି ଜାରି କରି ରେଷ୍ଟୁରାଣ୍ଟ ଓ ହୋଟେଲ ଖୋଲିବାକୁ ଅନୁମତି ଦେଇଛନ୍ତି । ତେଣୁ ସେହିଭଳି ଜିମ ଖୋଲିବାକୁ ମଧ୍ୟ ଅନୁମୋଦ ଦିଆଯାଉ ବୋଲି ବଘେଲ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ।

ହୋଟେଲ ଓ ରେଷ୍ଟୁରାଣ୍ଟ ଯେଉଁ ଭଳି ଗାଇଡଲାଇନ ଜାରି କରାଯାଇ ଖୋଲାଯାଇଛି ଠିକ ସେହିଭଳି ଜିମଗୁଡିକ ମଧ୍ୟ ଖୋଲାଯାଉ ବୋଲି ସେ କହିଛନ୍ତି ।

ଜୁଲାଇ 1ରୁ ଜାରି ହୋଇଥିଲା ଅନଲକ-2.0ର ଗାଇଡଲାଇନ ଅନୁସାରେ, ମେଟ୍ରୋ, ସିନେମା ହଲ,ଜିମ, ସ୍ବଇମିଙ୍ଗ ପୁଲ, ପାର୍କ, ଥ୍ରୀଏଟର୍ସ, ବାର, ଅଡିଟୋରିୟମ, ବିଧାନସଭା ହଲ ଆଦି ବନ୍ଦ ରହିବ ।

@ANI

ABOUT THE AUTHOR

...view details