ହାଇଦ୍ରାବାଦ: ମାହାମାରୀ କରୋନାକୁ ନେଇ ସାରା ବିଶ୍ବରେ ଭୟାବହତା ଦେଖାଦେଇଥିଲାବେଳେ ଭାରତରେ ଏବେ ଏହା କାୟା ବିସ୍ତାର କରିବାରେ ଲାଗିଛି । ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁଦେଶମ ପାର୍ଟୀର ସଭାପତି ଚନ୍ଦ୍ରବାବୁ ନାଇଡୁ ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିଥିବାରୁ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ ଧନ୍ୟବାଦ ଜଣାଇଛନ୍ତି । କୁଆଲାଲାମ୍ପୁରରେ ତେଲୁଗୁ ଛାତ୍ରଛାତ୍ରୀ ମାନେ ଅଧ୍ୟୟନ ପାଇଁ ଯାଇଥିଲେ ସେମାନଙ୍କୁ ବୈଦେଶିକ ମନ୍ତ୍ରଣାଳୟ ଫେରାଇ ଆଣିଥିଲା ।
ଭାରତର ବୈଦେଶିକ ମନ୍ତ୍ରଣାଳୟର ଏହି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ଚନ୍ଦ୍ରବାବୁ ନାଇଡୁ । ମୋଟ 300 ଲୋକଙ୍କୁ କୁଆଲାଲାମ୍ପୁରରୁ ଉଦ୍ଧାର କରାଯାଇଛି । ସେମାନଙ୍କ ମଧ୍ୟରୁ ତେଲୁଗୁ ଲୋକଙ୍କୁ ଦିଲ୍ଲୀରୁ ଘରୋଇ ବିମାନ ଯୋଗେ ବିଶାଖାପାଟଣାକୁ ପଠାଇଦିଆଗଲା । ବୈଦେଶିକ ମନ୍ତ୍ରୀ କୁଆଲାଲାମ୍ଫୁର ବିମାନବନ୍ଦରରେ ଏହି ଅସମୟରେ ଭାରତୀୟ ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ ପ୍ୟାସେଞ୍ଜରଙ୍କ ଧୌର୍ଯ୍ୟକୁ ପ୍ରଶଂସା କରିଛନ୍ତି। କରୋନା ଭାଇରସରକୁ ନେଇ ମାଲେସିଆରେ ପ୍ରଧାନମନ୍ତ୍ରୀ ଦୂରଦୂରାନ୍ତ ଯାତ୍ରାକୁ ବନ୍ଦ କରିବାପାଇଁ ନିଷ୍ପତ୍ତି ନେଇଛନ୍ତି । ମାଲେସିଆ ସହିତ ବିଭିନ୍ନ ଦେଶର ବିମାନ ଯାତ୍ରାକୁ ବନ୍ଦ କରାଯିବ ।