ଓଡିଶା

odisha

By

Published : Sep 14, 2020, 1:50 PM IST

ETV Bharat / bharat

ୟୁପିରେ 17ଟି ନୂଆ ରୁଟରେ ଚାଲିବ ବିମାନ, କେନ୍ଦ୍ର ଦେଲା ଗ୍ରୀନ ସିଗନାଲ

ୟୁପିରେ ପ୍ରଥମ ଥର ପାଇଁ 'ବେସାମରିକ ବିମାନ ଚଳାଚଳ ପ୍ରୋତ୍ସାହନ ନୀତି-2017' ରାଜ୍ୟ ସରକାର କାର୍ଯ୍ୟକାରୀ କରିଛନ୍ତି । ଏହି ନୀତିରେ ରାଜଧାନୀ ଲକ୍ଷ୍ନୌକୁ ଅନ୍ୟ ରାଜ୍ୟର ରାଜଧାନୀ ସହିତ ସଂଯୋଗ କରିବ । ସମ୍ପୂର୍ଣ୍ଣ ପଢନ୍ତୁ...

ୟୁପିରେ 17ଟି ନୂଆ ରୁଟରେ ବିମାନ ସେବା ଆରମ୍ଭ ନେଇ କେନ୍ଦ୍ର ଦେଲା ମଞ୍ଜୁରୀ
ୟୁପିରେ 17ଟି ନୂଆ ରୁଟରେ ବିମାନ ସେବା ଆରମ୍ଭ ନେଇ କେନ୍ଦ୍ର ଦେଲା ମଞ୍ଜୁରୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶର 17ଟି ନୂଆ ରୁଟରେ ବିମାନ ସେବା ଆରମ୍ଭ ହେବ। ରିଜୋନାଲ କନେକ୍ଟିଭିଟି ସ୍କିମ ଅଧୀନରେ ଏହି ନୂଆ ରୁଟରେ ବିମାନ ଚଳାଚଳ କରିବାକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ନୂତନ ବିମାନ ମାର୍ଗରେ ଆରସିଏସ ଅଧୀନରେ ବିମାନ ସେବା ଚଳାଇବାକୁ ରାଜ୍ୟ ସରକାର, ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ପ୍ରସ୍ତାବ ଦିଆଯାଇଥିଲା।

ଅଯୋଧ୍ୟା, ଚିତ୍ରକୂଟ ଏବଂ ସୋନଭଦ୍ରା ବିମାନବନ୍ଦରର ସମୀକ୍ଷା ସମୟରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ପୁରୀଙ୍କ ସହ ସିଏମ ଯୋଗୀ ଆଦିତ୍ୟନାଥ ଗତ ସପ୍ତାହରେ ଏହି ନୂତନ ମାର୍ଗଗୁଡିକର ଅନୁମୋଦନ ପାଇଁ ପ୍ରସ୍ତାବ ରଖିଥିଲେ, ଯାହା ପରେ ୟୁପିର ପ୍ରସ୍ତାବକୁ ଅନୁମୋଦନ କରାଯାଇଥିଲା। ଏହି ଅନୁମୋଦନ ପାଇଁ ସିଏମ ଯୋଗୀ ଅଧିକାରୀଙ୍କ ସହ ଏକ ବୈଠକ କରିବେ ଏବଂ ଆଗାମୀ ରଣନୀତି ଉପରେ ଆଲୋଚନା କରିବେ।

ସୂଚନାଯୋଗ୍ୟ ଯେ, ୟୁପିରେ ପ୍ରଥମ ଥର ପାଇଁ 'ବେସାମରିକ ବିମାନ ଚଳାଚଳ ପ୍ରୋତ୍ସାହନ ନୀତି-2017' ରାଜ୍ୟ ସରକାର କାର୍ଯ୍ୟକାରୀ କରିଛନ୍ତି। ଏହି ନୀତିରେ ରାଜଧାନୀ ଲକ୍ଷ୍ନୌକୁ ଅନ୍ୟ ରାଜ୍ୟର ରାଜଧାନୀ ସହିତ ସଂଯୋଗ କରିବା ସହିତ ଲକ୍ଷ୍ନୌକୁ ରାଜ୍ୟ ବିଭାଗୀୟ ମୁଖ୍ୟାଳୟ ସହିତ ବିମାନ ସେବା ମାଧ୍ୟମରେ ସଂଯୋଗ କରିବାକୁ ପ୍ରାଥମିକତା ଦିଆଯାଇଛି।

ଗତ1 ଏପ୍ରିଲ 2017 ସୁଦ୍ଧା, ଉତ୍ତରପ୍ରଦେଶରେ 17ଟି ଘରୋଇ ଏବଂ 8ଟି ବିଦେଶୀ ବିମାନ ଥିବାବେଳେ 16 ମାର୍ଚ୍ଚ 2020 ସୁଦ୍ଧା ଘରୋଇ ବିମାନ ସଂଖ୍ୟା 3 ଗୁଣ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ରାଜ୍ୟରୁ 51ଟି ଘରୋଇ ବିମାନ ସହିତ 12 ଟି ବିମାନ ମଧ୍ୟ ଆରମ୍ଭ ହୋଇଥିଲା। ରାଜ୍ୟର ମୋଟ ବିମାନ ଯାତ୍ରୀଙ୍କ ସଂଖ୍ୟା 9.58 ପ୍ରତିଶତ ବୃଦ୍ଧି ପାଇଛି। ଗୋରଖପୁର, ପ୍ରୟାଗରାଜ ଏବଂ କାନପୁରରେ ବିମାନ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି।

ABOUT THE AUTHOR

...view details