ଓଡିଶା

odisha

By

Published : Dec 28, 2019, 11:42 PM IST

ETV Bharat / bharat

ଏଏମୟୁ ସିଏଏ ହିଂସା: 10 ହଜାର ଅଣଛାତ୍ରଙ୍କ ବିରୋଧରେ ମାମଲା ରୁଜୁ

10 ହଜାର ଅଣଛାତ୍ରଙ୍କ ବିରୋଧରେ ମାମଲା ରୁଜୁ । ଏଏମୟୁ ସିଏଏ ହିଂସା ମାମଲାରେ ଏମାନଙ୍କ ନାମରେ ହୋଇଛି ମାମଲା । ଆଗକୁ ପଢନ୍ତୁ...

Case registered against 10,000 unidentified  students
ଏଏମୟୁ ସିଏଏ ହିଂସା

ଲକ୍ଷ୍ନୌ:ଉତ୍ତର ପ୍ରଦେଶ ଆଲିଗଡ ମୁସଲିମ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଓ ପୋଲିସ ମଧ୍ୟରେ ସିଏଏକୁ ନେଇ ତୁମୁଳକାଣ୍ଡ ଘଟିଥିଲା। ଡିସେମ୍ବର 15ରେ ଏହି କାଣ୍ଡ ଘଟିଥିଲା । ଏହି ଘଟଣାରେ ୟୁପି ପୋଲିସ ବିଶ୍ବବିଦ୍ୟାଳୟର 10 ହଜାର ଅଣଛାତ୍ରଙ୍କ ବିରୋଧରେ ମାମଲା ରୁଜୁ କରିଛି। ଆନ୍ଦୋଳନ ବେଳେ ହୋଇଥିବା ହିଂସା ପାଇଁ ଛାତ୍ରଛାତ୍ରୀ ଏବଂ ପୋଲିସ ପରସ୍ପର ବିରୋଧରେ ଆରୋପ ଲଗାଇବାରେ ଲାଗିଛନ୍ତି।

ଆନ୍ଦୋଳନ ବେଳେ ହିଂସା ପାଇଁ ପୋଲିସ ଦାୟୀ। ଏହାପରେ ଡିସେମ୍ବର 16ରେ ୟୁପି ପୋଲିସ ମଧ୍ୟ ସ୍ପଷ୍ଟୀକରଣ ରଖିଥିଲା । ସେହିପରି ଏଏମୟୁ ପିଲାମାନେ ପୋଲିସ ବିରୋଧରେ ବର୍ବରତା ଅଭିଯୋଗ ଆଣି ଡିସେମ୍ବର 25ରେ କ୍ୟାଣ୍ଡେଲ ଶୋଭାଯାତ୍ରା କରିଥିଲେ। ଏଥିପାଇଁ 1200 ଅଜ୍ଞାତ ଲୋକଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି। ନିଷିଦ୍ଧାଞ୍ଚଳରେ ଆନ୍ଦୋଳନ କରାଯାଇଥିବାରୁ ପୋଲିସ ଏହି ମାମଲା ରୁଜୁ କରିଛି ବୋଲି ସଫେଇ ଦେଇଛି।

ABOUT THE AUTHOR

...view details