ଭୋପାଳ: ରେଳଷ୍ଟେସନର ଫୁଟ ଓଭର ବ୍ରିଜ ଭୁଶୁଡିବା ଘଟଣାରେ ଗୁରୁତରଙ୍କୁ ରାଜ୍ୟ ସରକାରଙ୍କ ଆର୍ଥିକ ସହାୟତା ଘୋଷଣା । ଦୁର୍ଘଟଣାରେ ଗୁରୁତର ହୋଇଥିବା ଯାତ୍ରୀଙ୍କୁ 50 ହଜାର ଓ ସାମାନ୍ୟ ଆହତଙ୍କୁ 10 ହଜାର ଟଙ୍କା ଦିଆଯିବ ।
ଏହି ଦୁର୍ଘଟଣାକୁ ନେଇ ରାଜ୍ୟ ସରକାର ବହୁତ ପ୍ରଶ୍ନ ଉଠାଇଛି । ଜନସମ୍ପର୍କ ମନ୍ତ୍ରୀ ପିସି ଶର୍ମା ଘଟଣା ସ୍ଥଳରେ ପହଞ୍ଚିଛି । ଏ ନେଇ ମୁଖ୍ୟମନ୍ତ୍ରୀ କମଳନାଥ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ପତ୍ର ଲେଖି ରାଜ୍ୟର ସମସ୍ତ ରେଳ ଷ୍ଟେସନ ବ୍ରିଜର ଯାଞ୍ଚ ପାଇଁ ଦାବି କରିବେ ବୋଲି ଶର୍ମା କହିଛନ୍ତି ।