ଓଡିଶା

odisha

By

Published : Jan 3, 2021, 8:06 PM IST

ETV Bharat / bharat

ସୋମବାର ଏନଆଇଏ କୋର୍ଟରେ ହାଜର ହେବେ ସାଧ୍ବୀ ପ୍ରଜ୍ଞା

ମହାରାଷ୍ଟ୍ରର ମାଲେଗାଁ ବୋମା ବିସ୍ଫୋରଣ ମାମଲାରେ ଭୋପାଲ ସାଂସଦ ସାଧ୍ବୀ ପ୍ରଜ୍ଞା ସିଂ ଠାକୁର ଜାନୁୟାରୀ 4 ତାରିଖ ମୁମ୍ବାଇର ଏନଆଇଏ କୋର୍ଟରେ ହାଜର ହେବ । ଏଥିପାଇଁ ସେ ଭୋପାଲରୁ ମୁମ୍ବାଇ ବାହାରିଛନ୍ତି । ଏହା ପୂର୍ବରୁ ଦୁଇଥର ଏନଆଇଏ ସମନ ଆସିଛି କିନ୍ତୁ ହାଜର ହୋଇପାରିନାହାଁନ୍ତି । ଅଧିକ ପଢନ୍ତୁ...

bhopal mp sadhvi pragya
ସୋମବାର ଏନଆଇଏ କୋର୍ଟରେ ହାଜର ହେବେ ବିଜେପି ସାଂସଦ ସାଧ୍ବୀ ପ୍ରଜ୍ଞା

ଭୋପାଲ:ଆସନ୍ତାକାଲି ଏନଆଇଏ କୋର୍ଟରେ ହାଜର ହେବେବିଜେପି ସାଂସଦ ପ୍ରଜ୍ଞା ସିଂ ଠାକୁର । ମାଲେଗାଁ ବୋମା ବିସ୍ପୋରଣ ମାମଲାରେ ଭୋପାଲର ବିଜେପି ସାଂସଦ ସୋମବାର ମୁମ୍ବାଇର ଏନଆଇଏ ସ୍ବତନ୍ତ୍ର କୋର୍ଟରେ ହାଜର ହେବେ । ଏହା ପୂର୍ବରୁ ଦୁଇଥର ଏନଆଇଏ ସମନ ଆସିଥିଲା କିନ୍ତୁ ହାଜର ହୋଇପାରିନାହାଁନ୍ତି । ଆସନ୍ତାକାଲି ତାଙ୍କ ସହ ଅନ୍ୟ 4 ଜଣ ମଧ୍ୟ ଏହି ମାମଲାରେ ଏନଆଇଏର କୋର୍ଟରେ ହାଜର ହେବେ ।

ମହାରାଷ୍ଟ୍ରର ମାଲେଗାଁ ବୋମା ବିସ୍ଫୋରଣ ମାମଲାରେ ଏନଆଇଏର ସ୍ବତନ୍ତ୍ର କୋର୍ଟ ଗତ ଡିସେମ୍ବର 3 ତାରିଖରେ ହାଜର ପାଇଁ ଦିନ ଧାର୍ଯ୍ୟ କରିଥିଲା । ସାଂସଦ ପ୍ରଜ୍ଞା ସିଂ ଠାକୁରଙ୍କ ସମେତ ରମେଶ ଉପାଧ୍ୟୟ,ସୁଧାକର ଦ୍ବିବେଦୀ,ସମୀର କୁଲକର୍ଣ୍ଣି ସହ ଲେପ୍ଟନାଣ୍ଟ କର୍ଣ୍ଣେଲ ପୁରୋହିତ କୋର୍ଟରେ ହାଜର ପାଇଁଁ ନିର୍ଦ୍ଦେଶ ଥିଲା କିନ୍ତୁ କୋରୋନା ଯୋଗୁଁ କେହି ହାଜର ହୋଇପାରିନଥିଲେ । ଏହାପରେ 19 ଡିସେମ୍ବରରେ ମଧ୍ୟ ଦିନ ଧାର୍ଯ୍ୟ କରାଯାଇଥିଲ । କିନ୍ତୁ ଏହି ସମୟରେ ସାଂସଦ ଦିଲ୍ଲୀ ଏମସରେ ଚିକିତ୍ସାଧୀନ ରହିଥିବା ଯୋଗୁଁ କୋର୍ଟରେ ହାଜର ହୋଇନଥିଲେ ।

ସୂଚନାଥାଉକି 2008 ମସିହା ସେପ୍ଟେମ୍ବର 29 ତାରିଖ ଦିନ ମହାରାଷ୍ଟ୍ରର ମାଲେଗାଁରେ ବୋମା ବିସ୍ଫୋରଣ ହୋଇଥିଲା । ଏହି ଘଟଣାରେ 6 ଜଣ ମୃତ୍ୟୁ ହୋଇଥିବାବେଳେ 100ରୁ ଅଧିକ ଲୋକ ଆହତ ହୋଇଥିଲେ ।ଏହି ଘଟଣାରେ ଏକ ମୋଟର ସାଇକେଲର ବ୍ୟବହୃତ ହୋଇଥିଲା । ଏନଆଇଏ ରିପୋର୍ଟ ଅନୁସାରେ ଏହି ମୋଟର ସାଇକେଲ ପ୍ରଜ୍ଞା ସିଂ ଠାକୁରଙ୍କ ନାଁ ରେ ରହିଥିବା ଜଣାପଡିଥିଲା । ଏହା ପରେ ମହାରାଷ୍ଟ୍ର ଏଟିଏସ ତଦନ୍ତରେ ଜଣାପଡିଥିଲା ଗୁଜୁରାଟର ସୁରଟ ସହ ଶେଷରେ ପ୍ରଜ୍ଞା ସିଂ ଠାକୁରଙ୍କ ସହ ଜଡିତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details