ଓଡିଶା

odisha

By

Published : Oct 25, 2020, 9:34 PM IST

ETV Bharat / bharat

କେରଳ ସୁନା ତସ୍କରୀ ମାମଲାରେ ଜଣେ ବ୍ୟାଙ୍କ ମ୍ୟାନେଜର ନିଲମ୍ବିତ

କେରଳ ସୁନା ତସ୍କରୀ ମାମଲାରେ ସଂପୃକ୍ତି ଥିବା ଅଭିଯୋଗରେ ନିଲମ୍ବିତ ହେଲେ କେରଳର କରମାନା ଆକ୍ସିସ ବ୍ୟାଙ୍କ ମ୍ୟାନେଜର। ତଦନ୍ତ ବେଳେ ବ୍ୟାଙ୍କ ମ୍ୟାନେଜର ଏ.ଶେଷାଦ୍ରି ଆୟର ସମ୍ପୃକ୍ତି ଥିବା ନେଇ ପ୍ରମାଣ ମିଳିଥିଲା। ଅଧିକ ପଢ଼ନ୍ତୁ...

କେରଳ ସୂନା ତସ୍କରୀ ମାମଲାରେ ଜଣେ ବ୍ୟାଙ୍କ ମ୍ୟାନେଜର ନିଲମ୍ବିତ
କେରଳ ସୂନା ତସ୍କରୀ ମାମଲାରେ ଜଣେ ବ୍ୟାଙ୍କ ମ୍ୟାନେଜର ନିଲମ୍ବିତ

ଥିରୁଅନନ୍ତପୁରମ: ସୁନା ଚୋରା ଚାଲାଣ ମାମାଲା ସଂପୃକ୍ତି ଥିବା ଅଭିଯୋଗରେ ନିଲମ୍ବିତ ହେଲେ କେରଳର କରମାନା ଆକ୍ସିସ ବ୍ୟାଙ୍କ ମ୍ୟାନେଜର। ସିବିଆଇ ତଦନ୍ତ ବେଳେ ସୁନା ଚୋରା ଚାଲାଣ ମାମଲାରେ ଆକ୍ସିସ ବ୍ୟାଙ୍କ ମ୍ୟାନେଜର ଏ.ଶେଷାଦ୍ରି ଆୟର ସମ୍ପୃକ୍ତି ଥିବା ନେଇ ପ୍ରମାଣ ମିଳିଥିଲା। ଏହାପରେ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି।

କେରଳ ସୂନା ତସ୍କରୀ ମାମଲାରେ ଜଣେ ବ୍ୟାଙ୍କ ମ୍ୟାନେଜର ନିଲମ୍ବିତ

ସୁନା ଚୋରା ଚାଲାଣ ମାମଲାର ମୁଖ୍ୟ ଅଭିଯୁକ୍ତ ୟୁଏଇ କନସୁଲେଟ ସ୍ବପ୍ନା ସୁରେଶ ଏହି କେରଳର କରମାନା ଆକ୍ସିସ ବ୍ୟାଙ୍କରେ ଆକାଉଣ୍ଟ ଖୋଲିଥିଲେ। ଏହାକୁ ନେଇ ବ୍ୟାଙ୍କ ମ୍ୟାନେଜର ଶେଷାଦ୍ରୀଙ୍କୁ ଜେରା କରିଥିଲା କ୍ରାଇମ ବ୍ରାଞ୍ଚ ଇନଭେଷ୍ଟିଗେସନ ବ୍ୟୁରୋ।

ତେବେ ଜେରା ବେଳେ ଶେଷାଦ୍ରୀଙ୍କୁ ସ୍ବପ୍ନା ସୁରେଶ ଧମକଚମକ ଦେଉଥିବା କଥା ପଦାକୁ ଆସିଛି। ବ୍ୟାଙ୍କରୁ କନସୁଲେଟ ଆକାଉଣ୍ଟ ପ୍ରତ୍ୟାହାର କରିବା ଧମକ ଦେଇ ଆକାଉଣ୍ଟରୁ ଟଙ୍କା ଉଠାଇ ନେଇଥିଲା ସ୍ବପ୍ନା ସୁରେଶ। ଏହାସହ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ମଧ୍ୟ ଦିଆଯାଇଥିବା କଥା କହିଛନ୍ତି ସଂପୃକ୍ତ ବ୍ୟାଙ୍କ ମ୍ୟାନେଜର।

କେରଳ ସୂନା ତସ୍କରୀ ମାମଲାରେ ଜଣେ ବ୍ୟାଙ୍କ ମ୍ୟାନେଜର ନିଲମ୍ବିତ

ଏହାପୂର୍ବରୁ ଘଟଣାରେ ସମ୍ପୃକ୍ତି ଅଭିଯୋଗରେ କେରଳ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ପୂର୍ବତନ ସଚିବ ଏସ ଶିବ ଶଙ୍କରଙ୍କୁ ଗିରଫ କରିଥିଲା। ଏହାପରେ ସେ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ। ଅକ୍ଟୋବର 23 ତାରିଖରେ ଏସ ଶିବ ଶଙ୍କରଙ୍କୁ 11 ଘଣ୍ଟା କାଳ ଜେରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।

ସୁନ ତସ୍କରୀ ଘଟଣାକୁ ନେଇ କେରଳରେ ରାଜନୀତି ସରଗରମ ରହିଛି। ଏହି ମାମଲାରେ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ମଧ୍ୟ ସାମିଲ ଥିବା ନେଇ ବିରୋଧି ଅଭିଯୋଗ କରିଥିଲେ। ଏହାପରେ ସିବିଆଇ ଏହି ମାମଲାର ଯାଞ୍ଚ କରୁଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ସ୍ବପ୍ନା ସୁରେଶକୁ ଗିରଫ କରାଯାଇ ସାରିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details