ଓଡିଶା

odisha

By

Published : Oct 1, 2019, 10:39 AM IST

ETV Bharat / bharat

ପେନସନ ନେବେନି ଜେଟଲୀଙ୍କ ପରିବାର

ଦିବଂଗତ ନେତା ଅରୁଣ ଜେଟଲୀଙ୍କୁ ମିଳୁଥିବା ପେନସନ ନେବାକୁ ମନା କରିଦେଇଛନ୍ତି ପରିବାର । ଏନେଇ ଜେଟଲୀଙ୍କ ପତ୍ନୀ ସଙ୍ଗୀତା ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କେୟା ନାଇଡୁଙ୍କୁ ଚିଠି ଲେଖିଛନ୍ତି ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଦିବଂଗତ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ମିଳୁଥିବା ପେନସନ ନେବାକୁ ମନା କରିଦେଇଛନ୍ତି ତାଙ୍କ ପରିବାର । ଏନେଇ ଜେଟଲୀଙ୍କ ପତ୍ନୀ ସଙ୍ଗୀତା ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କେୟା ନାଇଡୁଙ୍କୁ ଚିଠି ଲେଖିଛନ୍ତି । ତେବେ ଜେଟଲୀଙ୍କ ପେନସନ ରାଶିକୁ ରାଜ୍ୟସଭାର ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ମଧ୍ୟରେ ବାଣ୍ଟି ଦେବା ପାଇଁ ନିଜ ଚିଠିରେ ଲେଖିଛନ୍ତି ସଙ୍ଗୀତା । ଅରୁଣ ଜେଟ୍‌ଲୀଙ୍କ ପରୋପକାରୀ ଗୁଣ ହେତୁ ସେମାନେ ତାଙ୍କ ପ୍ରାପ୍ୟକୁ ପରହିତ କାର୍ଯ୍ୟରେ ଲଗାଇବାକୁ ଚାହୁଁଥିବା ସେ କହିଛନ୍ତି।

ତେବେ ପେନସନ ରୂପରେ ଜେଟଲୀଙ୍କ ପରିବାରକୁ ବାର୍ଷିକ ପ୍ରାୟ 3 ଲକ୍ଷ ଟଙ୍କା ମିଳିଥାନ୍ତା । କିନ୍ତୁ ଜେଟଲୀଙ୍କ ପରିବାରର ଏହି ନିଷ୍ପତ୍ତି ପରେ ତାଙ୍କ ପେନସନ ରାଶିକୁ ଏବେ ରାଜ୍ୟସଭାର କମ୍‌ ବେତନ ପ୍ରାପ୍ତ କର୍ମଚାରୀଙ୍କୁ ଦିଆଯାଇପାରେ ।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଅଗଷ୍ଟ 24 ତାରିଖରେ ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲୀ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ଦୀର୍ଘ ଦିନରୁ ଅସୁସ୍ଥ ଥିବା କାରଣରୁ ତାଙ୍କୁ ଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଥିଲା ।

ABOUT THE AUTHOR

...view details