ଓଡିଶା

odisha

ଆପ୍ ଛାଡିଲେ ଅଳକା ଲାମ୍ବା

By

Published : Sep 6, 2019, 2:10 PM IST

Updated : Sep 6, 2019, 2:15 PM IST

ଆମ ଆଦମୀ ପାର୍ଟିରୁ ଇସ୍ତଫା ଦେଲେ ଅଳକା ଲାମ୍ବା। ଏଆଇସିସି ଅଧକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିବା ପରେ ଆପର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ସେ । ଶୁଣିବାକୁ ମିଳୁଛି ଯେ ଖୁବ ଶୀଘ୍ର କଂଗ୍ରେସରେ ଯୋଗ ଦେଇ ପାରନ୍ତି ଅଳକା ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିରୁ(ଆପ) ଇସ୍ତଫା ଦେଇଛନ୍ତି ଚାନ୍ଦିନୀଚୌକର ଚର୍ଚ୍ଚିତ ବିଧାୟିକା ଅଳକା ଲାମ୍ବା। ମଙ୍ଗଳବାର ଏଆଇସିସି ଅଧକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିବା ପରେ ସେ ଆପର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି। ଶୁଣିବାକୁ ମିଳୁଛି ଖୁବ ଶୀଘ୍ର କଂଗ୍ରେସରେ ଯୋଗ ଦେଇପାରନ୍ତି ଅଳକା ।

ତେବେ ଇସ୍ତଫା ଦେବା ପରେ ସେ ଟ୍ବିଟ କରି ଲେଖିଛନ୍ତି କି, ' ଆପକୁ ବିଦାୟ ଦେବାର ସମୟ ଆସିଛି' । ଗତ 6 ବର୍ଷରେ ଆମ୍ ଆଦମୀ ପାର୍ଟିରେ ରହି ବହୁତ କିଛି ଶିଖିଛି। ସେଥିପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି। ’

ଚଳିତ ବର୍ଷ ଲୋକସଭା ନିର୍ବାଚନରେ ଆପର ଖରାପ ପ୍ରଦର୍ଶନ ପାଇଁ ଅଳକା ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଦାୟୀ କରିଥିଲେ। ଯାହା ପରଠୁ ଦଳରେ ଅନେକ ବିବାଦ ଦେଖାଦେବା ସହ ତାଙ୍କୁ ଆପର ହ୍ବାଟ୍ସଆପ ଗ୍ରୁପରୁ ବାହାର କରାଯାଇଥିଲା।

ଆପ୍ ଛାଡିଲେ ଅଲକା ଲାମ୍ବା

ଏହି ଘଟଣା ପରେ ଅଳକା ଆପ ଉପରେ ଖପ୍ପା ହେବାସହ ଅଗଷ୍ଟ ମାସର ପ୍ରାରମ୍ଭରେ ଆପରୁ ଇସ୍ତଫା ଦେବେ ବୋଲି ନିଷ୍ପତ୍ତି ନେଇଥିଲେ। ଏହାସହ 2020 ଦିଲ୍ଲୀ ବିଧାନସଭା ନିର୍ବାଚନରେ ସ୍ବାଧୀନ ଭାବେ ଲଢିବେ ବୋଲି ମଧ୍ୟ ସେ ପ୍ରଚାର କରି ବୁଲୁଥିଲେ। ତେବେ ଅଳକାଙ୍କ ଏପରି କିଛି ବିବାଦୀୟ ବୟାନ ପରେ ଦଳ ପକ୍ଷରୁ ତାଙ୍କ ଇସ୍ତଫାପତ୍ରକୁ ଟ୍ବିଟରେ ଗ୍ରହଣ କରାଯିବ ବୋଲି କୁହାଯାଉଛି।

ଆପ୍ ଛାଡିଲେ ଅଲକା ଲାମ୍ବା

ଯାହାର ଯବାବ ଦେବାକୁ ଯାଇ ଅଳକା କହିଛନ୍ତି କି ଆମ୍ ଆଦମୀ ପାର୍ଟି ଦୟାକରି ମୋର ଇସ୍ତଫାପତ୍ର ଗ୍ରହଣ କରନ୍ତୁ, ଯାହା ଏବେ ମୋ ପାଇଁ ଖାସ୍ ଆଦମୀ ପାର୍ଟି। ଅଳକା ୧୯୯୫ରେ ଦିଲ୍ଲୀ ୟୁନିଭରସିଟି ଷ୍ଟୁଡେଣ୍ଟ ୟୁନିଅନ୍‌ ନିର୍ବାଚନରେ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପରେ ରାଜନୀତିକୁ ଆସିଥିଲେ। ଏହାର ଠିକ୍ 2 ବର୍ଷ ପରେ ସେ କଂଗ୍ରେସ ଛାତ୍ର ସଂଗଠନ ଏନଏସ୍‌ୟୁଆଇର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଧ୍ୟ ହୋଇଥିଲେ। ପରବର୍ତ୍ତୀ ସମୟରେ ମହିଳା କଂଗ୍ରେସ, ଦିଲ୍ଲୀ କଂଗ୍ରେସ ଓ ଅଖିଳ ଭାରତୀୟ କଂଗ୍ରେସ କମିଟିର ବିଭିନ୍ନ ପଦବୀରେ ସେ ଅବସ୍ଥାପିତ ହେବାସହ ୨୦୧୩ ମସିହାରେ ହାତ ଛାଡି ଝା଼ଡୁ ଧରିଥିଲେ।

Last Updated : Sep 6, 2019, 2:15 PM IST

ABOUT THE AUTHOR

...view details