ଓଡିଶା

odisha

ପ୍ରତିଷ୍ଠା ଦିବସରେ ବାୟୁସେନାର ଶକ୍ତି ପ୍ରଦର୍ଶନ

By

Published : Oct 8, 2019, 12:51 PM IST

ଭାରତୀୟ ବାୟୁସେନାର ପ୍ରତିଷ୍ଠା ଦିବସ ଅବସରରେ ଆକାଶ ମାର୍ଗରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ମିରାଜ, ସୁଖୋଇ ଓ ତେଜସ ଆଦି ଯୁଦ୍ଧ ବିମାନ । ଗାଜିଆବାଦସ୍ଥିତି ହିଣ୍ଡନ ଏୟାରବେସରେ ନିଜର ସାମରିକ ପରକାଷ୍ଠା ଏବଂ ଯୁଦ୍ଧ କୌଶଳ ପ୍ରଦର୍ଶନ କରିଛି ବାୟୁସେନା ।

ଡିଜାଇନ ଫଟୋ

ଗାଜିଆବାଦ: ଆଜି 87 ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ଭାରତୀୟ ବାୟୁସେନା(ଆଇଏଏଫ) । ଏହି ଅବସରରେ ଉତ୍ତର ପ୍ରଦେଶର ଗାଜିଆବାଦସ୍ଥିତ ହିଣ୍ଡନ ଏୟାରବେସରେ ଆୟୋଜିତ ପରେଡରେ ନିଜର ଶକ୍ତି ଏବଂ ପରାକାଷ୍ଠା ପ୍ରଦର୍ଶନ କରିଛି ଆଇଏଏଫ ।

ଫଟୋ ସୌଜନ୍ୟ: ଏଏନଆଇ


ପ୍ରତିଷ୍ଠା ଦିବସରେ ବାୟୁସେନା ପକ୍ଷରୁ ଆୟୋଜିତ ପ୍ୟାରେଡରେ ମିଗ-21 ଯୁଦ୍ଧବିମାନ ଉଡାଇଛନ୍ତି ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ । ଏହା ସହିତ ଫେବୃଆରୀ 26 ମଧ୍ୟରାତ୍ରୀରେ ପାକିସ୍ତାନରେ ତାଣ୍ଡବ ସୃଷ୍ଟି କରିଥିବା ମିରାଜ-2000 ଲଢୁଆ ବିମାନ ମଧ୍ୟ ନିଜର ଶକ୍ତି ସାମର୍ଥ୍ୟ ଦେଖାଇଛି । ବାଲାକୋଟ ଏୟାର ଷ୍ଟ୍ରାଇକରେ ଭାଗ ନେଇଥିବା ପାଇଲଟ ଯୁଦ୍ଧ ବିମାନ ଉଡାଇଛନ୍ତି । ଆକାଶ ମାର୍ଗରେ ମିରାଜ, ସୁଖୋଇ ଓ ତେଜସ ନିଜର ଦମ ଦେଖାଇଛନ୍ତି । ହିଣ୍ଡନ ଏୟାରବେସରେ ପ୍ରାୟ 54ଟି ବିମାନର ଯୁଦ୍ଧ କୌଶଳ ପ୍ରଦର୍ଶନ ଦେଖିଛନ୍ତି ତିନି ସେନାର ମୁଖ୍ୟ । ଅନ୍ୟପକ୍ଷରେ ପ୍ରଥମ ଥର ପାଇଁ ବାୟୁସେନାରେ ସାମିଲ ହୋଇଥିବା ଆପାଚି ହେଲିକ୍ୟାପ୍ଟର ମଧ୍ୟ ନିଜର ଶକ୍ତି ପ୍ରଦର୍ଶନ କରିଛି ।

ଭିଡିଓ ସୌଜନ୍ୟ: ଏଏନଆଇ


ଏହି କାର୍ଯ୍ୟକ୍ରମରେ ମାର୍ଶାଲ ରାକେଶ କୁମାର ଭଦୋରିଆ ପ୍ରଥମ ଥର ବାୟୁସେନା ମୁଖ୍ୟ ଭାବେ ଆୟୋଜିତ ପ୍ୟାରେଡକୁ ସଲାମୀ ଦେଇଛନ୍ତି । ଆତଙ୍କବାଦୀ ଆକ୍ରମଣରୁ ବଞ୍ଚିବା ପାଇଁ ସରକାରଙ୍କ ନୀତିରେ ବହୁତ ବଡ ପରିବର୍ତ୍ତନ ଆସିଥିବା ବାୟୁସେନା ମୁଖ୍ୟ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ବାୟୁସେନା ମୁଖ୍ୟଙ୍କ ସମେତ ସ୍ଥଳସେନା ମୁଖ୍ୟ ଜେନେରାଲ୍ ବିପିନ ରାଓ୍ବତ ଓ ସଚିନ ତେନ୍ଦୁଲକର ପ୍ରମୁଖ ଉପସ୍ଥିତ ଥିଲେ ।

ABOUT THE AUTHOR

...view details