ନୂଆଦିଲ୍ଲୀ: ସମଗ୍ର ବିଶ୍ବରେ ଦିନକୁ ଦିନ ସାଙ୍ଘାତିକ ଭାବେ ବୃଦ୍ଧି ପାଉଛି ବାୟୁ ପ୍ରଦୂଷଣ । ପ୍ରଦୂଷଣ ମାତ୍ରା ଏତେ ବଢି ଗଲାଣି ଯେ ଏହା ବିଭିନ୍ନ ରୋଗର କାରଣ ପାଲଟୁଛି । ଆଉ ବଶ୍ବବାସୀଙ୍କ ସାମ୍ନାରେ ଠିଆ କରିଛି ସମସ୍ୟାର ପାହାଡ । ଏପଟେ ଏହାର ସ୍ତର ମଧ୍ୟ ଭାରତରେ ଖୁବ ଉଦବେଗ ଜନକ ସ୍ଥିତିରେ ପହଞ୍ଚିଗଲାଣି । ତେବେ ଏହି ସମସ୍ୟାକୁ କିଛି ମାତ୍ରାରେ ଦୂର କରିବା ନେଇ ଏକ ନୂତନ ଯନ୍ତ୍ର ତିଆରି କରିଛନ୍ତି ଆଇଆଇଟି ଖଡଗପୁର ଗ୍ରାଜୁଏଟ ଦେବଯାନ ଶାହ ।
ମେକାନିକାଲ ଇଂଜିନିୟରିଂ ପଢିଥିବା ଏହି ଛାତ୍ର ବର୍ତ୍ତମାନ ବାୟୁ ପ୍ରଦୂଷଣ ଉପରେ ବର୍ତ୍ତମାନ ଏମ୍ସରେ କରୁଛନ୍ତି ଗବେଷଣା । ସେ ଏପରି ଏକ ଯନ୍ତ୍ର ତିଆରି କରିଛନ୍ତି ଯାହା ଗୋଟିଏ କାରରେ ଲଗାଇବା ଦ୍ବାରା 10ଟି କାରର ପ୍ରଦୂଷଣକୁ ନିୟନ୍ତ୍ରଣ କରିବାର କ୍ଷମତା ରଖିଛି ।