ଓଡିଶା

odisha

By

Published : Nov 30, 2019, 10:39 AM IST

ETV Bharat / bharat

ପୋଲ ତଳକୁ ଖସିଲା ପିକଅପ ଭ୍ୟାନ: 7 ମୃତ, 20 ଆହତ

ମହାରାଷ୍ଟ୍ରର ଧୁଲେରେ ଏକ ପିକଅପ ଭ୍ୟାନ ପୋଲରୁ ତଳକୁ ଖସିବା ଫଳରେ 7 ଜଣଙ୍କର ମୃତ୍ୟୁ ଘଟିଛି ।

accident in dhule
ଫଟୋ ସୌଜନ୍ୟ: ଇଟିଭି ଭାରତ

ମୁମ୍ବାଇ: ମହାରାଷ୍ଟ୍ରର ଧୁଲେରେ ଶୁକ୍ରବାର ମଧ୍ୟରାତ୍ରିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ପିକଅପ ଭ୍ୟାନ ପୋଲରୁ ତଳକୁ ଖସିବା ଫଳରେ 7 ଜଣଙ୍କର ମୃତ୍ୟୁ ଘଟିଛି । ଘଟଣାରେ ଅନ୍ୟ 20 ଜଣ ଆହତ ହୋଇଥିବା ଜଣାପଡିଛି । ଏହି ସମସ୍ତେ ମଧ୍ୟ ପ୍ରଦେଶର ୟେଥିଲ ମୁଲ୍ୟାଚେ ଗ୍ରାମର ବୋଲି ଜଣାପଡିଛି ।

ଶୁକ୍ରବାର ମଧ୍ୟପ୍ରଦେଶର ଆଖୁ ଶ୍ରମିକ କାର୍ଯ୍ୟ ସାରି ନିଜ ଘରକୁ ଫେରୁଥିଲେ । ମଧ୍ୟ ରାତ୍ରିରେ ଗାଡି ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡିଥିଲା । ଫଳରେ ଘଟଣା ସ୍ଥଳରେ 7 ଜଣଙ୍କର ମୃତ୍ୟୁ ଘଟିଥିଲା । ସେପଟେ ଅନ୍ୟମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ABOUT THE AUTHOR

...view details